ନିଜ ସ୍ବାମୀଙ୍କ ପ୍ରଥମ ବିବାହ ବେଳକୁ ଛୋଟ ପିଲା ଥିଲେ Bollywood ର ଏହି 5 ହିରୋଇନ, 4 ନଂ ହିରୋଇନ ତ ଥିଲେ ମାତ୍ର 1 ବର୍ଷର

କୁହାଯାଏ କି ଯେତେବେଳେ ପ୍ରେମ ହୋଇଥାଏ ତେବେ ସେହି ସମୟରେ ବୟସ ଦେଖା ଯାଏ ନାହିଁ । ପ୍ରେମ କେତେବେଳେ ବି କାହା ସହିତ ବି ହୋଇପାରେ । ଯଦି ବଲୀଉଡ ଷ୍ଟାରମାନଙ୍କ ବିଷୟରେ କହିବୁ ତେବେ କିଛି ବଲୀଉଡ ଷ୍ଟାର ଏହି କଥାର ସଠିକ ଉଦାହରଣ ଅଟନ୍ତି । କହିବାକୁ ଗଲେ କିଛି ଷ୍ଟାର ପ୍ରେମ ପାଇଁ ନିଜ ଠାରୁ ବହୁତ କମ ବୟସର ଝିଅମାନଙ୍କୁ ବିବାହ କରିଛନ୍ତି । ଆଜି ଆମେ ଆପଣଙ୍କୁ ୫ ଜଣ ବଲୀଉଡ ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯେଉଁମାନେ ନିଜ ସ୍ଵାମୀଙ୍କ ପ୍ରଥମ ବିବାହ ସମୟରେ ବହୁତ ହିଁ ଛୋଟ ଥିଲେ ।

ସୈଫ ଅଲୀ ଖାନ ଓ କରିନା କପୁର- ବଲୀଉଡର ନବାବ ସୈଫ ଅଲୀ ଖାନ ୧୯୯୧ରେ ନିଜ ଠାରୁ ୧୦ ବର୍ଷ ବଡ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ । ପୁଣି କିଛି ସମୟ ପରେ ସେ ତାଙ୍କ ଠାରୁ ଛାଡପତ୍ର ନେଇଗଲେ । ଏହା ପରେ ବର୍ଷ ୨୦୧୨ରେ ସୈଫ ଅଲୀ ଖାନ ନିଜ ଠାରୁ ୧୦ ବର୍ଷ ଛୋଟ କରିନା କପୁରଙ୍କୁ ବିବାହ କରିଥିଲେ । କହିଦେଉଛୁ କି ସୈଫ ଅଲୀ ଖାନ ଓ ଅମୃତା ସିଂହ ବିବାହ ସମୟରେ କରିନା ମାତ୍ର ୧୧ ବର୍ଷର ଥିଲେ ।

ସଞ୍ଜୟ ଦତ୍ତ ଓ ମାନ୍ୟତା- ବଲୀଉଡ ଅଭିନେତା ସଞ୍ଜୟ ଦତ୍ତ ୧୯୮୭ରେ ଋଚା ଶର୍ମାଙ୍କୁ ପ୍ରଥମ ବିବାହ କରିଥିଲେ । ଯାହାଙ୍କ ଠାରୁ ତାଙ୍କୁ ଗୋଟିଏ ଝିଅ ତ୍ରିଶାଲା ଦତ୍ତ ମଧ୍ୟ ଅଛି । ଏହା ପରେ ସେ ୧୯୯୮ରେ ଦ୍ଵିତୀୟ ବିବାହ ରିୟା ପିଲ୍ଲଈଙ୍କ ସହ କରିଥିଲେ । ପୁଣି ୨୦୦୮ରେ ସଞ୍ଜୟ ଦତ୍ତ ମାନ୍ୟତାଙ୍କୁ ବିବାହ କରିଲେ । କହିଦେଉଛୁ କି ସଞ୍ଜୟ ଦତ୍ତଙ୍କ ପ୍ରଥମ ବିବାହ ସମୟରେ ମାନ୍ୟତା ମାତ୍ର ୯ ବର୍ଷର ଥିଲେ । ସଞ୍ଜୟ ଓ ମାନ୍ୟତାଙ୍କ ବୟସ ମଧ୍ୟରେ ୧୯ ବର୍ଷର ଫରକ ଅଛି ।

ଧର୍ମେନ୍ଦ୍ର ଓ ହେମା ମାଳିନୀ

ବଲୀଉଡର ହିମ୍ୟାନ ଧର୍ମେନ୍ଦ୍ର ଫିଲ୍ମରେ ଆସିବା ପୂର୍ବରୁ ହିଁ ବିବାହିତ ଥିଲେ । ସେ ୧୯୫୪ରେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ । ଏହା ପରେ ସେ ଡ୍ରିମଗର୍ଲ ହେମା ମାଳିନୀଙ୍କୁ ବିବାହ କରିଥିଲେ । କିନ୍ତୁ ଯେତେବେଳେ ଧର୍ମେନ୍ଦ୍ର ପ୍ରଥମେ ବିବାହ କରିଲେ, ତେବେ ସେହି ସମୟରେ ହେମା ମାଳିନୀ ମାତ୍ର ୬ ବର୍ଷର ଥିଲେ । ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ବୟସ ମଧ୍ୟରେ ୧୩ ବର୍ଷର ଫରକ ଅଛି ।

କିଶୋର କୁମାର ଓ ଲୀନା ଚଂଦାୱରକର

ଫିଲ୍ମ ଜଗତର ଜଣା ଶୁଣା ଗାୟକ ଓ ଅଭିନେତା କିଶୋର କୁମାରଙ୍କୁ କିଏ ନ ଜାଣିଛି । ସେ ତାଙ୍କର ଗୀତ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ । ଆଜିର ଯୁବପିଢି ବି ତାଙ୍କର ଗୀତକୁ ବହୁତ ପସନ୍ଦ କରନ୍ତି । କିନ୍ତୁ କହିଦେଉଛୁ କି କିଶୋର କୁମାର ମୋଟ ୪ ଟି ବିବାହ କରିଥିଲେ । ଯେଉଁଥିରେ ଲୀନା ଚଂଦାୱରକର ତାଙ୍କର ଚତୁର୍ଥ ପତ୍ନୀ ଥିଲେ । କିଶୋର କୁମାର ଯେତେବେଳେ ପ୍ରଥମ ବିବାହ ରୁମା ଗୁହା ଠାକୁରତାଙ୍କୁ କରିଥିଲେ, ସେହି ସମୟରେ ଲୀନା ମାତ୍ର ବର୍ଷକର ଥିଲେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *