ବନ୍ଧୁଗଣ, ମମି ମମି କହି ଘର କମ୍ପାଇ ଦେଉଛି । କାହିଁକି ନ ଏହି ଶୁଆ କୁ ଦରକାର ଚାହା । ଏପଟେ ମା କହୁଛନ୍ତି ଆସୁଛି ଏଭଳି କହି ବୁଝାଇ ଦେଉଛନ୍ତି ଶୁଆ କୁ । ତେବେ ଘରେ ଛୋଟ ଛୁଆ ଥିଲେ ଏମିତି ମା ଙ୍କୁ ଡାକିବା ଏବଂ ମା ମଧ୍ୟ କୁନି ଛୁଆ ଙ୍କୁ ବୁଝାଇବା ଖୁବ ସାଧାରଣ କଥା । କିନ୍ତୁ ଏଠାରେ କୌଣସି ମଣିଷ ଛୁଆ ନୁହେଁ ବରଂ ଶୁଆ ସହିତ କଥା ହେଉଛନ୍ତି ଏହି ମହିଳା ଜଣକ । ଆପଣ ମାନେ ଏହି ଭି-ଡି-ଓ କୁ ଦେଖିଲେ ଜାଣି ପାରିବେ ଯେ ଶୁଆ ଏବଂ ମହିଳା ଜଣଙ୍କ କିଭଳି କଥା ହେଉଛନ୍ତି ପରସ୍ପର ସହିତ ।
ଏକ ଛୋଟ ଷ୍ଟୁଲ ଉପରେ ବସି ମମି ମମି କହି ଡାକୁଛି ଶୁଆ । ଆଉ କିଛି ସମୟ ପରେ ଘର ଭିତରୁ ମହିଳା ଜଣଙ୍କ ହାଁ ବେଟା ବୋଲି କହି ଉତ୍ତର ମଧ୍ୟ ଦେଉଛନ୍ତି । କେବଳ ସେତିକି ନୁହେଁ ଶୁଆ ଟି ଚାହା ପିଇବାକୁ ମଧ୍ୟ ଜିଦ କରୁଛି । ଆଉ ଛୋଟ ପିଲା ମାନେ ଗେଲ ହେଲା ଭଳି ମା’ ଙ୍କୁ କେତେବେଳେ ମମି ମମି ଡାକୁଛି ତ କେତେବେଳେ ପୁଣି ମା’ ବୋଲି ଡାକି ଗେଲ କରୁଛି ।
ମା’ ସେପଟେ କହୁଛନ୍ତି ଯେ ମୋ ପୁଅ ଭଳି କେହି ନାହାଁନ୍ତି । ଆଉ ଶୁଆ ମଧ୍ୟ ମା କଥାରେ ଖୁସି ହୋଇ ହଁ ସତରେ ବୋଲି ପଚାରୁଛି ? ତେବେ ଏହି ଭିଡିଓ ବର୍ତ୍ତମାନ ଦର୍ଶକ ଙ୍କ ମନକୁ ଛୁଇଁଛି । ତେବେ କୁହାଯାଇଛି ଯେ ମା’ ଜଣେ ସମସ୍ତଙ୍କୁ ଆପଣାର ଭାବିନେଇଥାଏ । ମାତୃତ୍ଵ ର ପରଶ ସମସ୍ତଙ୍କୁ ନିଜର କରିନେଇପାରେ ।
ଯେଉଁଠି କୋଇଲି ର ଅଣ୍ଡା କୁ କାଉ ଜୀବନ ଦିଏ, ତାକୁ ହିଁ ମାତୃତ୍ଵ କୁହାଯାଏ । ଆଉ ଏହି ଭିଡିଓ ରେ ମଧ୍ୟ ସଠିକ ସେଇଆ ହିଁ ହୋଇଛି । ଏହି ନାଲି ରଙ୍ଗର ଶୁଆ ମଧ୍ୟ ମା’ ଙ୍କ ସ୍ନେହରେ ସବୁକିଛି ଭୁଲିଯାଇ ଏହି ପରିବାରକୁ ନିଜର କରିନେଇଛି । ଯେଉଁଥିପାଇଁ ବିନା ପଞ୍ଜୁରୀରେ ବିନା ଶିକୁଳୀ ରେ ସେ ଘର ଭିତରେ ନିର୍ଡରରେ ଷ୍ଟୁଲ ଉପରେ ବସି ରଡି ଛାଡୁଛି ତଥା ଅଳି କରୁଛି ।
ଏପଟେ ମା ମଧ୍ୟ ସମସ୍ତ ଅଳି ଅଝଟ କୁ ଶୁଣୁଛନ୍ତି । ତେବେ ବନ୍ଧୁଗଣ ମଣିଷ ଏବଂ ଶୁଆ ମଧ୍ୟରେ ଥିବା ଏହି ନିବିଡ ସମ୍ପର୍କ ର ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।