ସାନପୁଅ ପରେ ଏବେ ସୁରଙ୍କ ହାତ ଛାଡିଲେ ବଡ଼ପୁଅ , କଂଗ୍ରେସରୁ ନୁହେଁ ସ୍ୱାଧୀନ ଭାବେ ଲଢ଼ିବେ ସୁରଙ୍କ ବଡ଼ପୁଅ…

3 ଫାଳ ହୋଇଗଲା ସୁରଙ୍କ ପରିବାର ! ହଁ ଆଜ୍ଞା ଗୋଟିଏ ମାତ୍ର ନିଷ୍ପତ୍ତି ଗୋଟେ ପରିବାରକୁ 3 ଭାଗ କରିଦେଇଛି । କ୍ଷମତାର ଲୋଭ ପାଇଁ ସୁର ରାଉତରାୟଙ୍କ ପରିବାର ଭାଗ ଭାଗ ହେବାକୁ ବସିଛି । ଜଟଣୀ ନିର୍ବାଚନ ମଣ୍ଡଳୀରେ ସୁର ରାଉତରାୟଙ୍କର ଜୀବନ ଅରହିଛି । ସେ ଜଟଣୀକୁ ବହୁତ ଭଲ ପାଆନ୍ତି । ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ସେ ବହୁତ କିଛି ତାଙ୍କର ତ୍ୟାଗ କରିଛନ୍ତି । ହେଲେ ସେହି ସମ୍ମାନର ମର୍ଯ୍ୟାଦା ତାଙ୍କ ସାନା ପୁଅ ମନ୍ମଥ ରାଉତରାୟ ରଖିନାହାନ୍ତି ।

ବିଜେଡିରେ ମିଶିଯିବା ପରେ ବାପାଙ୍କର ସବୁ ଆଶା ଓ ଭରଷାକୁ ପୁଅ ମନ୍ମଥ ଧୂଳିସାତ କରିଦେଇଛନ୍ତି । ଯାହା ପରେ ପରେ କଙ୍ଗ୍ରେଶର ସବୁ କମିଟିରୁ ସୁର ରାଉତରାୟ ଇସ୍ତଫା ଦେଇ ବାହାରି ଆସିଥିଲେ । ତେଣୁ ତାଙ୍କ ପରେ ତାଙ୍କ ସାନ ପୁଅ ଜଟଣୀରୁ କଙ୍ଗ୍ରେଶ ପାର୍ଟିରୁ ଛିଡା ହୋଇ ନିର୍ବାଚନ ଲଢିବେ ବୋଲି ତାଙ୍କର ଇଛା ରହିଥିଲା । ହେଲେ ଯେବେ ଠାରୁ ସୁରଙ୍କ ସାନ ପୁଅ ମନ୍ମଥ ବିଜେଡିରେ ସାମିଲ ହୋଇଛନ୍ତି । ସେବେ ଠାରୁ ସୁର ରାଉତରାୟଙ୍କ ମନ ଭାଙ୍ଗି ଯାଇଛି ।

ବାପାଙ୍କର ଏତେ କହିବା ସତ୍ବେ ମଧ୍ୟ ମନ୍ମଥ କଙ୍ଗ୍ରେଶରେ ସାମିଲ ନହୋଇ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଏହାପରେ ବାପାଙ୍କ ସମ୍ମାନ ରକ୍ଷା କରିବାକୁ ଯାଇ ନିଜ ଜଟଣୀ ଅଞ୍ଚଳର ଉନ୍ନତି କରିବା ପାଇଁ ସୁରଙ୍କର ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଏଭଳି କିଛି ପଦକ୍ଷେପ ଗ୍ରହଣ କରିଛନ୍ତି । ସିଦ୍ଧାର୍ଥ ରାଉତରାୟଙ୍କୁ କଙ୍ଗ୍ରେଶରୁ ଟିକେଟ ନମିଳିବା ପରେ ସେ ଏବେ ସ୍ଵାଧୀନ ହୋଇ ଜଟଣୀରୁ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହି ଖବର ପ୍ରସାରଣ ପରେ ସୁର ରାଉତରାୟଙ୍କ ପରିବାର ଏବେ 3 ଭାଗ ହୋଇଯାଇଛି ବୋଲି ସାଧାରଣରେ ଚର୍ଚାରେ ହେବାକୁ ଲାଗିଛି । ବାପା କଙ୍ଗ୍ରେଶ, ବଡ ପୁଅ ସ୍ଵାଧୀନ ଓ ସାନ ପୁଅ ବିଜେଡି ପଟୁଆ ହୋଇଯାଇଛନ୍ତି । ତେବେ ବାପା ସୁର ରାଉତ ରାୟଙ୍କର ହାନୀ ହୋଇଥିବା ସମ୍ମାନକୁ ପୁଣି ଥରେ ଆଣିଦେବା ପାଇଁ ଜଟଣୀରୁ ସ୍ଵାଧୀନ ଭାବେ ଲଢିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ତାଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତ ରାୟ । ବାପାଙ୍କ ସମ୍ମାନ ପାଇଁ ଜଟଣୀରୁ ବିଧାସଭା ଆସନ ପାଇଁ ସିଦ୍ଧାର୍ଥ ରାଉତରାୟ ଲଢିବେ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *