ଖୁବଶୀଘ୍ର ବନ୍ଦ ହେବ ପୁରୁଣା ଆଧାର କାର୍ଡ ! କରିବାକୁ ପଡିବ ବ୍ଲୁ ଆଧାର କାର୍ଡ…କ’ଣ ଏହି ବ୍ଲୁ କାର୍ଡ ଜାଣନ୍ତୁ !

ଖୁବ ଶୀଘ୍ର ବନ୍ଦ ହେବ ପୁରୁଣା ଆଧାର କାର୍ଡ ! କରିବାକୁ ପଡିବ ବ୍ଲୂ ଆଧାରକାର୍ଡ ! ହଁ ଆଜ୍ଞା ଆସିବାକୁ ଯାଉଛି ବ୍ଲୁ ଆଧାରକାର୍ଡ ! ତେବେ ଆପଣ ମାନେ କେବେ ବ୍ଲୁ ଆଧାରକାର୍ଡ ବିଷୟରେ ଶୁଣିବାକୁ ପାଇଛନ୍ତି କି ! ତେବେ ଆପଣ ମାନଙ୍କ ମନରେ ଏହି ବ୍ଲୂ ଆଧାରକାର୍ଡକୁ ନେଇ ଅନେକ ପ୍ରଶ୍ନ ନିହାତି ଭାବେ ଆସୁଥିବ । ତେବେ ଆମେ ଆଜି ଆପଣଙ୍କୁ ଏହି ବ୍ଲୁ ଆଧାର କାର୍ଡ ବିଷୟରେ କହିବା ପାଇଁ ଯାଉଛୁ । ତେବେ କଣ ହେଉଛି ଏହି ବ୍ଲୂ ଆଧାର କାର୍ଡ ।

ସମସ୍ତେ କଣ ଏହି ଆଧାରକାର୍ଡ କରିପାରିବେ କି ! ତେବେ ରେଗୁଲାର ଆଧାରକାର୍ଡରେ ବାୟୋମେଟ୍ରିକ ଡାଟା ପାଇଁ ଫିଙ୍ଗର ପ୍ରିଣ୍ଟ ଓ ଆଖିର ସ୍କାନ କରାଯାଇଥାଏ । ହେଲେ ବ୍ଲୁ ଆଧାରକାର୍ଡ ପାଇଁ ବାୟୋମେଟ୍ରିକର ଆବଶ୍ୟକତା ନାହିଁ । ତେବେ ବ୍ଲୁ ଆଧାର କାର୍ଡ ପାଇଁ କଣ ପାଇଁ ବାୟୋମେଟ୍ରିକର ଡାଟା ନିଆଯାଏ ନାହିଁ । ବାସ୍ତବରେ ବ୍ଲୂ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ନୁହେଁ । 5 ବର୍ଷ ବୟସରୁ କମ୍ ବର୍ଷର ପିଲାଙ୍କ ପାଇଁ ଏହି ଆଧାର କାର୍ଡ କରାଯାଇଥାଏ ।

ଏହାର ଅର୍ଥ ବ୍ଲୂ ଆଧାରକାର୍ଡ କାହାକୁ ମଧ୍ୟ ମିଳିପାରେ । ତେବେ ଛୋଟ ପିଲା ମାନଙ୍କର ଆଖିର ସ୍କାନ ନେବା କି ଫିଙ୍ଗର ପ୍ରିଣ୍ଟ ନେବା ଏତେ ସହଜ ନୁହେଁ । ଏହି କାରଣ ପାଇଁ ବ୍ଲୁ ଆଧାର କାର୍ଡରେ ବାୟୋମେଟ୍ରିକର ଡାଟା ନିଆଯାଇନଥାଏ । ତେବେ ପିଲା ମାନଙ୍କର ବାପା, ମାଆ ପିଲାର ଜନ୍ମ ପ୍ରମାଣ ପତ୍ର କି ହସ୍ପିଟାଲର ଡିଶ୍ଚାର୍ଜ ଲିଭ ଦ୍ଵାରା ନବଜାତ ଶିଶୁ ପାଇଁ ଏହାକୁ ଆବେଦନ କରିପାରିବେ ।

ଏହି ଆଧାର କାର୍ଡ ପାଇଁ ପିଲା ମାନଙ୍କର ସ୍କୁଲ ଆଇଡି କାର୍ଡ ମଧ୍ୟ ନିଆଯାଇଥାଏ । ତେବେ ଏହି ବ୍ଲୁ ଆଧାର କାର୍ଡକୁ ଆବେଦନ କିପରି କରିବେ ଏଠାରେ ଜାଣନ୍ତୁ । ଆଧାରକାର୍ଡର ପଞ୍ଜୀକରଣ ପାଇଁ ଘର ନିକଟରେ ଥିବା ଆଧାରକେନ୍ଦ୍ରକୁ ଯିବାକୁ ପଡିବ । ସେଠାକୁ ଯିବା ପୂର୍ବରୁ ନିଜ ସହ ଦରକାରୀ କାଗଜପତ୍ର ନେଇକି ଯାଇଥିବେ । ଯେପରିକି ପିଲାର ବାର୍ଥ ସାର୍ଟିଫିକେଟ, ଆଡ୍ରେସ ପୃଫ ଏହିଭଳି ଜରୁରୀ କାଗଜପତ୍ର ନେଇ ଆଧାରକେନ୍ଦ୍ରକୁ ଯାଆନ୍ତୁ । ତାପରେ ଭେରିଫିକେସନର 60 ଦିନ ପରେ ପିଲାର ନାମରେ ବ୍ଲୂ ଆଧାର କାର୍ଡ ଇସ୍ୟୁ ହୋଇଯିବ । ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *