ମୁଦ୍ରାରେ ଥିବା ଏହି 4 ଧାଡି ବିବାଦରେ 2 ଓ 10 ଟଙ୍କିଆ କଏନ୍, ଦେଖନ୍ତୁ ଏହି Special Report

ମୁଦ୍ରାରେ ରହିଛି ଚାରୋଟି ଧାଡି, ମୁଦ୍ରାରେ ରହିଛି ଚାରୋଟି ଧାଡି । ଧାଡିକୁ ନେଇ ଭିନ୍ନ ଭିନ୍ନ ମତ, ବନ୍ଦ ହୋଇଗଲା କଏନ । ଆରମ୍ଭରୁ କଏନ ମୁଦ୍ରା ଭାବେ ବ୍ୟବହୃତ ହେଉଛି ଅବଶ୍ୟ ସେହି ସମୟରେ ମୁଦ୍ରାରେ ପରିବର୍ତ୍ତନ ଆସିଥିଲା ଏବଂ ନୋଟ ତିଆରି ହେବା ଆରମ୍ଭ ହୋଇଥିଲା । ହେଲେ ସେତେବେଳେ କଏନ ବନ୍ଦ ହେଇ ନଥିଲା । ସ୍ଵାଧୀନତା ପର ଠାରୁ ଭାରତୀୟ ମୁଦ୍ରା ମଧ୍ୟ ବହୁତ ବଦଳି ଯାଇଛି ଦେଶରେ ବିଭିନ୍ନ ନାମର ମୁଦ୍ରା ଜାରି କରା ଯାଇ ଥିଲା ।

ସମୟ ସମୟରେ ଆବଶ୍ୟକ ପଡିଲେ ପରିବର୍ତ୍ତନ ମଧ୍ୟ କରା ଯାଉଥିଲା । ଗତ କିଛି ବର୍ଷ ମଧ୍ୟରେ ମୁଦ୍ରାର ଡିଜାଇନରେ ବହୁତ କିଛି ଦେଖିବାକୁ ମିଳିଛି । ସେହି ପରି 2 ଟଙ୍କିଆ ମୁଦ୍ରାରେ ବି କିଛି ପରିବର୍ତ୍ତନ ହେଇ ଥିଲା ଏବଂ ବଜାରରେ ନୂତନ ଡିଜାଇନ ମୁଦ୍ରା ଲଞ୍ଚ କରା ଯାଇଥିଲା । ଏହି ଡିଜାଇନ ଗୁଡିକରେ 2 ଏବଂ 10 ଟଙ୍କିଆ ମୁଦ୍ରାରେ ନିର୍ମିତ ଡିଜିଆନ ବହୁତ ଚର୍ଚ୍ଚାର ବିଷୟ ହୋଇ ଥିଲା ।

ଯଦିଓ ଆପଣ ଏହି ମୁଦ୍ରା ଗୁଡିକ ବହୁତ ବ୍ୟବହାର କରିଥିବେ କିନ୍ତୁ ଆପଣ ସେଗୁଡିକ ପଛରେ ଥିବା କାହାଣୀ ବହୁତ କୋଚିତ ଜାଣି ଥିବେ । ଏପିକ ଚାନେଲର ଏକ ଡକୋମେଣ୍ଟ୍ରି ଅନୁସାରେ ରିଜର୍ବ ବେଙ୍କ ଅଫ ଇଣ୍ଡିଆ 2006 ମସିହାରେ 2 ଟଙ୍କାର ଏକ ନୂଆ ମୁଦ୍ରା ତିଆରି କରିଥିଲା । ଏହି ମୁଦ୍ରା ବିଷୟରେ କିଛି ବିଶେଷ କଥା ହେଲା ପଛ ପାର୍ଶ୍ଵରେ କିଛି ବିଶେଷ ଲାଇନ ଥିଲା ଯାହା ପରସ୍ପରକୁ କାଟୁ ଥିଲା ଏହା ସହିତ ଏଥିରେ ଚାରୋଟି ପଏଣ୍ଟ ମଧ୍ୟ କରା ଯାଇଥିଲା ।

ଏହିପରି ଗୋଟେ ମୁଦ୍ରା ମଧ୍ୟ 10 ଟଙ୍କା ଥିଲା ଯେଉଁଥିରେ ସମାନ ଡିଜାଇନ ତିଆରି କରା ଯାଇଥିଲା । ଆରବିଆଇର କହିବା ଅନୁଯାଇ ଏହି ଚାରୋଟି ଧାଡି ଚାରି ଜଣ ଭିନ୍ନ ଭିନ୍ନ ଲୋକଙ୍କର ଏକତାର ଧାରଣାକୁ ପ୍ରତିପାଦିତ କରେ । ତେବେ ପ୍ରଶ୍ନ ହେଉଛି ଏତେ ଛୋଟ ଜିନିଷ ପାଇଁ ମୁଦ୍ରା କାହିଁକି ବାରଣ କରା ଯାଇଥିଲା । ବାସ୍ତବରେ ଏହି ମୁଦ୍ରା ବନ୍ଦ ହେବାର କାରଣ ହେଉଛି ଏହି ଡିଜାଇନ । ଏହି ଡିଜାଇନକୁ ନେଇ ଅନେକ ବିବାଦ ଦେଖା ଦେଇ ଥିଲା ।

ଯାହା ପରେ ଏହି ପରି ମୁଦ୍ରା ବନ୍ଦ କରିବାକୁ ପଡି ଥିଲା । ଅନେକ ଲୋକ ଆପତ୍ତି କରିଥିଲେ ଯେ ମୁଦ୍ରା ଖ୍ରୀଷ୍ଟିୟାନ ଧର୍ମର କ୍ରଶ ଦେଖାଏ ଏହି କାରଣରୁ ଏହି ମୁଦ୍ରା ଗୁଡିକ ଅଧିକ ପ୍ରଚାରରେ ଆସିଲା ନାହିଁ ଏବଂ ଏଗୁଡିକର ପ୍ରଚାର ବନ୍ଦ ହେଇଗଲା । ଏହି ପରି 10 ଟଙ୍କିଆ ମୁଦ୍ରାରେ ମଧ୍ୟ ସେହିଭଳି ଡିଜାଇନ ବ୍ୟବହୃତ ହୋଇଥିଲା ଯାହା ଭାରତର ଦୀପାଖିକ ମୁଦ୍ରା ଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *