Human Sagar ଙ୍କ ନାଁରେ ଆସିଲା ସଙ୍ଗିନ୍ ଅଭିଯୋଗ…ଗୁଣ୍ଡା ଲଗାଇ ୫ ଘଣ୍ଟା କାଳ ମାଡ ମାରିଥିଲେ….

ହ୍ୟୁମାନ ସାଗରଙ୍କ ନାମରେ ଆସିଲା ସଙ୍ଗୀନ ଅଭିଯୋଗ ! ତେବେ ସୂଚନା ମୁତାବକ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାମରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଯେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗୁଣ୍ଡା ରଖିଛନ୍ତି। ତେବେ ଓଡିଶାର ବର୍ତ୍ତମାନର ଆଗଧାଡିର ଶିଙ୍ଗର ହ୍ୟୁମାନଙ୍କ ନାମରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଶୁଣିବାକୁ ମିଳିଛି । ଲୋକ ଲଗାଇ ଗୀତିକାରଙ୍କୁ ମରଣାତ୍ମକ ଆକ୍ରମଣ ହ୍ୟୁମାନ ସାଗର କରିଛନ୍ତି । ହେଲେ ସେଥିରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଗୀତିକାର ।

ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦାଦାଗିରି ଦେଖାଇଛନ୍ତି । ଗୀତିକାର ପ୍ରମୋଦ ପରିଡାଙ୍କୁ ଦୀର୍ଘ 5 ଘଣ୍ଟା କାଳ ମାଡ ମରାଯାଇଛି । ଯାହା ଫଳରେ ସେ ଆହତ ହୋଇଯାଇଛନ୍ତି । ଏହି ଗୀତିକାର ପ୍ରମୋଦ ପରିଡା ଅନେକ ଗୀତ ଲେଖିଛନ୍ତି । ସେହି ଗୀତ ଗୁଡିକ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମଧ୍ୟ ଗାଇଛନ୍ତି । ତେବେ ହ୍ୟୁମାନ ସାଗରଙ୍କ ମ୍ୟାନେଜର ଓ ତାଙ୍କର କିଛି ସହଯୋଗୀ ଗୀତିକାର ପ୍ରମୋଦ ପରିଡାଙ୍କୁ ମାଡ ମାରିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ବାଦାମବାଡ଼ି ଥାନାରେ ଗୀତିକାର ପ୍ରମୋଦ ପରିଡା ହ୍ୟୁମାନ ସାଗରଙ୍କ ନାମରେ ଏତଲା ଦେଇଛନ୍ତି । ପ୍ରମୋଦଙ୍କ କହିବା ଅନୁଯାଇ ଗତ କିଛି ଦିନ ହେବ ହ୍ୟୁମାନ ଆଉ ତାଙ୍କ ଗୀତ ଗାଉନଥିଲେ । ସେଥିପାଇଁ ପ୍ରମୋଦ ରାଗିଜାଇ ଫେସବୁକରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ । କି କିଛି ସିଙ୍ଗର ନିଜକୁ ବଡ ସିଙ୍ଗର ଭାବି ଆଉ କାହାକୁ ଖାତିର କରୁନାହାନ୍ତି ।

ଏହାପରେ ଗୀତିକାର ପ୍ରମୋଦ ତାଙ୍କର ଭଡା ଘରେ ଥିବା ବେଳେ ହ୍ୟୁମାନ ସାଗରକ ମ୍ୟାନେଜର ଦିନେଶ ବେହେରା ଓ ତାଙ୍କର ଆଉ ଜଣେ ସହଯୋଗୀ ହଟାତ ଗୀତିକାରଙ୍କ ଘରେ ପହଞ୍ଚିଥିଲେ । ତାପରେ ହ୍ୟୁମାନଙ୍କର ମ୍ୟାନେଜର ଓ ସହଯୋଗୀ ମିଶି ପ୍ରମୋଦଙ୍କୁ ମାଡ ମାରିଥିଲେ । ତାପରେ ପ୍ରମୋଦଙ୍କୁ ଧମକ ଦେଇ କହିଥିଲେ । ତୁ ହ୍ୟୁମାନ ସାଗରକୁ ବଦନାମ କରିବାକୁ ଚାହୁଁଛୁ । ତୁ ବଞ୍ଚିଥିଲେ ତ ବଦନାମ କରିବୁ । ଏପରି କିଛି ଧମକ ଦେଇ ଗାଡିରେ ବସାଇ ଏକ ନିଛାଟିଆ ଘରକୁ ନେଇ ନିର୍ଦ୍ଧୂମ ମାଡ ମାରିଥିଲେ । ଯାହାକୁ ନେଇ ବାଦାମବାଡ଼ି ଥାନାରେ ଗୀତିକାର ପ୍ରମୋଦ ପରିଡା ହ୍ୟୁମାନ ସାଗରଙ୍କ ମ୍ୟାନେଜର ଓ ତାଙ୍କ ସହଯୋଗୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *