ଯଦି ଦ୍ରୌପଦୀ ଜିତନ୍ତି… କେତେ ଟଙ୍କା ପାଇବେ ଦରମା ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ଆଉ ଆମ ଓଡିଶାରୁ ମଧ୍ୟ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏହା ହେଉଛି ଆମ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର କଥା । ବନ୍ଧୁଗଣ ଅନ୍ୟ ପଟେ ସମସ୍ତ ଓଡିଶା ବାସୀ ଦ୍ରୌପଦୀଙ୍କ ପାଇଁ ବେସ ଖୁସି ଅଛନ୍ତି ଆଉ ଦ୍ରୌପଦୀଙ୍କୁ ସୁବେଚ୍ଚା ଜଣାଉଛନ୍ତି । ବନ୍ଧୁଗଣ ଅନ୍ୟ ପଟେ ଦ୍ରୌପଦୀ ଏବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀଗସ୍ତ କରିଛନ୍ତି । ତାଙ୍କୁ ଏୟାରପୋର୍ଟକୁ ଛାଡିବା ପାଇଁ ତାଙ୍କ ଝିଅ ଯାଇଥିଲେ ।

ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଦ୍ରୌପଦୀ ରାଷ୍ଟ୍ରପତି ପାର୍ଥୀ ହେବା ପରେ ରାଷ୍ଟ୍ରପତିଙ୍କ ମର୍ଯ୍ୟାଦା ଓ ସୁବିଧା ସୁଯୋଗକୁ ନେଇ ଓଡିଶାରେ ଏବେ ଖୁବ ଚର୍ଚ୍ଚା । ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ଜିତନ୍ତି ଏବଂ ରାଷ୍ଟ୍ରପତି ହୁଅନ୍ତି କେତେ ଟଙ୍କା ଦରମା ପାଇବେ ଓ କଣ କଣ ଅତିରିକ୍ତ ସୁବିଧା ପାଇବେ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତକଣ୍ଠା ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରାଷ୍ଟ୍ରପତି କେତେ ଟଙ୍କା ଦରମା ପାନ୍ତି ଆଉ କଣ କଣ ସବୁ ସୁବିଧା ପାନ୍ତି ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଭାରତର ରାଷ୍ଟ୍ରପତିଙ୍କ ମାସିକ ଦରମା ହେଉଛି 5 ଲକ୍ଷ ଟଙ୍କା । ରହିବା ପାଇଁ ରାଷ୍ଟ୍ରପତି ଭବନ ଯେଉଁଠି 340ଟି ବଖରା ଘର ଅଛି ।

ଚିକିତ୍ସା ପାଇଁ ଜୀବନବ୍ୟାପୀ ମାଗଣା ଚିକିତ୍ସା ସୁବିଧା ଅଛି । ଚଢିବା ପାଇଁ ସୁରକ୍ଷା ସମ୍ପନ୍ନ ମର୍ସଡିଜ ବେଞ୍ଚ ଏସ-600 କାର । ଭାରତର ରାଷ୍ଟ୍ରପତି କେବଳ ଯେ କ୍ଷମତାରେ ଥିବା ଯାଏଁ ସୁବିଧା ପାନ୍ତି ତାହା ନୁହେଁ ପାଞ୍ଚ ବର୍ଷରୁ କାର୍ଯ୍ୟକାଳ ସରିବା ପରେ ରାଷ୍ଟ୍ରପତିଙ୍କୁ ମାସିକ ଦେଢ ଲକ୍ଷ ଟଙ୍କା ପେନସନ ମିଳେ । ପତ୍ନୀ କିମ୍ବା ପତି ଥିଲେ ମାସିକ 30 ହଜାର ଟଙ୍କା ଆର୍ଥିକ ରାଶି ମିଳେ । ରହିବା ପାଇଁ ଟାଇପ 3 ବର୍ଗର ଏକ ବଙ୍ଗଳା ମିଳେ ।

ଫୋନରେ କଥା ହେବା ପାଇଁ ଲ୍ୟାଣ୍ଡଲାଇନ ଓ ମୋବାଇଲ ସୁବିଧା ମାଗଣାରେ ମିଳେ । ପୂର୍ବତନ ରାଷ୍ଟ୍ରପତିଙ୍କ ଯତ୍ନ ନେବା ପାଇଁ 5 ଜଣ ବ୍ୟକ୍ତିଗତ ସହାୟକ ଦିଆଯାଏ । କର୍ମଚାରୀଙ୍କ ଖର୍ଚ୍ଚ ପାଇଁ ବାର୍ଷିକ 60 ହଜାର ଟଙ୍କା ମିଳେ । ମାଗଣା ଟ୍ରେନ ଓ ବିମାନ ସୁବିଧା ମଧ୍ୟ ମିଳେ । ଯଦି ଏନଡିଏ ପାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତାଙ୍କୁ ଏ ସମସ୍ତ ସୁବିଧା ମିଳିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *