‘ଗାଁ ନାଁ ଉଦୟପୁର… ପୁଅ ନାଁ ରାଇମୋହନ’ ଏଇ ଗାଁର ଧୂଳିମାଟିରେ ଖେଳିବୁଲି ବଡ଼ ହୋଇଥିଲେ ଲୋକପ୍ରିୟ ଅଭିନେତା Raimohan Parida, ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରିଷ୍ଠ  ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଗତ କିଛି କାଲି  ରାଇମୋହନ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତ୍ୟା କରିବା ପଛରେ କଣ କାରଣ ରହିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାଇମୋହନଙ୍କ ଗାଁର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ରାଇମୋହନଙ୍କ ଗାଁର ନାମ ହେଉଛି ଉଦୟପୁର । ଏହି ଗାଁର ଧୂଳିମାଟିରେ ଖେଳି ବଡ ହେଇଥିଲେ ରାଇମୋହନ ପରିଡା । ରାଇ ଭାଇ କହିଲେ ଉଦୟପୁର ଗାଁର ଛୁଆ ଠାରୁ ବଡ ସମସ୍ତେ ଜାଣନ୍ତି ।

କେନ୍ଦୁଝର ଜିଲ୍ଲାର ଉଦୟପୁର ଗାଁ ଦାଣ୍ଡ ଆଜି ପୁରା ସୁନ ସାନ । ଗାଁ ଲୋକେ ମନ ଦୁଃଖ କରି ଗାଁ ଛକରେ ଛିଡା ହୋଇଛନ୍ତି । ସବୁଦିନ ପାଇଁ ଦୁନିଆ ଛାଡି ଦେଲେ ମାଟିର ପୁଅ । ବନ୍ଧୁଗଣ ଏହି ଗାଁ ରାସ୍ତା ଦେଇ କଲେଜ ପାଠ ପଢିବାକୁ ଯାଉଥିଲେ ରାଇମୋହନ । ଏ ହେଉଛି ତାଙ୍କର ସେହି ଘର ଯେଉଁ ଘରେ ଜନ୍ମ ନେଇଥିଲେ ସମସ୍ତଙ୍କ ଆଦରର ଭାଇ ରାଇ ଭାଇ । 1963 ମସିହାରେ ଉଦୟପୁରରେ ଜନ୍ମ ନେଇଥିଲେ ରାଇମୋହନ ପରିଡା ।

ଗାଁ ସ୍କୁଲ ଓ କଲେଜରେ ପାଠ ପଢିବା ପରେ ସେ ଭୁବନେଶ୍ବର ସଙ୍ଗୀତ ମହାବିଦ୍ୟାଳୟର ଡ୍ରାମା ବିଭାଗରେ ଅଧୟନ ଆରମ୍ଭ କରିଥିଲେ । ଆଉ ଏହା ପରେ ଆରମ୍ଭ ହୋଇଥିଲା ତାଙ୍କ ସଂଘର୍ଷମୟ ଜୀବନର ଯାତ୍ରା । ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସେ ଏତେ ବଡ ସଫଳତା ପାଇଥିଲେ । ହେଲେ ବନ୍ଧୁଗଣ ଆଜି ସେ ଆମ ମାନଙ୍କ ଗହଳରେ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *