ମନ୍ଦିର ଭିତରେ ଏ ପାଦ ଚିହ୍ନ କାହାର, ମନ୍ଦିର ଭିତରୁ ବାହାରୁ ପଡିଛି ପାଦ ଚିହ୍ନ । ରକ୍ତ ନାଲି ଅଳତାରେ ପାଦ ଚିହ୍ନ ରହିଛି ଏ ପାଦ ଚିହ୍ନ ପୁରା ରକ୍ତ ନାଲି ଅଳତାରେ ରଙ୍ଗ । ଏ ପାଦ ଚିହ୍ନକୁ ଦେଖିଲେ ଏମିତି ଲାଗୁଛି ଯେମିତି ମନ୍ଦିର ଭିତରକୁ ମାଆ ବାହାରକୁ ଚାଲି ଆସିଛନ୍ତି । ଏହି ପାଦ ଚିହ୍ନକୁ ଦେଖି ରାତିରେ ମାଆ ଭ୍ରମଣ କରିବାକୁ ଯାଇଥିବା କଥା ଏବେ ଚର୍ଚ୍ଚା ହେବାରେ ଲାଗିଛି । ଭ୍ରମଣ ପାଇଁ ଯାଇଥିବାରୁ ପାଦ ଚିହ୍ନ ପାଡିଛି ବୋଲି ଏବେ ଲୋକ ମାନେ କହୁଛନ୍ତି ।
ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ଗାଁରେ । ସକାଳୁ ସକାଳୁ ଗାଁ ଲୋକେ ଦେଖି ଥିଲେ କି ମନ୍ଦିର ଭିତରୁ ମାଆଙ୍କ ପାଦ ଚିହ୍ନ ବାହାରକୁ ପାଡିଛି ତାହା ପୁଣି ଲାଲ ରଙ୍ଗ ଅଳତାର ପାଦ ଚିହ୍ନ ପରି ଆଉ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ।
ଯାହା ପରେ ଦକ୍ଷିଣ କାଳୀଙ୍କ ମନ୍ଦିରରେ ମାଆଙ୍କର ପାଦ ଚିହ୍ନ ଦେଖିବାକୁ ଲୋକେ ଜମା ହେଉଛନ୍ତି । ଗତ କାଲି ମନ୍ଦିର ପୂଜକ ମନ୍ଦିର ନୀତିକାନ୍ତ ସାରି ମନ୍ଦିର ବନ୍ଦ କରି ଘରକୁ ଫେରି ଥିଲେ । ଆଉ ପ୍ରତିଦିନ ପରି ଗୁରୁବାର ସକାଳୁ ସକାଳୁ ପୂଜା କରିବା ପାଇଁ ମନ୍ଦିରରେ ପହଞ୍ଚି ଥିଲେ ।
ଆଉ ମନ୍ଦିର ଗେଟ ଖୋଲୁ ଖୋଲୁ ସେ ଯାହା ଦେଖି ଥିଲେ ସେ ନିଜ ଆଖି ଉପରେ ବିଶ୍ଵାସ କରି ପାରି ନଥିଲେ । ସେ ଦେଖି ଥିଲେ ଅଳତା ବୋଳା ପାଦ ଚିହ୍ନ ମନ୍ଦିର ଭିତରୁ ବାହାରକୁ ପଡିଛି । ଯେମିତି କି ମନ୍ଦିର ଭିତରୁ ମାଆ ବାହାରକୁ ଆସି ଛନ୍ତି । ଆଉ ଏହାକୁ ନେଇ ସେ ଗାଁ ଲୋକଙ୍କୁ ଜଣାଇ ଥିଲେ ଆଉ ସେହି ପାଦ ଚିହ୍ନ ଦେଖିବା ପାଇଁ ଲୋକ ମାନଙ୍କର ଶୁଅ ଛୁଟି ଥିଲା ।
ତେବେ ବନ୍ଧୁଗଣ ଏହି ଘଟଣା ଘଟିବା ପରେ ଅନେକ ଦୂର ଦୁରନ୍ତାରୁ ଲୋକ ମାନେ ସେହି ପାଦ ଚିହ୍ନ ଦେଖିବାକୁ ଆସୁଛନ୍ତି । ସାରା ରାଜ୍ୟରେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।