ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ଥିବେ ଆଉ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ସବୁ ଆପଣ ମାନେ ଦେଖୁଥିବେ । ଅଧିକାଂଶ ସମୟରେ ଆପଣ ମାନେ ଦେଖିଥିବେ ପର୍ଯ୍ୟଟକ ମାନେ ଅଭୟାରଣ୍ୟରେ ବିପଦରେ ପଡି ଥିବାର । କେତେବେଳେ ହାତୀ ଆକ୍ରମଣ କରିବାର ଭିଡିଓ ଭାଇରାଲ ହୋଇଥାଏ ତ କେତେବେଳେ ବାଘ ଜନ୍ତାରେ ପଡି ଯାନ୍ତି ପର୍ଯ୍ୟଟକ ଯେଉଁଥି ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଉଠି ଥାଏ ପ୍ରଶ୍ନବାଚୀ ।
ତେବେ ବର୍ତ୍ତମାନ ଉତ୍ତର ବଙ୍ଗର ଅଲିପୁର ଦ୍ଵାର ଜିଲ୍ଲା ସ୍ଥିତ ଜଳଦାପାଡା ରାଷ୍ଟ୍ରୀୟ ଉଦ୍ୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଭିଡିଓକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଉତ୍ତର ବଙ୍ଗର ଅଲିପୁର ଦ୍ଵାର ଜିଲ୍ଲା ସ୍ଥିତ ଜଳଦାପାଡା ରାଷ୍ଟ୍ରୀୟ ଉଦ୍ୟାନରେ ଗତ କାଲି ଦୁଇଟି ଗଣ୍ଡା ଗୋଟିଏ ସଫାରି ଜିପକୁ ଆକ୍ରମଣ କରିଥିବାର ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଭଲ କରି ଦେଖନ୍ତୁ ଏହି ଭିଡିଓ ଟିକୁ ଏହି ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ ଗଣ୍ଡାଟି ହଠାତ ସଫାରି ଜିପ ଉପରେ ଆକ୍ରମଣ କରୁଛି ।
ଗଣ୍ଡାକୁ ଦେଖି ପର୍ଯ୍ୟଟକ ମାନେ ଛାନିଆ ହେଇ ଯାଉଛନ୍ତି ଆଉ ସଫାରି ଜିପ ଡ୍ରାଇଭର ଗାଡି ରିଭର୍ସ ନେଉଛନ୍ତି । ସେହି ସମୟରେ ଜିପ ଚାଳକ ଦ୍ରୁତ ଗତିରେ ରିଭର୍ସ କରି ପଳାଇ ଯିବାକୁ ଚେଷ୍ଟା କରୁଥଲେ । ହେଲେ ସେହି ସମୟରେ ଚକା ଖସିଯିବାରୁ ଗାଡିଟି ଜଙ୍ଗଲ ମଧ୍ୟକୁ ପଡିଥିବା ରାସ୍ତା ସାଇଡରେ ଖସି ପଡିଥିଲା । ତେବେ ଏହି ଭିଡିଓରେ ଆଉ ଏକ ଦୃଶ୍ୟ ବି ଆପଣ ମାନେ ଦେଖି ପାରୁଥିବେ । ସଫାରି ଗାଡି ପଛରେ ଜଣେ ବନ ବିଭାଗ କର୍ମଚାରୀ ଏକ ସ୍କୁଟିରେ ନଜର ଆସୁଛନ୍ତି ।
ସେ ମଧ୍ୟ ଗଣ୍ଡାକୁ ଦେଖି ଦ୍ରୁତ ଗତିରେ ଗାଡି ଚଳାଇ ଚମ୍ପଟ ମାରୁଛନ୍ତି । ତେବେ ଏଠାରେ ଆମେ କହି ରଖିବାକୁ ଚାହୁଁ ଯେ ଗଣ୍ଡା ମାନେ ଜଙ୍ଗଲ ଭିତରେ ଥିବା ସମୟରେ ପର୍ଯ୍ୟଟକ ମାନେ ସେଠାରେ ରହି ଫଟୋ ଉଠାଉ ଥିଲେ । ଏହା ପରେ ଗଣ୍ଡା ମାନେ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ । ତେବେ ଏହି ଦୁର୍ଘଟଣା ଯୋଗୁଁ ଜିପରେ ଥିବା 7 ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।