କର୍ମ ବଡ ନା ଭାଗ୍ୟ ? କାହିଁକି ମନୀଷା ଖରାପ କର୍ମ କରି ବି ଭଲ ଫଳ ପାଇଥାଏ ? (Odia Inspirational Story)

ଏହି ପ୍ରଶ୍ନ ସବୁବେଳେ ସମସ୍ତଙ୍କ ମନରେ ଥାଏ କି ଭାଗ୍ୟ ବଡ ନା କର୍ମ । ଯେଉଁମାନେ କର୍ମ ଉପରେ ବିଶ୍ଵାସ କରନ୍ତି ଭାଗ୍ୟ ବୋଲି କିଛି ନାହିଁ । କର୍ମ ଅନୁସାରେ ହିଁ ଫଳ ପ୍ରାପ୍ତ ହୋଇଥାଏ । ଯେଉଁମାନେ ଭାଗ୍ୟ ଉପରେ ବିଶ୍ଵାସ ରଖନ୍ତି ସେମାନେ କୁହନ୍ତି କି କର୍ମ ବୋଲି କିଛି ନାହିଁ ଯାହା ଭାଗ୍ୟରେ ଅଛି ତାହା ମିଳିବ । ଅସଲର ସତ୍ୟ କଣ । କାହିଁକି କିଛି ଲୋକମାନେ ଖରାପ କର୍ମ କରି ମଧ୍ୟ ଭଲ ଫଳ ପାଉଛନ୍ତି । ଆଜି ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ ଏହି ପ୍ରଶ୍ନର ସମାଧାନ ଦେବୁ।

ଦିନେ ସ୍ଵର୍ଗରେ ବିଷ୍ଣୁ ବିଶ୍ରାମ କରୁଥିଲେ କି ଅଚାନକ ନାରଦ ମୁନି ବିଷ୍ଣୁଙ୍କ ନିକଟରେ ପହଞ୍ଚି ତାଙ୍କୁ କହିଲେ କି ହେ ପ୍ରଭୁ ପୃଥିବୀରେ ପୂଣ୍ୟର ଭାର ଧୀରେ ଧୀରେ କମି କମି ଆସୁଛି । ଆପଣଙ୍କ ପ୍ରଭାବ ଧୀରେ ଧୀରେ କମି ଆସୁଛି । ମୁଁ ଦେଖିଲି ଲୋକମାନେ ଖରାପ କରମ କରି ବି ଭଲ ଫଳ ପାଉଛନ୍ତି । ଭଲ କର୍ମ କରି ବି ଖରାପ ଫଳ ପାଉଛନ୍ତି । ତେବେ ବିଷ୍ଣୁ ନାରଦଙ୍କୁ କହିଲେ କି ତୁମେ ଏମିତି କଣ ଦେଖିଲ କି ?

ମୁଁ ଦେଖିଲି ଗୋଟିଏ ଜଙ୍ଗଲରେ ଗୋଟିଏ ପଶୁ କାଦୁଅରେ ଫସି ଯାଇଛି । ଗୋଟିଏ ଚୋର ଆସିଲା ଯିଏକି ପଶୁକୁ ବାହାର କରିବା ପରିବର୍ତ୍ତେ ସେ ପଶୁର ପିଠି ଉପରେ ଚଢି ଅନ୍ୟ ପଟକୁ ଚାଲି ଗଲା । କିଛି ଦୂର ଗଲା ପରେ ତାକୁ ସୁନାର ଏକ ମୁଣି ମିଳିଲା ।

ଏହା ପରେ ମୁଁ ଦେଖିଲି ସେହି ରାସ୍ତାରେ ଜଣେ ସାଧୁ ଆସିଲେ ଯିଏକି ବହୁତ କଷ୍ଟ କରି ସେହି ପଶୁକୁ କାଦୁଅରୁ ବାହାର କରିଲେ । କିନ୍ତୁ ସେ କିଛି ରାସ୍ତା ଯାଇଛନ୍ତି କି ଏକ ଖାଲରେ ପଡିଗଲେ । ଯେଉଁ କାରଣରୁ ସେ କ୍ଷତ ବିକ୍ଷତ ହୋଇଗଲେ । ଏହା ପ୍ରଭୁ ଆପଣଙ୍କର କେମିତି ନ୍ୟାୟ ଅଟେ । ବିଷ୍ଣୁ ଏହାର ଉତ୍ତର ଦେଇ କହିଲେ କି ଯାହା ବି ହୋଇଛି ଠିକ ହୋଇଛି । ଯାହା ବି ହୋଇଛି ଭାଗ୍ୟ ଓ କର୍ମ ହିସାବରେ ଠିକ ହୋଇଛି ।

ବିଷ୍ଣୁ ବିସ୍ତାର ରୂପରେ ନାରଦଙ୍କୁ ବୁଝାଇ କହିଲେ କି ଯେଉଁ ଚୋରଟି ପଶୁ ଉପରେ ଗୋଡ ଦେଇ ଚାଲିଗଲା ଓ କିଛି ଦୂରରେ ତାକୁ ସୁନାର ମୋହର ମିଳିଲା, କିନ୍ତୁ ତାର ଭାଗ୍ୟରେ ଗୋଟିଏ ଖଜଣା ଥିଲା । ଯିଏକି ତାର କୁକର୍ମରେ ସେ ତାର ଭାଗ୍ୟକୁ ପରିବର୍ତ୍ତନ କରି ଦେଲା । ଖଜଣା ଜାଗାରେ ତାକୁ କେବଳ କିଛି ସୁନାର ମୋହର ମିଳିଲା । କିନ୍ତୁ ଯେଉଁ ସାଧୁ ଜଣକ ଏହି ପଶୁକୁ ଉଦ୍ଧାର କରିଲେ ତାଙ୍କୁ କିଛି ସମୟ ପରେ ମୃତ୍ୟୁ ପ୍ରାପ୍ତ ହୋଇଥାନ୍ତା ।

ସେ ଏହିଭଳି କର୍ମ କରିଲେ ବୋଲି ତାଙ୍କର ମୃତ୍ୟୁ ଛୋଟ ଦୁର୍ଘଟଣାରେ ପରିବର୍ତ୍ତନ ହୋଇଗଲା । ବର୍ତ୍ତମାନ ତୁମେ କୁହ ଭାଗ୍ୟ ଓ କର୍ମ ହିସାବରେ ସବୁଠୁ ଠିକ ହୋଇଛି ନା ନାହିଁ । ପ୍ରକୃତ ଆମର କର୍ମ ଦ୍ଵାରା ଆମର ଭାଗ୍ୟ ନିର୍ଧାରିତ ହୋଇଥାଏ । ଆମେ ଯେମିତି କର୍ମ କରିବୁ ଆମକୁ ସେମିତି ଫଳ ମିଳିଥାଏ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *