ଦେଖନ୍ତୁ ଭିଡିଓ: ‘କହିଲା ତୋ ବାପା ମଦ ଖାଇ ନଙ୍ଗଳା ହେଇ ପଡ଼ିଛି…’ ଏହି ଛୋଟ ପିଲାଟି କାନ୍ଦି କାନ୍ଦି ନିଜ ବାପାଙ୍କ ବିଷୟରେ ଯାହା କହୁଛି ଶୁଣିଲେ ଆପଣଙ୍କ ଆଖିରେ ଲୁହ ଚାଲି ଆସିବ !

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ରାଜ୍ୟରେ ପଞ୍ଚାୟତ ନିର୍ବାଚନର ମାହୋଲ ଚାଲିଛି । ତେବେ ଏହି ସମୟରେ ରାଜ୍ୟରେ ତିନୋଟି ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ମାନଙ୍କୁ ଛିଡା କରେଇ ପ୍ରଚାର ପ୍ରସାର କରୁଛନ୍ତି । ହେଲେ ଏହାରି ମଧ୍ୟ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି । ବନ୍ଧୁଗଣ ଏହି ଘଟଣାଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଜଣେ ଯୁବକଙ୍କ ପାଇଁ କାଳ ହୋଇଯାଇଛି ଇଲେକ୍ସନ ରାଲି । ରାଲି ସାରି ଖାଉଥିବା ବେଳେ ଟଳି ପଡିଛନ୍ତି ଯୁବକ ଆଉ ବାପା ଛେଉଣ୍ଡ ହୋଇଯାଇଛି ଏହି ଯୁବକ । ପୁଅ କାନ୍ଦି କାନ୍ଦି ନିଜ ବାପା ମୃତ୍ୟୁର କାରଣ ବଖାଣୁଛି ଗଣମାଧ୍ୟମ ସାମ୍ନାରେ ।

ପୁଅଟି ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି କହୁଛି-‘ମୋ ବାପା ଖାଇକି ବସିଥିଲେ ଚଉରା ଉପରେ ତିନି ଜଣ ଲୋକ ଆସି ମୋ ବାପାକୁ ଡାକି ନେଇଗଲେ ।  ମୋ ବାପାଙ୍କୁ ନେଇ ରାଲି କାଲେ ସେମାନେ ହେଲେ ହେମନ୍ତ, ବାବୁ କୁମାର, ଗୁରିଆ । ଡାକି ନେଇ ମୋ ବାପାଙ୍କୁ କଣ ଦେଇ ଦେଇଛନ୍ତି ଆମ ଘରକୁ ଆସି କହିଲେ ଯେ ମୋ ବାପା କୁଆଡେ ନଙ୍ଗଳା ହୋଇ ମଦ ଖାଇ ପଡିଛନ୍ତି ଯାଅ ନେଇକି ଆସିବ । ମୁ ନ୍ୟାୟ ପାଇବାକୁ ଚାହୁଁଛି’ ।

ବନ୍ଧୁଗଣ ମୃତକ ଯୁବକଙ୍କ ପରିଚୟ ହେଉଛି ସାଲେପୁରର ରାଘବପୁର ଗାଁର ଭଞ୍ଜ ସାମଲ । ଭଞ୍ଜ ରାଘବପୁର ଗାଁରେ ଦୀର୍ଘ ଦିନ ଧରି ଘର ଜ୍ଵାଇଁଆ ହୋଇ ରହି ଆସୁଥିଲେ । ସେ ଇଲେକ୍ସନ ରାଲିରେ ପ୍ରଚାର ପାଇଁ ମଧ୍ୟ ଯାନ୍ତି । ତାଙ୍କୁ ମଦ, ମାଂସ ଓ ଟଙ୍କାର ଲୋଭ ଦେଖାଇ ସୁରେନ୍ଦ୍ର କୁମାର ବେହେରା ଏବଂ ହେମନ୍ତ ଦାସ ପ୍ରଚାର ପାଇଁ ନେଇଥିଲେ ।

ଆଉ ପ୍ରଚାର ପରେ ଏମିତି ଟଳି ପଡିଲେ ଭଞ୍ଜ ସାମଲ । ଭଞ୍ଜଙ୍କ ଶଳାଙ୍କ ମତରେ, ଭଞ୍ଜଙ୍କୁ ନେଇ ମଦ ପିଆଇ ହତ୍ୟା କରିଛନ୍ତି । ଗତ କାଲି ଅଭିଯୁକ୍ତ ମାନଙ୍କ ନାମରେ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *