ସାରଥୀଙ୍କ ଶରଣରେ Anubhav ! Photo ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ ତେବେ କେତେ ବେଳେ  ଆଇ ଲଭ ୟୁ କହି  ଆଉ କେତେବେଳେ ବାଳୁଙ୍ଗା ଟୋକା ସାଜି ଆଉ କେତେବେଳେ ମାଟ୍ରିକ୍ ଫେଲ୍ ହୋଇଥିବା ଅନୁଭବ ମହାନ୍ତି ଏବେ ତ୍ରିଶଙ୍କୁ ଅବସ୍ଥାରେ । ପତ୍ନୀ ବର୍ଷାଙ୍କ ସହ ତାଙ୍କର ବିବାଦ ପରେ ଏବେ ସାଂସଦ ବାବୁ ଅନୁଭବ ମହାନ୍ତିଙ୍କର ବେଳକାଳ ଯେ ଭଲ ନାହିଁ ତାହା ଜଣା ପଡି ଯାଉଛି । ଆଉ କେତେବେଳେ ସାଂସଦ ଅନୁଭବ ମହାନ୍ତି ଗାରୁ ଗାରୁ ହେଉଛନ୍ତି ତ ଆଉ କେତେବେଳେ ରାତି ଅଧିଆ ଭିଡିଓ ଛାଡି ବର୍ଷାଙ୍କୁ ମାରୁଛନ୍ତି ତେର୍ଛା ବାଣ ।

ତେବେ ଏକଦା ବାବା ସାରଥୀଙ୍କ ପରମ ଭକ୍ତ ଥିବା ଅନୁଭବ ମହାନ୍ତି ଏବେ ପଡିଯାଇଛନ୍ତି ଅକଳରେ । ଆଉ ବର୍ଷାଙ୍କ ରଣନୀତିରେ ଚିତପଟାଙ୍ଗ୍ ମାରିଛନ୍ତି ମାଟ୍ରିକ ଫେଲ୍ ର ନାୟକ ଅନୁଭବ । ଆଉ ଅନୁଭବଙ୍କୁ ନେଇ ଏବେ ସୋସିଆଲ୍ ମିଡିଆରେ ଭିନ୍ନ ଚର୍ଚ୍ଚା । ସମର୍ଥକ ମାନେ କହୁଛନ୍ତି ଆମ ହିରୋଙ୍କର କିଛି ହେବ ନାହିଁ ।

ସେ ଏବେ ସାରଥୀଙ୍କ ଶରଣରେ ପସିବେ । ଆଉ ସାରଥୀଙ୍କ ଶରଣ ନେବା ପରେ ସେ ପୁଣି ଫେରି କହିବେ ସମଥିଙ୍ଗ୍ ସମଥିଙ୍ଗ୍ । ଆଉ ସାରଥୀଙ୍କ ସହ ଅନୁଭବଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ପରେ ଏବେ ଏହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହେଉଛି । ତେବେ ସାରଥୀ ବାବା । ଓଡିଶା ଇତିହାସରେ ବୋଧହୁଏ କୌଣସି ବାବାଙ୍କୁ ନେଇ ଏଭଳି କାହାଣୀ ସୃଷ୍ଟି ହୋଇନଥିବ ଯାହା ସାରଥୀଙ୍କ କ୍ଷେତ୍ରରେ ହୋଇଥିଲା ।

ସାରଥୀ ଦାବି କରୁଥିଲେ ତାଙ୍କ ପାଖରେ ଭଗବାନଙ୍କ ଶକ୍ତି ଅଛି । ହାତରୁ ବିଭୁତି ବାହାର କରିବା, ପାଦରୁ ମହୁ ଝରିବା, ସିମେଂଟ ଗାଈରୁ କ୍ଷୀର ବାହାର କରିବା ଭଳି ଅନେକ ଅଲୌକିକ ଶକ୍ତିର ଅଧିକାରୀ ବୋଲି ଦାବି କରୁଥିଲେ ବାବା । ଏହି ଘଟଣା ସାରଥୀଙ୍କ ଆତ୍ମଘୋଷିତ ଭଗବାନର ଜୀବନଶୈଳୀ ଧାରାକୁ ଓଲଟପାଲଟ କରିଦେଲା । ଯେଉଁ ବାବାଙ୍କୁ ଭକ୍ତ ଭଗବାନ ବୋଲି ମାନୁଥିଲେ, ସେହି ବାବା ଲୋକଙ୍କ ଆଗରେ ଭଣ୍ଡ ବନିଗଲେ ।

ଭକ୍ତର ବିଶ୍ୱାସ ସହ ଖେଳ ମହଙ୍ଗା ପଡିଗଲା । ଏହାପରେ ଯେଉଁ ଘଟଣା ଘଟିଲା ତାହା ସମସ୍ତେ ଜାଣନ୍ତି । ଅନୁଭବଙ୍କ ଫ୍ୟାନ ମାନଙ୍କ ଏହି ମତ ପରେ ଏବେ ସବୁଠି ଚର୍ଚ୍ଚା ସତରେ କଣ ଟ୍ରାକ୍ କୁ ଫେରିବେ ଅନୁଭବ । ଆଉ ପ୍ରଥମ ପ୍ରେମ ତାଙ୍କର କଣ ପୁଣି ସଫଳ ହେବ । ଆଉ ହାତ ଧରି ଚାଲୁଥାରେ ନାୟକ ପୁଣି କଣ ଓଲିଉଡରେ କରିବେ ଖେଳ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *