ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଅଭିନୟ ପାଇଁ ଆସିଥିଲେ ଦେହଜୀବୀ ହେଲେ । ଦିନେ ପ୍ରଧାନମନ୍ତ୍ରୀଙ୍କୁ କରିଥିଲେ ପ୍ରେମ ନିବେଦନ । ଦେହଜୀବୀଙ୍କ ପାଇଁ ସରକାର ସହ କରୁଥିଲେ ଲଢେଇ । ହିରୋଇନ ହେବାର ସ୍ଵପ୍ନ ତାଙ୍କୁ ମାୟାନଗରୀକୁ ଟାଣି ଆଣିଥିଲା । ହେଲେ ସମୟ ଚକରେ ପ୍ରତାରଣାର ଶିକାର ହୋଇ ପାଲଟିଗଲେ ଦେହଜୀବୀ ।
ବାଧ୍ୟ ବାଧ୍ୟକତାରେ ଦେହଜୀବୀକୁ ଆପଣାଇ ଥିଲେ ସୁଧା କିଛି ଦିନରେ ସେ ଏକ କୋଠି ମଧ୍ୟ ତିଆରି କରିଦେଲେ । ନିଜର ଦମଦାର ଲୁକ୍ ପାଇଁ ସେ ବେସ ଚର୍ଚ୍ଚିତ ଥିଲେ । ବନ୍ଧୁଗଣ ରାଜନୀତିରେ ବି ତାଙ୍କର ଦବଦବା ଥିଲା । କ୍ୟାମେରା ସାମ୍ନାରେ ଅଭିନୟ କରିବା ପାଇଁ ଯିଏ ଦିନେ ବ୍ୟସ୍ତ ଓ ବିଭ୍ରତ ହେଉଥିଲେ ସେ ପାଲଟିଗଲେ କୋଠିର ରାଣୀ ମହୁମାଛି ।
କୁହାଯାଏ କି ସେ ଭାରତର ପୂର୍ବତ୍ତମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ବିବାହ କଲେ ଦେହଜୀବୀ ବୃତି ଛାଡିଦେବେ ବୋଲି ସେ କହିଥିଲେ । ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଗଙ୍ଗୁବାଇଙ୍କ କଥା କହୁଛୁ । ଏବେ ଗଙ୍ଗୁବାଇଙ୍କ ଜୀବନ ଉପରେ ଆଧାରିତ ବଲିଉଡ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡି’ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ମୁଖ୍ୟ ଭୂମିକା ତଥା ଗଙ୍ଗୁବାଇଙ୍କ ଭୂମିକାରେ ଅଭିନୟ କରିଛନ୍ତି ।
ଗଙ୍ଗୁବାଇ ଦେହ ବେପାର କରୁଥିଲେ ସତ ହେଲେ ଅନ୍ତରରୁ ସେ ଥିଲେ ଜଣେ ଉଦାରବାଦୀ ମଣିଷ । ଦେହଜୀବୀକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିବା ସହ ସରକାରଙ୍କ ବିରୋଧରେ ସ୍ଵର ମଧ୍ୟ ଉଠାଇ ଥିଲେ । କୁହାଯାଏ ଦେହ ବେପାର କରିବା ପାଇଁ ଗଳି ଗଳିରେ ତାଙ୍କୁ ସମସ୍ତେ ଜାଣି ଥିଲେ । ଏମିତି କି ତତ୍ କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ମଧ୍ୟ ତାଙ୍କୁ ନିଜ ବାସ ଭବନକୁ ନିମନ୍ତ୍ରଣ କରିଥିଲେ ।
ଆଉ ଗଙ୍ଗୁବାଇ ସେହି ସମୟରେ ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଗଙ୍ଗୁବାଇଙ୍କ ଇଛା ଥିଲା ଫିଲ୍ମରେ ଅଭିନୟ କରିବା ପାଇଁ । ତାଙ୍କ ବାପା ଜଣେ ଆଇନଜୀବୀ ଥିବା ବେଳେ ସେ ମୁମ୍ବାଇ ଆସିଥିଲେ ଅଭିନୟ କରିବା ପାଇଁ । ହେଲେ ଅଭିନୟ ଦୁନିଆରେ ପାଦ ଦେବା ବଦଳରେ କଳଙ୍କିତ ବୃତିରେ ପାଦ ଦେଲେ । ଅଭିନୟ ଶିଖିବା ପାଇଁ ଚାହୁଁ ଥିବା ବେଳେ ସେ ପ୍ରେମରେ ପଡିଗଲେ ହେଲେ ଏହି ପ୍ରେମ ସମ୍ପର୍କକୁ ପରିବାର ଲୋକ ସମର୍ଥନ ଦେଲେ ନାହିଁ ।
ହେଲେ ସେ ପ୍ରେମରେ ପାଗଳ ହୋଇ ନିଜ ପ୍ରେମିକଙ୍କ ସହ ଘର ଛାଡି ମୁମ୍ବାଇ ଆସିଯାଇଥିଲେ । ପ୍ରେମିକ ନିଜ ମାଉସୀଙ୍କ ଘରେ ଗଙ୍ଗୁବାଇଙ୍କୁ ରଖିଥିଲେ ହେଲେ ମାଉସୀ ଗଙ୍ଗୁଙ୍କୁ ଏକ ରେଡ ଲାଇଟ ଏରିଆରେ ଛାଡି ଦେଇଥିଲେ । ମାତ୍ର ୫୦୦ ଟଙ୍କାରେ ଗଙ୍ଗୁଙ୍କୁ ବିକ୍ରି କରିଦେଇଥିଲେ ପ୍ରେମିକଙ୍କ ମାଉସୀ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।