ଫେରାର ହେଲେ ସୁମିତଙ୍କ ପୁରା ପରିବାର, Tapaswini ଆଣିଲେ ଏମିତି ଅଭିଯୋଗ, ସେ କଣ କହୁଛନ୍ତି ଦେଖନତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ତପସ୍ୱିନୀ ଏବଂ ସୁମିତଙ୍କ ବିବାଦରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି । ମାମଲାର ଅନ୍ତ ଘଟିବା ପରିବର୍ତ୍ତେ ବିବାଦ ଦିନକୁୁ ଦିନ ବଢ଼ିବାରେ ଲାଗିଛି । ଚଳିତ ମାସ ୯ ତାରିଖରେ ଏସିଡିଜେଏମ୍‍ ଦେଇଥିବା ରାୟରେ ପତ୍ନୀଙ୍କ ସମସ୍ତ ଦାୟୀତ୍ୱ ନେବା ସହ ତାଙ୍କୁ ଘର ଭଡା ନେଇ ରଖିବାକୁ ନିର୍ଦ୍ଦେଶ ଥିବା ବେଳେ ଆସିକା ଚିନିକଳ ଅତିଥି ଭବନରୁ ତପସ୍ୱିନୀଙ୍କ ସ୍ୱାମୀ ଗାଏବ ହୋଇଯିବା ଘଟଣା ପୁରା ମାମଲାକୁ ଅଡୁଆ କରିଛି ।

କୋର୍ଟ ଅବମାନନା ଅଭିଯୋଗ କରିବା ଏବଂ ସ୍ଥାନୀୟ ପରିବାର ଅଦାଲତରେ ସୁମିତ କରିଥିବା ଛାଡପତ୍ର ମାମଲାର କାଉନସିଲିଂ ତାରିଖଥିବାରୁ ତପସ୍ୱିନୀ ଆଜି ଦିନ ଗୋଟାଏ ବେଳେ ପ୍ରଥମେ ପରିବାର ଅଦାଲତରେ ପହଞ୍ଚିଥିଲେ । ସେଠାରେ ସେ ହାଜର ହୋଇଥିଲେ ମଧ୍ୟ ସୁମିତଙ୍କ ଦେଖା ଦର୍ଶନ ନଥିଲା । ଉଭୟ ପକ୍ଷଙ୍କ ପାଇଁ ପରିବାର ଅଦାଲରେ ଆଜି କାଉନସିଲିଂ ତାରିଖ ଧାର୍ଯ୍ୟ ହୋଇଥିଲା । ସୁମିତ ଆସି ନଥିଲେ ମଧ୍ୟ ତପସ୍ୱିନୀ ତାଙ୍କ ଓକିଲ ରଞ୍ଜନ ଉପାଧ୍ୟାୟଙ୍କ ଜରିଆରେ ପରିବାର ଅଦାଲତ କୋର୍ଟରେ ହାଜର ହୋଇ ଯାଇଥିଲେ ।

ତପସ୍ୱିନୀଙ୍କ ସହ ସମାଜସେବୀ ପ୍ରମିଳା ଦେବୀ ମଧ୍ୟ ଥିଲେ । ପରିବାର ଅଦାଲତରୁ ଫେରି ତପସ୍ୱିନୀ ତାଙ୍କ ଓକିଲ ପ୍ରଦୀପ ବେହେରାଙ୍କ ଜରିଆରେ ଏସଡିଜେଏମଙ୍କ କୋର୍ଟରେ ହାଜର ହୋଇଥିଲେ । ସେଠାରେ ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତ କୋର୍ଟଙ୍କ ଆଦେଶକୁ ଅବମାନନା କରିଥିବା ନେଇ ଅଭିଯୋଗ କରିଛନ୍ତି । ପିଟିସନ ଦାଖଲ ପରେ ଏସଡିଜେଏମ୍‍ ଉଭୟ ପକ୍ଷଙ୍କ ଓକିଲଙ୍କ ଉପସ୍ଥିତିରେ ତପସ୍ୱିନୀଙ୍କ ଅଭିଯୋଗକୁ ଶୁଣିଥିଲେ ।

ଏହି ସମୟରେ ତପସ୍ୱିନୀ କାନ୍ଦି କାନ୍ଦି ୯ ତାରିଖଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ କଥା କହିଥିଲେ । ସ୍ୱାମୀଙ୍କୁ ପାଇବା ପର୍ଯ୍ୟନ୍ତ ସେ ଲଢ଼େଇ ଜାରି ରଖିବେ ବୋଲି କହିଥିଲେ । ତେବେ ଉଭୟ ପକ୍ଷଙ୍କ ଓକିଲ ସହ ତପସ୍ୱିନୀଙ୍କ ଅଭିଯୋଗ ଶୁଣିବା ପରେ ଚଳିତ ମାସ ୧୭ ତାରିଖରେ ଉକ୍ତ ପିଟିସନର ରାୟ ପାଇଁ ଏସଡିଜେଏମ୍‍ ଜୀତେନ୍ଦ୍ରୀୟ ପାଣିଗ୍ରାହୀ ଦିନ ଧାର୍ଯ୍ୟ କରିଥିବା ତାଙ୍କ ଓକିଲ ପ୍ରଦୀପ ବେହେରା କହିଛନ୍ତି ।

ଅନ୍ୟପକ୍ଷରେ ସେହି ୧୭ ତାରିଖରେ ହିଁ ଆସିକା ଥାନା ଅଧିକାରୀ ଏବଂ ପ୍ରୋଟେକ୍ସନ ଅଧିକାରୀଙ୍କ ରିପୋର୍ଟର ମଧ୍ୟ ରାୟ ପ୍ରକାଶ ପାଇବ ବୋଲି ଓକିଲ ପ୍ରଦୀପ ବେହେରା କହିଛନ୍ତି । ଏସଡିଜେଏମ୍‍ଙ୍କ କୋର୍ଟରୁ ବାହାରି ତପସ୍ୱିନୀ କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ ସେ ହାରିବେ ନାହିଁ ବରଂ ତାଙ୍କ ସ୍ୱାମୀ ଙ୍କ ପାଇବା ପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ସୁମିତ ଆସିକା ଅତିଥି ଭବନରୁ ଗାଏବ ହେବା ପରେ ବ୍ରହ୍ମପୁର ଆସି ତାଙ୍କ ପରିବାର ଲୋକଙ୍କ ସହ ଭେଟିଥିବା ପରେ ପରିବାର ଲୋକଙ୍କ ସହ ମିଶି କେଉଁ ଆଡେ ଫେରାର ହୋଇଯାଇଥିବା ମଧ୍ୟ ତପସ୍ୱିନୀ ଅଭିଯୋଗ କରିଛନ୍ତି ଏବଂ ତାଙ୍କର ପୁରା ପରିବାର ଫେରାର ଅଛି ବୋଲି ସେ କହିଛନ୍ତି ।


କୋର୍ଟରେ ହାଜର ହେବା ପରେ ପୁଣି ତପସ୍ୱିନୀ ଆସିକା ଚିନିକଳ ଅତିଥି ଭବନକୁ ଫେରିଛନ୍ତି । ସେଠାରୁ ସେ ବାହାରିବା ବେଳେ ତାଙ୍କ ମାଁଙ୍କୁ ରଖି ଆସିଥିଲେ । ବର୍ତ୍ତମାନ ଧିରେ ଧିରେ ଏହି ମାମଲାର ମୋଡ ବଦଳି ବଦଳି ଯାଉଛି । ଏବେ ତପସ୍ୱିନୀ ଆସିକା ଚିନିକଳ ଅତିଥି ଭବନ ଛାଡିବାକୁ ନାରାଜ । ସେଠାରେ ତାଙ୍କର ସୁରକ୍ଷାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିବାରୁ ମହିଳା ପୁଲିସ ସେଠାରେ ଦିନ ରାତି ଜଗି ରହୁଛନ୍ତି ।

ଅନ୍ୟପଟେ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଛନ୍ତି ଯେ, ସୁମିତ କୋର୍ଟଙ୍କ ଆଦେଶକୁ ଆଦୌ ଅବମାନନା କରିନାହାନ୍ତି । ଅସୁସ୍ଥତା କାରଣରୁ ସେ ତାଙ୍କ ବନ୍ଧୁଙ୍କ ଘର ବାଲିସିରାରେ ହିଁ ଛୁଟି ନେଇ ରହୁଛନ୍ତି । ଏପରିକି ତାଙ୍କ ସମ୍ପର୍କୀୟଙ୍କ ଜରିଆରେ ଘର ମଧ୍ୟ ପାଖାପାଖି ଖୋଜୁଥିବା ସେ କହିଛନ୍ତି । ପୁଣି ଚଳିତ ମାସ ୧୭ ତାରିଖରେ କୋର୍ଟଙ୍କ ରାୟକୁ ଅପେକ୍ଷା କରିଛନ୍ତି ସମସ୍ତେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *