ଚାହୁଁ-ଚାହୁଁ ମଡ-ମଡ ହେଇ ପାଣିରେ ଭାସିଗଲା ବିଶାଳକାୟ ପୋଲ (Bridge), ଭାଇରାଲ ହେଲା Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମେଘାଳୟରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ପାଣି ଜମି ରହିଅଛି । ସେହିଭଳି ବନ୍ୟା ଆସିବା ଯୋଗୁଁ ନଦୀ ରେ ଥିବା କାଠ ପୋଲ ଭାସିଯାଇଅଛି । ସାଉଥ ଗାରୋ ହିଲ ଏବଂ ୱେଷ୍ଟ ଗରୋ ହିଲ ଜିଲ୍ଲା ମଝିରେ ଯାଇଥିବା ନଦୀର ପୋଲ ଭାସି ଯାଇଅଛି । ଏହି ପୋଲଟି ଯଜିକା ଏବଂ ମେଗୁଆକୁ ସଂଯୋଗ କରୁଥିଲା । ଗତକାଲି ନଦୀରେ ହଠାତ ବନ୍ୟା ଆସିବାରୁ ପୋଲ ଭାସିଯାଇଥିଲା ।

କିଛି ଦିନ ହେବ ପ୍ରବଳ ରୁ ପ୍ରବଳ ବର୍ଷା ହେବା ଫଳରେ କାଠ ରେ ନିର୍ମିତ ଏହି ପୋଲ  ଭାସିଯାଇଅଛି । ସୂଚନା ଅନୁଯାୟୀ ୪ ଜଣ ଲୋକ ଙ୍କ ସହିତ ଜଣେ ଶିଶୁ ଙ୍କ ମୃ-ତ୍ୟୁ ଘଟିଛି । ଏହା ସହିତ ପାଣି ଥିବା ଅଞ୍ଚଳରେ ୩ ଟି ପରିବାର ଫସି ରହିଥିଲେ ଏବଂ ଏହି ପାଣି ଲୋକଙ୍କ ମୁଣ୍ଡ ପାଖାପାଖି ଉଚତା ର ଥିଲା । ଅନ୍ୟ ଏକ ଜଳମଗ୍ନ ଜାଗାରେ ୪ ଜଣ ପରିବାର ବହୁତ କ୍ରିଟିକାଲ କଣ୍ଡିସନ ରେ ଥିଲେ ।

ମେଘାଳୟ ର ମୁଖ୍ୟମନ୍ତ୍ରୀ ସ୍ଥିତି ବହୁତ ସିଭିୟର ବୋଲି କହିଛନ୍ତି ଏବଂ ଲୋକଙ୍କ ପାଖକୁ ସହାୟତା ମଧ୍ୟ ପହଁଚାଉଛନ୍ତି । ଏହା ମଧ୍ୟ କୁହାଯାଉଅଛି ଯେ ମେଘାଳୟ ତଥା ଅରୁଣାଚଳ ପ୍ରଦେଶ ରେ ଜୁନ ୧୦ ଏବଂ ୧୧ ରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି । ତେବେ ଏହିବ ବର୍ଷା କାରଣରୁ ଅନେକ କିଛି କ୍ଷୟକ୍ଷତି ହେବା ସହିତ ଲୋକ ମାନଙ୍କ ସମେତ ଛୋଟ ଛୋଟ ପିଲା ଙ୍କୁ ମଧ୍ୟ ନାନା ପ୍ରକାର ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ।

ତେବେ ଏଠାକାର ଲୋକେ ବିଶେଷ ସତର୍କ ନଥିବା କାରଣରୁ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି । ଲୋକ ଙ୍କ ଯାତାୟାତ ରେ ବହୁତ ସମସ୍ୟା ଉପୁଜୁଛି । କାରଣ କେଉଁ ଜାଗା ମଧ୍ୟ ସ୍ଥଳ ଭାଗ ହୋଇ ରହିନାହିଁ । ମେଘାଳୟର ସମସ୍ତ ଅଞ୍ଚଳ ଜଳମଗ୍ନ ହୋଇ ରହିଅଛି । ଛୋଟ ଛୋଟ ପିଲା ତଥା ବୃଦ୍ଧ ତଥା ବୟସ୍କ ଲୋକେ ଭୋକରେ ବିକଳ ହେଉଛନ୍ତି ।

ବହୁ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବାରୁ କିଛି ଶାରୀରିକ ଅସୁସ୍ଥି ହେଲେ ଲୋକେ ଡାକ୍ତର ଙ୍କ ପାଖକୁ ମଧ୍ୟ ଯାଇ ପାରୁ ନାହାଁନ୍ତି । ତେବେ ଏହି ବର୍ଷା ଆହୁରି ଦୁଇଦିନ ଲାଗି ରହିବ ବୋଲି ସୂଚନା ମିଳିଛି । ଏହା ଜନତା ଙ୍କ ମଧ୍ୟରେ ଆଶଙ୍କା ତଥା ଭୟ ର ବାତାବରଣ ସୃଷ୍ଟି କରିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *