ବିଶାଳ ରେକର୍ଡ କଲେ ନବୀନ, ନିଜର ଶାନ୍ତ ଚେହେରା ଉନ୍ନତ କାର୍ଯ୍ୟ ପାଇଁ କେହି ହରାଇ ପାରି ନଥିଲେ I Naveen Patnaik

ନବୀନଙ୍କର ବିଶାଳ ରେକର୍ଡ ! ହଁ ଆଜ୍ଞା ଚଳିତ ବର୍ଷ ସାଧାରଣ ନିର୍ବାଚନର ଫଳାଫଳ ବାହାରିବା ପରେ 24 ବର୍ଷର ମଜଭୁତ ସରକାର ଭାଙ୍ଗିଯାଇଛି । ବିଜେଡିର ଗଡକୁ ବିଜେପି ପ୍ରବେଶ କରି ରାଜ୍ୟରେ ବିଜେପି ସରକାର ଗଠନ୍ନ କରିଛି । ହେଲେ ଗତ 24 ବର୍ଷ କାଳ ମଧ୍ୟରେ ବିରୋଦ୍ଧି ବିଜେଡିକୁ ହରାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ସୁଦ୍ଧା ହରାଇ ପାରିନଥିଲେ । ତେବେ ଦୀର୍ଘ 24 ବର୍ଷର ରେକର୍ଡ କରି ଏବେ ପରାସ୍ତ ହୋଇଯାଇଛନ୍ତି ନବୀନ ସରକାର ।

ତେବେ ନବୀନ ନିଜର ଶାନ୍ତ ଚେହେରା ଉନ୍ନତ କାର୍ଯ୍ୟ ପାଇଁ ଦୀର୍ଘ 24 ବର୍ଷ କାଳ ଧରି ଓଡିଶାରେ ଶାସନ କରି ଆସୁଥିଲେ । ସେଥିପାଇଁ ବିରୋଦ୍ଧି ଯେତେ ଚେଷ୍ଟା କରୁଥିଲେ ସୁଦ୍ଧା ବିଜୁ ଜନତା ଦଳର ହରାଇ ପାରୁନଥିଲା । ତେବେ 1950 ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସବୁଠାରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ହିଁ ଶାସନ କରି ଆସିଛନ୍ତି । ନବୀନ ବାବୁଙ୍କ ପୂର୍ବରୁ ଓଡିଶାକୁ 18 ଜଣ ମୁଖ୍ୟମନ୍ତ୍ରୀ ଶାସନ କରିସାରିଛନ୍ତି ।

ନବୀନଙ୍କ ପୂର୍ବରୁ ହରେକୃଷ୍ଣ ମହାତବ 170 ଦିନ ପାଇଁ ମୁଖ୍ୟମନ୍ତ୍ରୀ ଥିଲେ । ନବକୃଷ୍ଣ ଚୌଧୁରୀ 6 ବର୍ଷ 160 ଦିନ ଥିଲେ ମୁଖ୍ୟମନ୍ତ୍ରୀ । ହରେକୃଷ୍ଣ ମହାତବ ପୁଣିଥରେ 4 ବର୍ଷ 129 ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜୁ ପଟ୍ଟନାୟକ 2 ବର୍ଷ 101 ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ପରେ ବିରେନ ମିତ୍ର 1 ବର୍ଷ 142 ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ସଦାଶିବ ତ୍ରିପାଠୀ 2 ବର୍ଷ 15 ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ରାଜେନ୍ଦ୍ର ନାରାୟଣ ସିଁ ଦେବ 3 ବର୍ଷ 307 ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାପରେ ବିଶ୍ଵନାଥ ନାଥ 1 ବର୍ଷ 72 ଦିନ, ନନ୍ଦିନୀ ଶତପଥି 262 ଦିନ, ବିନୟକ ଆଚାର୍ଯ୍ୟ 122 ଦିନ, ନୀଳମଣୀ ରାଉତରାୟ 2 ବର୍ଷ 236 ଦିନ ପାଇଁ ଓ ଏହାପରେ ଜାନକୀ ବଲ୍ଲଭ ପଟ୍ଟନାୟକ 9 ବର୍ଷ 181 ଦିନ ମୁଖ୍ୟମନ୍ତ୍ରୀ ହୋଇ ରହିଥିଲେ । ପରେ ହେମାନନ୍ଦ ବିଶ୍ଵାଳ 88 ଦିନ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ପୁଣିଥରେ ବିଜୁ ପଟ୍ଟନାୟକ 5 ବର୍ଷ 10 ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ବିଜୁ ବାବୁଙ୍କ ପରେ ପୁଣିଥରେ ଜାନକୀ ବଲ୍ଲଭ ପଟ୍ଟନାୟକ 3 ବର୍ଷ 339 ଦିନ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଗିରିଧର ଗମାଙ୍ଗ 292 ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ପରେ ହେମାନନ୍ଦ ବିଶ୍ଵାଳ 90 ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ତାପରେ ଯାଇ 24 ବର୍ଷ 99 ଦିନ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିପାରିଥିଲେ ନବୀନ ପଟ୍ଟନାୟକ । ତେବେ ନବୀନ ପଟ୍ଟନାୟକ ହିଁ ଦୀର୍ଘ 24 ବର୍ଷ କାଳ ଓଡିଶାବାସୀଙ୍କ ହୃଦୟ କିଣି ଶାସନ କ୍ଷମତାରେ ରହିପାରିଥିଲେ ।   ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *