ସବୁଠୁ ଅଲଗା ଏହି ମହିଳା ଡାକ୍ତର, ଝିଅ ହେଲେ ନିଅନ୍ତି ନାହିଁ fees ବରଂ ବାଣ୍ଟନ୍ତି ମିଠା, ଯାହାଙ୍କ ବିଷୟରେ ଜାଣିଲେ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ, ଆମ ସମାଜରେ ଏଭଳି ଅନେକ ବିକୃତ ମାନବିକତା ର ଲୋକ ଅଛନ୍ତି, ଯେଉଁ ମାନେ ପୁଅ ଏବଂ ଝିଅ ରେ ଭେଦ ଭାବ କରନ୍ତି । ଘରେ ପୁଅ ଜନ୍ମ ହେଲେ ସେହି ଘରର ଲୋକ ବହୁତ ଖୁସି ରେ ମିଠା ବଣ୍ଟନ କରିଥାନ୍ତି । କିନ୍ତୁ ଯଦି ଝିଅ ଜନ୍ମ ନେଇଥାଏ ତେବେ ସେହି ଘରର ଲୋକେ ଆଦୌ ଖୁସି ହୋଇ ନଥାନ୍ତି । ମାତ୍ର ଆଜିଭଳି ଦିନରେ ଝିଅ, ପୁଅ ମାନଙ୍କ ଠାରୁ କମ ନୁହନ୍ତି । ପୁଅ ମାନଙ୍କ ସହିତ ଝିଅ ମାନେ କାନ୍ଧ ରେ କାନ୍ଧ ମିଶାଇ ଚାଲୁଛନ୍ତି । ଝିଅ ମାନେ ହିଁ ଆଜିକାଲି ମାତାପିତା ଙ୍କ ନାମ ଅର୍ଜନ କରୁଛନ୍ତି ।

ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ମହିଳା ଡାକ୍ତର ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ କି ପୁଅ ଏବଂ ଝିଅ ମାନଙ୍କ ମଧ୍ୟରେ ଭେଦ ଭାବ ରଖୁଥିବା ଲୋକଙ୍କ ପାଇଁ ଏକ ସବକ ଶିଖାଇ ଥାନ୍ତି । ଏହି ମହିଳା ଡାକ୍ତର ଙ୍କ ପାଖରେ ଯଦି ଝିଅଟିଏ ଜନ୍ମ ହେଉଅଛି ତେବେ ମହିଳା ଡାକ୍ତର ଜଣକ ଆଦୌ ଫିସ ନେଉନାହାଁନ୍ତି । ଏହା ସହିତ ଏହି ମହିଳା ଡାକ୍ତର ଜଣକ ନିଜେ ଝିଅ ହେବା ଖୁସିରେ ସାରା ନର୍ସିଙ୍ଗ ହୋମ ରେ ମିଠା ବାଣ୍ଟି ଦିଅନ୍ତି ।

ଆପଣ ମାନେ ଅନେକ ଜାଗାରେ ଦେଖିଥିବେ ଝିଅଟିଏ ଜନ୍ମ ହେଲେ, ସେହି ଘରର ବ୍ୟକ୍ତି ନିରାଶ ହୋଇଯାନ୍ତି ଏବଂ ଯଦି ସେମାନେ ନିଧନ ଥାନ୍ତି ତେବେ ସେମାନେ କାନ୍ଦିବାକୁ ଲାଗିଥାନ୍ତି । କିନ୍ତୁ ଏହି ମହିଳା ଏଭଳି ଅଛନ୍ତି ଯିଏ ଲୋକଙ୍କ ଚିନ୍ତାଧାରା ବଦଳାଇବାକୁ ପ୍ରୟତ୍ନ କରିଛନ୍ତି ।

ଏହି ମହିଳା ଡାକ୍ତର ଜଣଙ୍କ ଏହି ଚେଷ୍ଟା ରେ ଲାଗିଛନ୍ତି ଯେ ପୁଅ ହେଉ ଅବା ଝିଅ ଉଭୟଙ୍କ ପାଇଁ ଉଚିତ ଖୁସି ଏବଂ ସମ୍ମାନ ସ୍ନେହା ଆଦର ମିଳୁ । କାହା ମଧ୍ୟରେ ଭେଦ ଭାବ ରଖନ୍ତୁ ନାହିଁ । ଏହି ଡାକ୍ତରଙ୍କ ନାମ ଶିପ୍ରା ଅଟେ । ଯେତେବେଳେ ତାଙ୍କ ନର୍ସିଙ୍ଗ ହୋମ ରେ କେଉଁ ଝିଅ ର ଜନ୍ମ ହୋଇଥାଏ ସେ ବେଡ ଚାର୍ଜ ନିଅନ୍ତି ନାହିଁ କି ଫିସ ନିଅନ୍ତି ନାହିଁ ।

ଡାକ୍ତର ପ୍ରିୟା ଧର ଏମବିବିଏସ ଏବଂ ଏମଡି କରିଛନ୍ତି । ଏବଂ ବାରାନାସି ରେ ସେ ଏକ ନର୍ସିଙ୍ଗ ହୋମ ଚଲାଉଛନ୍ତି । ତାଙ୍କ ସ୍ଵାମୀ ଙ୍କ ନାମ ଡାକ୍ତର ଏମକେ ଶ୍ରିବାସ୍ତବ ଅଟେ । ଡାକ୍ତର ସିପ୍ରା ଙ୍କ ଏହିଭଳି ସହଯୋଗ ଦେଖି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଭାବିତ ହୋଇ କହିଥିଲେ ଯେ ପ୍ରତ୍ୟକ ମାସର ୯ ତାରିଖରେ ଯଦି ଝିଅଟିଏ ଜନ୍ମ ହେଉଅଛି ତେବେ ତାଙ୍କଠାରୁ କୌଣସି ଫିସ ନିଅନ୍ତୁ ନାହିଁ ।

ଏହାଦ୍ଵାରା ଦେଶ ରେ ଥିବା ଲୋକ ମାନଙ୍କ ଝିଅ ଜନ୍ମ ହେବା ପ୍ରତି ଚିନ୍ତା ଧାରା ବଦଳି ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *