ପୂର୍ବ ଭଳି ଏବେ ବିଜେଡିରେ ଆଉ ନାହିଁ…ଷ୍ଟାର କ୍ରେଜ ! BJD-BJP

ବିଜେଡିରେ ନାହିଁ ଷ୍ଟାର କ୍ରେଜ ! ସୂଚନା ମୁତାବିକ ଓଡିଶାର ଏବେ ବଡ ଷ୍ଟାର ବିଜେପି ମୁହାଁ ହୋଇଛନ୍ତି । ଅରିନ୍ଦମ ରଏ ଠାରୁ ଆରମ୍ଭ କରି ଅନୁଭବ ମହାନ୍ତି ସବୁ ବିଜେଡି ଦଳ ଛାଡି ଦେଇଛନ୍ତି । ଗୋଟେ ପରେ ଗୋଟେ ବଡ ବଡ ଚେହେରା ବିଜେଡି ଛାଡି ବିଜେପିରେ ଯୋଗ ଦେଉଛନ୍ତି । ତେବେ ଏଭଳି କାହିଁକି ହେଉଛି ? ଆଗକୁ ନିର୍ବାଚନ ଆସୁଥିବା ବେଳେ ବିଜେଡିରୁ ଗୋଟେ ଗୋଟେ ଷ୍ଟାର ଚାଲିଯିବା ପରେ ବିଜେଡି ଦଳର ଷ୍ଟାର କ୍ରେଜ କମିବାରେ ଲାଗିଛି ।

ପ୍ରଥମେ ଅଭିନେତା ଅରିନ୍ଦମ ରଏ, ତାପରେ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଓ ତାପରେ ଅନୁଭବ ମହାନ୍ତି ଏମାନେ ସମସ୍ତେ ବିଜେଡିକୁ ଛାଡି ଦେଇଛନ୍ତି । ତେବେ ଏଠାରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି କି ! ଦଳ ଏମାନଙ୍କୁ ଛାଡୁଛି ନା ଏମାନେ ଦଳ ଛାଡୁଛି । ନିର୍ବାଚନ ପୂର୍ବରୁ ହିଁ ଜଣଙ୍କ ପରେ ଜଣେ ଷ୍ଟାର ବିଜେଡିରୁ ଇସ୍ତଫା ଦେଉଛନ୍ତି । ବିଜେଡିର ହେଭିୱେଟ ନେତା ତଥା ଅଭିନେତା ମାନେ ବିଜେଡି ଛାଡି ବିଜେପି ମୁହାଁ ହେବା ନେଇ ଖୁବ ଚର୍ଚା ଲାଗି ରହିଛି ।

ଯେଉଁ ସବୁ ନେତା ଦିନେ ବିଜେଡିର ଷ୍ଟାର ପ୍ରଚାରକ ଭାବେ ରହି କାମ କରୁଥିଲେ । ସେମାନେ ସମସ୍ତେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ସମୀକ୍ଷକ ମାନେ ଅନେକ ପ୍ରକାର ମତ ଦେଉଛନ୍ତି । ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଯେ ଯେଉଁ ମାନେ ବିଜେପିରେ ମିଶିବାକୁ ଚାହୁଁଛନ୍ତି । ଆମେ ତାଙ୍କୁ ଆମ ଦଳ ପକ୍ଷରୁ ସ୍ଵାଗତ କରୁଛୁ ।

ଏଥର ଖୁବ ଶୀଘ୍ର ସରକାର ବଦଳିବାକୁ ଯାଉଛି । ବିଜେଡି ସରକାର ବଦଳି ବିଜେପି ସରକାର ଆସିବା ପାଇଁ ଯାଉଛି । ତେବେ ଦଳରୁ ଟିକେଟ ମିଳୁନାହିଁ ବୋଲି କ୍ଷୋଭ ପ୍ରକାଶ କରି ଷ୍ଟାର ନେତା ମାନେ ଦଳ ବଦଳାଉଛନ୍ତି କି ଦଳ ବଦଳାଇବା ପଛରେ ସେମାନଙ୍କର ଆଉ କିଛି ପ୍ରମୁଖ କାରଣ ରହିଛି ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏହାରି ଭିତରେ ଆଗକୁ ଆସୁଥିବା ନିର୍ବାଚନ ସମୟ କିଭଳି ରହିବାକୁ ଯାଉଛି । ଏହା ଛଡା ଏଥର ବିଜେଡି ନା ବିଜେପି ନିର୍ବାଚନରେ କିଏ ବାଜି ମାତ କରୁଛି ତାହା ଦେଖିବାକୁ ଅପେକ୍ଷା ରହିଲା । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *