ନମସ୍କାର ବନ୍ଧୁଗଣ, ସମ୍ବଲପୁର ଜିଲ୍ଲାର ରାସ୍ତା କାମ ସାମାନ୍ୟ ଏକ ଗଛ ପାଇଁ ଅଟକି ରହିଛି । ସେ ଗଛକୁ କେହି କାଟି ପାରୁନାହାନ୍ତି କିମ୍ବା ଭୟରେ ସେହି ଗଛ କାଟିବା ପାଇଁ କେହି ଗଛ ପାଖକୁ ମଧ୍ୟ ଯାଉନାହାନ୍ତି । ଯିଏ ବି ଯାଇଛନ୍ତି ସେହି ଗଛ କାଟିବା ପାଇଁ ତାଙ୍କ ସହ ଘଟିଛି ଏଭଳି କିଛି ଘଟଣା ଯାହା ଜାଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । କଳିଯୁଗରେ ମଧ୍ୟ ଭଗବାନ ମହିମା ଦେଖି ଆଖି ଛଳ ଛଳ ହୋଇଯିବ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ ।
ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲାରେ ଚାରି ଥାକ ରାସ୍ତା ହେବା ପାଇଁ କାମ ଚାଲିଛି । ସେଥିପାଇଁ ରାସ୍ତା କଡରେ ଥିବା ଅନେକ ଗଛ କଟାଯାଉଛି । କିନ୍ତୁ ସେଠାରେ ଏକ ଗଛ ଲୋକଙ୍କ ଜୀବନ ନେଇ ସାରିଲାଣି ପଛେ ନିଜକୁ କାଟିବା ପାଇଁ ଦେଉନି । ପ୍ରକୃତ ଘଟଣା ଏହା ଅଟେ କି ସେହି ଗଛକୁ କାଟିବା ପାଇଁ କିଛି ଲୋକ ଯାଇଥିଲେ କିନ୍ତୁ ସେମାନଙ୍କୁ ଦେହ ହଠାତ ଅସୁସ୍ଥ ହୋଇପଡିଲା ।
ଆଉ ସେମାନେ ଗଛ କାଟିପାରିଲେ ନାହିଁ । ଏହାପରେ ଅନ୍ୟ କିଛି ଲୋକ କାଟିବା ପାଇଁ ଯିବା ପରେ ଗଛ କାଟିବା ପାଇଁ ଉଦ୍ୟମ କରିବା ପରେ ସେମାନଙ୍କର ମୃତ୍ୟୁ ଘଟିଲା । ଏହାପରେ ଠାକୁର ଗଛ କାଟିବାକୁ ଆସୁଥିବା ଲୋକଙ୍କୁ ସ୍ଵପ୍ନାଦେଶ କଲେ । ଆଉ କହିଲେ ସେହି ଗଛରେ ସେ ବାସ କରୁଛନ୍ତି । ତେଣୁ ତାହାକୁ କେହି ମଧ୍ୟ କାଟ ନାହିଁ ।
ଏହା ଶୁଣିବା ପରେ ସେହି ଗଛକୁ କାଟିବା ପାଇଁ ଆଉ କେହି ମଧ୍ୟ ଭୟରେ ଗଲେ ନାହିଁ । ତେଣୁ ସରକାରଙ୍କୁ ସ୍ଥାନୀୟ ଲୋକମାନେ ଗଛ ନ କାଟି ସେଠାରେ ଏକ ମନ୍ଦିର ତିଆରି ପାଇଁ ଅନୁମତି ମାଗିଥିଲେ । ଆଉ ବର୍ତ୍ତମାନ ସେଠାରେ ସରକାର ମନ୍ଦିର ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି । କାରଣ ଶେଷରେ ଭଗବାନଙ୍କ ଆଗରେ ଆଉ ଏକ ଗଛ ଆଗରେ ହାର ମାନିଲା ମଣିଷ ।
ଢୋଲ ବାଜ ସଙ୍କୀର୍ତ୍ତନ ବଜା ଯାଇ ଏବେ ସେଠାରେ ମନ୍ଦିର ଆରମ୍ଭ ହେବାର ପ୍ରସ୍ତୁତି ଚାଲିଛି । ଆଉ ଗଛରେ ଭଗବାନ ବାସ କରୁଥିବା ହେତୁ ଅନେକ ବର୍ଷ ହେବ ରାସ୍ତା କାମ ପାଇଁ ଗଛ କଟା ଯାଇପାରୁ ନାହିଁ । ତେଣୁ ଗଛ ସେମିତି ରାସ୍ତା ମଝିରେ ଠିଆ ହୋଇ ରହିଛି । ଏହା ସମ୍ପର୍କରେ ଆପଣଙ୍କର ମତ କଣ ରହିଛି ତାହା ନିହାତି ଜଣାନ୍ତୁ ।