ବିମାନରେ ବ୍ୟବହୃତ ହେଉଥିବା ତେଲ petrol ଠାରୁ କେତେ ଅଲଗା, ଏହାର ଦାମ କେତେ ଓ ଏହା କେତେ ମାଇଲେଜ ଦିଏ ? ଜାଣନ୍ତୁ ପୁରା ବିବରଣୀ…

ବିମାନରେ ବ୍ୟବହୃତ ତେଲ ପେଟ୍ରୋଲ ଠାରୁ କେତେ ଅଲଗା, ସେହି ତେଲର ଦାମ କେତେ । କେତେ ମାଇଲେଜ ଦିଏ ଏହି ତେଲ । ଯଦି ଆପଣଙ୍କର ଗୋଟେ କାର କିମ୍ବା ବାଇକ ଅଛି ତେବେ ଆପଣ ନିଶ୍ଚୟ ଭାବରେ ସେମାନଙ୍କ ମାଇଲେଜ ପ୍ରତି ଯତ୍ନବାନ ହେଉଥିବେ । ଏହା ସହିତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହୋଇଥିବା ପରିବର୍ତ୍ତନ ଉପରେ ମଧ୍ୟ ନଜର ରଖୁଥିବେ ।

ହେଲେ ବନ୍ଧୁଗଣ ଆପଣ ମାନେ କଣ କେବେ ବିମାନ ଉପରେ ନଜର ଦେଇଛନ୍ତି । ବିମାନର ମାଇଲେଜ କଣ ଏବଂ ଏଥିରେ ବ୍ୟବହୃତ ହେଉଥିବା ଇନ୍ଧନର ମୂଲ୍ୟ କଣ । ଯଦି ଆପଣ ଏହା ବିଷୟରେ ଜାଣି ନାହାନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବିମାନ କିମ୍ବା ହେଲି କପ୍ଟର ପରି ଯେକୌଣସି ଜେଟ ପାଇଁ ଜେଟ ଇନ୍ଧନ ଅଛି । ଏହି ଜେଟ ଇନ୍ଧନକୁ ଆଭିଏସନ କିରୋସିନ କୁହାଯାଏ ଏବଂ ଏହାକୁ କ୍ୟୁଏଭି ମଧ୍ୟ କୁହାଯାଏ । ଜେଟ ଇନ୍ଧନର କୌଣସି ପୃଥକତା ନାହିଁ ଏବଂ ଏହା ମଧ୍ୟ ଜ୍ଵଳନ୍ତ ଓ ପେଟ୍ରୋଲିୟମରୁ ଉତ୍ପନ୍ନ ଏକ ଲିକ୍ଵେଡ । ଏହା କିରୋସିନ ଉପରେ ଆଧାରିତ ଏକ ଇନ୍ଧନ । ବାଣିଜିକ ବିମାନ ପରିବହନରେ ଏହା ବହୁଳ ମାତ୍ରାରେ ବ୍ୟବହୃତ ହୁଏ ।

ଯଦି ଆମେ ବିମାନ କିରୋସିନ ହାର ବିଷୟରେ ଆଲୋଚନା କରିବା ତେବେ ଇଣ୍ଡିଆନ ଅଏଲର ୱେବ ସାଇଡ ଅନୁଯାଇ ଘରୋଇ ବିମାନ ସେବା ଏବଂ ଆନ୍ତର୍ଜାତୀୟ ଚଳାଚଳ ପାଇଁ ଏହି ଇନ୍ଧନର ମୂଲ୍ୟ ଅଲଗା ଅଟେ । ଦିଲ୍ଲୀରେ ଏହି ତେଲର ଦାମ କିଲୋ ଲିଟର ପିଛା 1 ଲକ୍ଷ 7 ହଜାର 750 ଟଙ୍କା । ଏହାର ଅର୍ଥ ହେଉଛି ଗୋଟେ ଲିଟରର ମୂଲ୍ୟ ହେଲା 100 ଟଙ୍କା । ଗୋଟେ କିଲୋ ଲିଟର ହେଉଛି ହଜାର ଲିଟର ।

ଏହି ପରି ମୁମ୍ବାଇର ଏହାର ହାର 1 ଲକ୍ଷ 6 ହଜାର 695 ଟଙ୍କା । କଲିକତାରେ ଏହା 1 ଲକ୍ଷ 15 ହଜାର 91 ଟଙ୍କା । ତେଣୁ ଏଭଳି ସ୍ଥିତିରେ ସାଧାରଣ ପେଟ୍ରୋଲ ଏବଂ କିରୋସିନ ମଧ୍ୟରେ ଅଧିକ ପ୍ରାର୍ଥକ୍ୟ ନାହିଁ ବୋଲି କୁହାଯାଇ ପାରେ । ପ୍ରତ୍ୟକ କିଲୋମିଟର ପାଇଁ 2.6 ଲିଟର କିରୋସିନ ଏବଂ 384 ମିଟର ପାଇଁ ଗୋଟେ ଲିଟର ପେଟ୍ରୋଲ ଖର୍ଚ୍ଚ ହୁଏ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *