ଦର୍ଶକଙ୍କୁ ପେଟେ ଖୁଏଇଲେ ରାଣୀ ପଣ୍ଡା, ଖଣ୍ଡଗିରିରେ ଦର୍ଶକ ଖୁସିରେ ଖାଇଲେ…Rani Panda

ଦର୍ଶକଙ୍କୁ ପେଟ ପୁରା ଖୁଆଇଲେ ରାଣୀ ପଣ୍ଡା ! ତେବେ ଗତ କିଛି ଦିନ ଧରି ଖଣ୍ଡଗିରିରେ ଯାତ୍ରା ପରିବେଷଣ ହୋଇ ଆସୁଛି । ତେବେ ଗୌରୀ ଗଣନାଟ୍ଯରେ ଅଭିନେତ୍ରୀ ଭାବେ ରାଣୀ ପଣ୍ଡା ମଧ୍ୟ ନିଜର ଅଭିନୟ ପଦର୍ଶନ କରୁଛନ୍ତି । ଦର୍ଶକଙ୍କୁ ନିଜର ଅଭିନୟ ଦ୍ଵାରା ହସାଉଛନ୍ତି ଓ କନ୍ଦାଉଛନ୍ତି । ତେବେ ଏହି ଅବସରରେ ଖଣ୍ଡଗିରିକୁ ଯେଉଁ ମାନେ ଯାତ୍ରା ଦେଖିବାକୁ ଦର୍ଶକ ସବୁ ଆସିଛନ୍ତି । ସେମାନଙ୍କର ଖାଇବା ପାଇଁ ରାଣୀ ପଣ୍ଡା ଗତକାଲି ଗୋଟେ ରାତିର ବନ୍ଦୋବସ୍ତ କରିଥିଲେ ।

ରାଣୀ ପଣ୍ଡାଙ୍କ ଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକ ମାନଙ୍କ ପାଇଁ ଖାଇବାର ଆୟୋଜନ କରିଥିଲେ । ତେବେ ଏ ସବୁ ମଧ୍ୟରେ ଗଣ ମାଧ୍ୟମର ଏକ ସାକ୍ଷାତକାରରେ ରାଣୀ ପଣ୍ଡା କହିଛନ୍ତି । ଯେ ଖଣ୍ଡଗିରିରେରେ ଯେତେ ଦିନ ଯାତ୍ରା ହେବ । ସବୁଦିନ ତ ଦର୍ଶକଙ୍କୁ ଖାଇବା ଯୋଗାଇଦେବା ସମ୍ଭବ ହେବ ନାହିଁ। ହେଲେ ଗୋଟେ ରାତି ପାଇଁ ଦର୍ଶକ ମାନଙ୍କ ପାଇଁ ମୁଁ ଖାଇବାର ଆୟୋଜନ କରିଛି ।

ଦର୍ଶକ ମାନେ ଆସନ୍ତୁ ଖାଇବା ଖାଆନ୍ତୁ । ଯାତ୍ରା ଦେଖି ମୋତେ ଆଶ୍ରୀବାଦ କରିକି ଯାଆନ୍ତୁ । 4 ରାତି ଧରିକି ଆମର ଗୌରୀ ଗଣନାଟ୍ଯର ଯାତ୍ରା ପାର୍ଟି ଫୁଲ ରହିଛି । ଗୋଟେ ଚାର ବି ଆମର ଖାଲି ପଡିନାହିଁ । ଓଡିଶାବାସୀଙ୍କର ମୋ ପାଇଁ ବହୁତ ଭଲ ପାଇବା ଅରହିଛି । ସେମାନେ ମୋ ଅଭିନୟ ଦେଖିବା ପାଇଁ କେତେ କୁଆଡୁ ଦୂରଦୂରାନ୍ତରୁ ମଧ୍ୟ ଆସୁଛନ୍ତି । ତେଣୁ ଯେଉଁ ସବୁ ଓଡିଶାବାସୀଙ୍କ ସ୍ନେହ ଶ୍ରଦ୍ଧା ପାଇଁ ମୁଁ ଆଜି ଏଠାରେ ଅଛି ।

ସେହି ଓଡିଶାବାସୀଙ୍କର ହାତ ମୁଁ କେବେବି ଛାଡିବି ନାହିଁ । ମୁଁ ଯାତ୍ରା କରିକି ସେଥିରୁ ଟଙ୍କା ରୋଜଗାର କରୁଛି । ତେଣୁ ମୋ ପାଇଁ ଟଙ୍କା ଯେତିକି ବଡ ନୁହେଁ । ତା’ ଠାରୁ ଅଧିକ ବଡ ମୋ ପାଇଁ ଲୋକଙ୍କର ମୋ ପ୍ରତି ଥିବ ଶ୍ରଦ୍ଧା ଓ ଭଲ ପାଇବା । ତେଣୁ ଲୋକଙ୍କର ଭଲ ପାଇବା ଓ ଆଶ୍ରୀବଡ ପାଇଁ ମୋର କିଛି କର୍ତ୍ତବ୍ୟ ମଧ୍ୟ ରହିଛି । ତେଣୁ ମୁଁ ଯାତ୍ରା ଦେଖିବାକୁ ଆସିଥିବା ଦର୍ଶକଙ୍କ ପାଇଁ ଗୋଟେ ରାତି ଖାଇବାର ଆୟୋଜନ କରିଛି । ତେବେ ଖବରର ପଡେଟ ପାଇବା ଲାଗି ଆମ ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *