ଖୁବ ଶୀଘ୍ର ରତ୍ନ ଭଣ୍ଡାର ଖୋଲିବ, ସେଥିରେ ଲୁଚାଇବାର କିଛି ନାହିଁ…Kartik Pandiyan

ରତ୍ନ ଭଣ୍ଡାର ଖୋଲାଯିବ ଲୁଚାଇବାର କିଛି ନାହିଁ । ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପ୍ରେସମିଟ କରି ଏଭଳି କିଛି କଥା କହିଛନ୍ତି । ତେବେ କାର୍ତ୍ତିକ ପାଣ୍ଡିୟାନଙ୍କ କହିବା ଆଧାରରେ ବିଜେପି ପ୍ରତି ଫେସରେ ନିଜର ଗୋଟି ଗୋଟି କରି କଥା ବଦଳାଇ ରାଜ୍ୟ ସରକାରଙ୍କୁ  ଟାର୍ଗେଟ କରି କହୁଛି । ପ୍ରଥମେ ବିଜେପି ଓଡିଆ ଅସ୍ମିତା ଉପରେ ଟାର୍ଗେଟ କରି ରାଜ୍ୟ ସରକାରଙ୍କୁ କହୁଥିଲେ । ସେମାନେ ନିଜେ ଓଡିଆ ଅସ୍ମିତାକୁ ନେଇ କଣ କରୁଛନ୍ତି ବୋଲି ପଚାରିବାରୁ ସେ ନିଜର ଗୋଲ ପୋଷ୍ଟ ଚେଞ୍ଜ କରିଥିଲେ ।

ତାପରେ ଇନଫ୍ରାଷ୍ଟକ୍ଚରରେ ଓଡିଶା କେମିତି ପଛରେ ଅଛି ବୋଲି ପ୍ରସଙ୍ଗ ଉଠାଇ ତାହା ଉପରେ ରାଜନୀତି କରିଲେ । ତାପରେ ଓଡିଶାବାସୀ ସତ ଜାଣିଲା ପରେ ଓଡିଶାର ସ୍ଥିତି ଏହି ସବୁ କ୍ଷେତ୍ରରେ ଭଲ ଅଛି ବୋଲି ଜାଣିବାକୁ ପାଇଲା ପରେ ସେମାନେ ଅନ୍ୟ ପ୍ରସଙ୍ଗଙ୍କୁ ନେଇ ରାଜନୀତି କରିବାକୁ ଲାଗିଲେ । ତାପରେ ସେମାନେ ରତ୍ନଭଣ୍ଡାରକୁ ନେଇ ବର୍ତ୍ତମାନ ରାଜନୀତି କରୁଛନ୍ତି । ଦୀର୍ଘ 40 ବର୍ଷ ଧରି ଯାହାକୁ ଖୋଲାଯାଇନାହିଁ ତାହା ଉପରେ ସେମାନେ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରି କହିବାକୁ ଲାଗିଲେ ।

ହେଲେ ଏତେ ବର୍ଷ ଧରି ରତ୍ନ ଭଣ୍ଡାର ଖୋଲାଯାଇ ନାହିଁ । ବହୁତ ଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବା ପାଇଁ ଯାଉଛି । ତେଣୁ ରତ୍ନଭଣ୍ଡାରକୁ ନେଇ କିଛି ବି କଥା ଲୁଚାଇବାର ନାହିଁ । ମାନ୍ୟବର ହାଇକୋର୍ଟର ଅର୍ଡରରେ ରତ୍ନଭଣ୍ଡାର ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜଣେ ସୁପ୍ରିମ କୋର୍ଟର ରିଟାୟାର୍ଡ ଜଷ୍ଟିସ ଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାର ମଧ୍ୟ ଖୋଲାହେବାକୁ ଯାଉଛି ।

ତେବେ ଏହି ସବୁ ପରେ ଏବେ ବିଜେପି ଅନ୍ୟ କିଛି ଆଉ ପ୍ରସଙ୍ଗ ନପାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ତାଙ୍କ ସ୍ଵାସ୍ଥବସ୍ତା ଉପରେ ଏବେ ଆଙ୍ଗୁଳି ଉଠାଇଛି । କାରଣ ରାଜ୍ୟ ସରକାରଙ୍କୁ ନିଚ୍ଚା ଦେଖେଇବା ପାଇଁ ତାଙ୍କୁ ଟାର୍ଗେଟ କରି କହିବା ପାଇଁ ବିଜେପି ପାଖରେ ଓଡିଶାର କୌଣସି ମଧ୍ୟ ପ୍ରସଙ୍ଗ ନାହିଁ । ତେଣୁ ବିଜେପି ଆମ ପ୍ରିୟମୁଖ୍ୟମନ୍ତ୍ରୀ ଙ୍କର ଦେହ ଭଲ ନାହିଁ ବୋଲି ତାଙ୍କ ଉପରେ ଏଭଳି କିଛି ମନ୍ତବ୍ୟ ଦେଇ ଗୁଜବ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଗୁରୁତ୍ଵ ପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *