ଆଜି ଦେଶର ସର୍ବୋଚ୍ଚ ପଦ ପାଇଁ ଦୌଡ଼ରେ ଥିବା Draupadi Murmu ଦିନେ ଗୋଟିଏ ଗୋଟିଏ ଟଙ୍କା ପାଇଁ କରୁଥିଲେ ସଂଘର୍ଷ…ଜାଣନ୍ତୁ ତାଙ୍କ ଜୀବନର ସଂଘର୍ଷମୟ ଜୀବନୀ…

ନମସ୍କାର ବନ୍ଧୁଗଣ ତେବେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଉଚ୍ଚଶିକ୍ଷା ଭୁବନେଶ୍ବରରେ ଥିଲା । ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ । ମୟୂରଭଞ୍ଜ ରାଜାଙ୍କ ଦରବାରରେ ରାଜ କର୍ମଚାରୀ ଥିବା ବିରଞ୍ଚି ନାରାୟଣ ଟୁଡ଼ୁଙ୍କ ଝିଅ ଦ୍ରୌପଦୀ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପାସ୍‌ କରିଥିଲେ । ଏହାପରେ କ’ଣ କରିବେ ସେନେଇ ଚିନ୍ତାରେ ବି ଥିଲେ ।

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିବା ନ୍ୟାୟରେ ତାଙ୍କ ଦାଦା ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ମାଝୀ ସେତେବେଳେ ମନ୍ତ୍ରୀ ଥିବାରୁ ସେ ତାଙ୍କ ମାଫିତରେ ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ । ଆଦିବାସୀ ଛାତ୍ରୀ ନିବାସରେ ରହି ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ । ତେବେ ସଫଳତାର ସହ ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ ମଧ୍ୟ କଲେଜରେ ପଢ଼ିବାର ସୁଯୋଗ ପାଇପାରି ନ ଥିଲେ ।

କାରଣ କଲେଜରେ ପଢ଼ିବାକୁ ଆବେଦନ କରିବା ଥିଲା । ଆଉ ଜାଣିଲା ବେଳକୁ ଆବେଦନର ଶେଷ ହୋଇଯାଇଥାଏ । ତେଣୁ ଗୋଟିଏ ବର୍ଷର ଶିକ୍ଷା ନଷ୍ଟ ହୋଇଗଲା । ପର ବର୍ଷ କିନ୍ତୁ ରମାଦେବୀ ମହିଳା ମହାବିଦ୍ୟାଳୟରେ ପଢ଼ିବାର ସୁଯୋଗ ମିଳିଲା । ଇନ୍ଦିରା ଗାନ୍ଧୀ ଆଦିବାସୀ ଛାତ୍ରୀନିବାସରେ ରହିବା ସହ ମନଧ୍ୟାନ ଦେଇ ପାଠ ପଢ଼ିଲେ । ୪ ବର୍ଷର ଶିକ୍ଷା ମଧ୍ୟରେ କେବେ ଫେଲ୍ ହୋଇ ନ ଥିଲେ ।

ଆଦିବାସୀ ଝିଅ ହୋଇଥିଲେ ମଧ୍ୟ ଠିକ୍ କଥାରେ କେବେ ବି ପଛଘୁଞ୍ଚା ଦେଉ ନ ଥିଲେ । ମୁହେଁ ମୁହେଁ ଜବାବ୍ ଦେଉଥିଲେ । ସେତେବେଳର ଆଦିବାସୀ ହଷ୍ଟେଲ ମାଟ୍ରନ୍ ବ୍ରଜେଶ୍ଵରୀ ମିଶ୍ରଙ୍କ ସ୍ନେହ, ଅର୍ଥନୀତି ଅଧ୍ୟାପିକା କାନନ ମଞ୍ଜରୀ ମିଶ୍ରଙ୍କ ପାଠପଢା ଶୈଳୀକୁ ସେ ସର୍ବଦା ପ୍ରଶଂସା କରିଛନ୍ତି । ହଷ୍ଟେଲ ମେସରେ ପରିଚାଳନା ଦାୟୀତ୍ୱରେ ବି ସେ ରହିଥିଲେ ।
ତେବେ ପାଠ ପଢ଼ିବା ଲାଗି ତାଙ୍କ ଜୀବନ ଥିଲା ସଂଘର୍ଷମୟ ।

ବାପା ମାସକୁ ମାତ୍ର ୧୦ ଟଙ୍କା ପଠାଉଥିଲେ । ଶସ୍ତା ଯୁଗରେ ମଧ୍ୟ ସେତିକି ନଗଣ୍ୟ ଥିଲା । ଘୋର ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିଲେ । ସାଙ୍ଗମାନେ ଡାକିଲେ ବି ସେ କଲେଜ କ୍ୟାଣ୍ଟିନ୍ ଆଦୌ ଯାଉ ନ ଥିଲେ । କାରଣ ସାଙ୍ଗଙ୍କଠାରୁ ଖାଇବା ସହଜ ଥିଲା । ମାତ୍ର ଖୁଆଇବା ତାଙ୍କ ପକ୍ଷେ ଅସମ୍ଭବ ଥିଲା । ୮ ବର୍ଷ ଧରି ଭୁବନେଶ୍ବରରେ ରହି ପାଠ ପଢ଼ିଥିଲେ ମଧ୍ୟ ବଜାର ବୁଲିବା, ସିନେମା ଦେଖିବା ତାଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଥିଲା ।

ସେ  ସମୟରେ ରବି ଟକିଜ୍ ଗୋଟିଏ ମାତ୍ର ସିନେମା ହଲ୍ ରହିଥିଲା । ଯେଉଁଠାରେ ସେ କେବଳ ‘ଗପ ହେଲେ ବି ସତ’ ସିନେମା ଦେଖିଥିଲେ । ତେବେ ବିଏ ପାସ୍‌ କରିବା ପରେ ଅଧିକ ପଢ଼ିବା ଲାଗି ତାଙ୍କ ପାଖରେ ଆଉ ସମ୍ଭବ ନ ଥିଲା । ଏହି ସମୟରେ ସଚିବାଳୟରେ ତାଙ୍କୁ ଚାକିରି ମିଳି ଯାଇଥିଲା । ୧୯୭୯ରେ ସଚିବାଳୟରେ ଚାକିରି ପାଇବାର କିଛି ମାସ ମଧ୍ୟରେ ବିବାହ ହୋଇଥିଲା ।

ବ୍ୟାଙ୍କ ଅଫିସର ଶ୍ୟାମଚରଣ ମୁର୍ମୁଙ୍କ ସହ ତାଙ୍କର ବିବାହ ପରେ ସେ ଦ୍ରୌପଦୀ ଟୁଡ଼ୁରୁ ମୁର୍ମୁ ହୋଇଗଲେ । ମାତ୍ର ସଚିବାଳୟରେ ବେଶି ଦିନ ଚାକିରି କରିବା ତାଙ୍କ ଭାଗ୍ୟରେ ନ ଥିଲା । ପରିବାରରେ ବିଭିନ୍ନ ସମସ୍ୟା ତାଙ୍କ ଚଲାପଥରେ ପ୍ରତିବନ୍ଧକ ସାଜିଲା । ଯେଉଁଥିପାଇଁ ଚାକିରି ଛାଡ଼ି ବୃଦ୍ଧ ଶାଶୁ, ଶ୍ୱଶୁରଙ୍କ ଯତ୍ନ ନେବା ଲାଗି ଭୁବନେଶ୍ବରରୁ ଗାଁରୁ ଫେରିଥିଲେ । ପରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କରିବାର ସୁଯୋଗ ମିଳିଲା ଏବଂ ୧୯୯୪ରୁ ୧୯୯୭ ପର୍ଯ୍ୟନ୍ତ ଚାକିରି କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *