ବିଧାୟକ ହେବ ତ ଏମିତି…ସମସ୍ତେ କାରରେ ଆସୁଥିବା ବେଳେ ସାଇକେଲ ଚଢି ବିଧାନସଭାକୁ ଆସିଲେ Siddhanta Mahapatra

ବିଧାୟକ ହେବ ତ ଏମିତି ! ତେବେ ଖବର ମୁତାବିକ ଗତକାଲି ଠାରୁ ବିଧାନସଭାରେ ବିଧାୟକ ମାନଙ୍କ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଯାଇଛି । ତେବେ ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଧାୟକ ମାନେ ଯେଝା ଯେଝା ବଡ ବଡ କାର ଗାଡି ନେଇକି ବିଧାନସଭାକୁ ଆସୁଥିବା ବେଳେ ସେଠାରେ କିଛି ଏଭଳି ଦ୍ରୁଷ୍ଟି ଆକର୍ଷଣ କରିବା ଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା । ସେହି ଦୃଶ୍ୟଟି ଥିଲା ଦିଗପହଂଡିର ନବ ନିର୍ବାଚିତ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଦ୍ଵାରା ବିଧାନସଭାକୁ ଏଣ୍ଟ୍ରି ।

ତେବେ ସିଦ୍ଧାନ୍ତ ମହାପାତ୍ର ସାଇକେଲ ଚଢି ବିଧାନସଭାକୁ ଆସିଥିଲେ । ଏତେ ଜୋରରେ ଖରା ହେଉଥିଲେ ମଧ୍ୟ ମୁଣ୍ଡରେ ହେଲମେଟ ପିନ୍ଧି ବିଧାନସଭାରେ ଆସି ପହଞ୍ଚିଥିଲେ ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତେବେ ଯଦିଓ ସିଦ୍ଧାନ୍ତ ମହାପାତ୍ରଙ୍କୁ ଅନେକ ସମୟରେ ସାଇକେଲରେ ଯିବା ଆସିବା କରିବାର ଦୃଶ୍ୟ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏଥର ବିଧାନସଭାକୁ ବିଧାୟକ ଭାବେ ସାଇକେଲ ଚଢି ଆସିବା ଦୃଶ୍ୟ ବହୁତ ନିଆରା ଥିଲା । ଯେଉଁ କାରଣ ପାଇଁ ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷଣ ସିଦ୍ଧାନ୍ତ ମହାପାତ୍ର ବନିଯାଇଥିଲେ । ତେବେ ସାଇକେଲ ଚଳାଇ ବିଧାନସଭାରେ ଆସି ପହଞ୍ଚିବା ପରେ ସିଦ୍ଧାନ୍ତ ମହାପାତ୍ର ଲାହିଥିଲେ ।

ଯେ ମୋ ଜୀବନର ଅଙ୍ଗାଗୀ ଭାବେ ଏହି ସାଇକେଲ ଜଡିତ ଅଛି । ବହୁତ ସମୟରେ ଲୋକେ ମୋତେ ସାଇକେଲ ଚଳାଇ ଯିବାର ଦେଖିବାକୁ ପାଆନ୍ତି । ଆମ ପରିବେଶକୁ ବିଗାଡିବାରେ ଆମ ସମସ୍ତଙ୍କର ଯେମିତି କିଛି ନା କିଛି ଭୂମିକା ରହିଛି । ସେହିପରି ପରିବେଶକୁ ସଜାଡି ପରିବେଶକୁ ସୁନ୍ଦର ବନାଇବାରେ ମଧ୍ୟ ଆମର ଭୂମିକା ରହିବା ନିହାତି ଭାବେ ଦରକାର । କାରଣ ସାଇକେଲ ଚଳାଇବା ଭଳି ଏମିତି କିଛି ଛୋଟ ଛୋଟ ପଦକ୍ଷେପ ଯଦି ସମସ୍ତେ ନେବେ ।

ତେବେ ନିହାତି ଭାବେ ଆମ ପରିବେଶ ଆହୁରି ସୁନ୍ଦର ହେବାକୁ ଲାଗିବ । ତେବେ ସିଦ୍ଧାନ୍ତ ମହାପାତ୍ର ନିଜେ ସାଇକେଲ ଚଳାଇବା ସହ ଲୋକଙ୍କୁ ମଧ୍ୟ କିଛି ବାର୍ତ୍ତା ଦେଇ କହିଥିଲେ । ସାଇକେଲ ଚଲାନ୍ତୁ । ନିଜେ ଫିଟ୍ ରୁହନ୍ତୁ ଏବଂ ନିଜ ପରିବେଶକୁ ମଧ୍ୟ ସୁନ୍ଦର ରଖିବାରେ କିଛି ପଦକ୍ଷେପ ନିଅନ୍ତୁ । ତେଣୁ ଯେତିକି ସମ୍ଭବ ନିହାତି ଭାବେ ସାଇକେଲ ଚଳାଇବାକୁ ଚେଷ୍ଟା କରନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *