Vastu Shastra- କେଉଁ ପରିବା ଖାଇଲେ ବଢନ୍ତି ଶତୃ ଓ ହୋଇଥାଏ ଧନହାନୀ, ଜାଣନ୍ତୁ ଶାସ୍ତ୍ରୀୟ ପ୍ରମାଣ ସହିତ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ପରିବା ଖାଉଥିବେ ଏବଂ କିଛି ପରିବା ଆପଣଙ୍କ ର ପସନ୍ଦ ମଧ୍ୟ ଥିବ। ତେବେ ଆପଣ ମାନେ ଶୁଣିଥିବେ କି ପରିବା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଖୁବ ସୁସ୍ଥ ରୁହେ ଭଲ ରୁହେ ଏବଂ ମନ ମଧ୍ୟ ଭଲ ରୁହେ ଆମକୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମିଳିଥାଏ। ତେବେ କିନ୍ତୁ କଣ ଆପଣ ଶୁଣିଛନ୍ତି କି କିଛି ଏଭଳି ପରିବା ରହିଛି ଯାହାକୁ ଆପଣ ଭକ୍ଷଣ ଦ୍ୱାରା ଆପଣ ଦରିଦ୍ର ହୋଇ ପାରନ୍ତି ।

ତେବେ ବ୍ରହ୍ମବୈବର୍ତ୍ତ ପୁରାଣର ବ୍ରହ୍ମଖଣ୍ଡ ରେ ବର୍ଣ୍ଣିତ ଅଛି ୩ ଗୋଟି ପରିବାର ନାମ ।  ଯେଉଁ ପାରିବା କୁ ଆମ୍ଭେ ଖାଇଲେ ଆମ୍ଭର ଶତୃ ବଢିବେ ଏବଂ ଧନନାଶ ହେବ । କେବଳ ୩ ଗୋଟି ପରିବାର ନାମ ନୁହେଁ ବହୁତ ଗୁଡିଏ ପରିବାର ନାମ ଲେଖା ଅଛି ଏବଂ ବହୁତ ଗୁଡିଏ ତିଥି ମଧ୍ୟ ଲେଖା ଅଛି ।

କେଉଁ ତିଥିରେ କେଉଁଭଳି ପାରିବା ଖାଇଲେ କଣ ସବୁ ଅସୁବିଧା ହୋଇଥାଏ, ତାହା ସମ୍ବନ୍ଧରେ ବର୍ଣ୍ଣିତ କରା ଯାଇଅଛି। ତେବେ ଆଜି ଆମେ ସେହି ୩ ଟି ପରିବା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଖାଇବା ଦ୍ଵାରା ଆପଣଙ୍କର ଧନ ହ୍ରାସ ହେବ । ଏବଂ ଆପଣ ଦରିଦ୍ର ହୋଇଯିବେ, ଏହା ସହିତ ଶତୃ ଯେଉଁମାନେ ରହିଥିବେ ସେମାନେ ବୃଦ୍ଧି ପାଇବେ ।

“କୁଷ୍ମାଣ୍ଡ ଖାଇଲେ ପ୍ରତିପଦା ତିଥି ଦିନେ, ନିଶ୍ଚୟ ଅର୍ଥ ବିନାଶ ହୁଏ ଘେନ ମନେ” । ଅର୍ଥାତ ଯଦି ପ୍ରତିପଦା ତିଥିରେ ଆପଣ କୁଷ୍ମାଣ୍ଡ ଖାଉଛନ୍ତି ଅଥବା ପାଣି କଖାରୁ ଖାଉଛନ୍ତି, ତେବେ ନିଶ୍ଚୟ ଅର୍ଥ ର ବିନାଶ ହେବ। ଅର୍ଥାତ ଯେଉଁ ବ୍ୟକ୍ତି ଖାଉଥିବେ ତାଙ୍କର ଧନର ହାନୀ ହେବ ।

“ସେପରି ପୋଟଳ ଫଳ ଅଭକ୍ଷ୍ୟ ଅଟଇ, ଖାଇଲେ ସର୍ବଦା ଶତ୍ରୁ ବୃଦ୍ଧି ହେଉଥାଇ, ତୃତୀୟା ଚତୁର୍ଥୀ ଦୁଇ ତିଥିରେ ଯେ ଜନ, ମୂଳକ ଖାଇବ ନଷ୍ଟ ହେବ ତାର ଧନ” । ଏହାର ଅର୍ଥ ଯଦି ପୋଟଳ ଫଳ କୁ ଆମ୍ଭେ ଭକ୍ଷଣ କରିବା ତେବେ ସର୍ବଦା ଆମ୍ଭର ଶତୃ ବୃଦ୍ଧି ହେବେ ।

ତେବେ ବହୁତ ଲୋକଙ୍କ ମନରେ ଆସୁଥିବ ଯେ ପୋଟଳ ଏକ ପାରିବ ଅଟେ ତ ଏହି ପାରିବା କୁ ଖାଇଲେ କଣ ଶତୃ ବୃଦ୍ଧି ହେବେ ?  ମାତ୍ର ଏହା ପୁରାଣ ରେ ଲେଖା ହୋଇଥିବାରୁ ଏହାକୁ ସତ୍ୟ ମନାଯାଇଛି । ଅମାବାସ୍ୟା ପରେ ଶୁକ୍ଲପକ୍ଷ ଆରମ୍ଭ ହୁଏ ଏବଂ ପୂର୍ଣ୍ଣିମା ପରେ କୃଷ୍ଣପକ୍ଷ ଆରମ୍ଭ ହୁଏ ।

ଏହି ତିଥି ମାନଙ୍କ ପରେ ପ୍ରଥମା, ଦ୍ଵିତୀୟା, ତୃତୀୟା ଏହିଭଳି ତିଥିମାନ ରହିଥାଏ । ଏହି ତିଥି ମଧ୍ୟରୁ ତୃତୀୟା ଏବଂ ଚତୁର୍ଥୀ ତିଥିରେ କୌଣସି ବ୍ୟକ୍ତି ମୂଳକ ଖାଉଛନ୍ତି ଅର୍ଥାତ ମୂଳା ଖାଉଛନ୍ତି ତେବେ ତାଙ୍କର ଧନ ନଷ୍ଟ ହେବ ବୋଲି ବର୍ଣ୍ଣନା କରାଯାଇ ଅଛି। ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *