ପଖାଳ ଖାଇଲେ ଶରୀରକୁ ମିଳେ କେଉଁ ସବୁ ଫାଇଦା, ଶୁଣନ୍ତୁ ଏନେଇ କଣ କହୁଛନ୍ତି Dr Chandan Gantayat

ବନ୍ଧୁଗଣ ଗତ କାଲି ଥିଲା ବିଶ୍ଵ ପଖାଳ ଦିବସ । ବିଶେଷ କରି ଓଡିଶାର ପଖାଳର ସମ୍ପର୍କ ପଖାଳର ଗୁରୁତ୍ଵ କହିଲେ ଦୀର୍ଘ ବର୍ଷ ହେବ ଏହା ହେଇ ଆସୁଛି । ଏହା ଜଗନ୍ନାଥ ସଂସ୍କୃତିରେ ମଧ୍ୟ ରହି ଆସିଛି । ପଖାଳ କହିଲେ ଗରିବ ଗୁରବାଙ୍କ ଖାଦ୍ୟକୁ ବୁଝାଉ ଥିଲା ହେଲେ ଏବେ କିନ୍ତୁ ପଖାଳର ଉପକାରିତା ସମ୍ପର୍କରେ ସମସ୍ତେ ଅବଗତ ହେବା ପରେ କିଏ ଗରିବ କିଏ ଧନୀ ସମସ୍ତେ ପଖାଳ ଖାଇ ଆସୁଛନ୍ତି ।

ଆଉ ଏଥିପାଇଁ ତ ପ୍ରତି ବର୍ଷ ପଖାଳ ଦିବସକୁ ପାଳନ କରା ଯାଉଛି । ତେବେ ବନ୍ଧୁଗଣ ପଖାଳର ବିଶେଷ ଉପକାରିତା ବିଷୟରେ କହିଛନ୍ତି ଡାକ୍ତର ଚନ୍ଦନ ଗନ୍ତାୟତ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଚନ୍ଦନ ଗନ୍ତାୟତ କହିଛନ୍ତି-‘ପଖାଳ ଦିବସ ବୋଲି ଯେଉଁ ଦିନ ହୋଇଛି ତାର ମୁଖ୍ୟ କାରଣ ହେଉଛି ପଖାଳର ଉପକାରିତା ।

ଆମେ ଦେଖୁଛୁ ଯେ ଆଗରୁ କେବଳ ଗରିବ ଗରୁବା ମାନେ ନିଜର ଖାଦ୍ୟ ରୂପେ ବ୍ୟବହାର କରୁଥିଲେ କିନ୍ତୁ ଏବେ ଯେତେବେଳେ କରୋନା ସମୟରେ ଆମର ଗୋଟେ ଷ୍ଟଡି ହେଇଥିଲା । ସେଥିରୁ ଜଣା ପଡିଥିଲା ପଖାଳର ବହୁତ ଲାଭ ଅଛି ଏହା ଆମ ରୋଗପ୍ରତିଷେଧକ ଶକ୍ତିକୁ ବଢାଇ ଥାଏ । ମୁଣ ଏଠି କହିବାକୁ ଚାହୁଁଛି ପଖାଳ ମାନେ ସାଧାରଣତଃ ଭାତ ବଳି ଗଲେ ଆମେ ରାତି ପାଣି ପୁରାଇ ରଖି ଥାଉ ।

କିଛି ଲୋକ ଦହି କିମ୍ବା ଟିକେ ଲେମ୍ବୁ ଚିପୁଡିକି ରଖନ୍ତି ପରଦିନ ସେଇଟା ଫର୍ମେଣ୍ଟେଡ ହେଇଯାଏ । ସେଥିରେ କିଛି ଟା ଫେଟି ଏସିଡ ତିଆରି ହେଇଯାଏ ଯାହା କି ମଣିଷର ଡାଇଜେସନ ଆଉ ରୋଗପ୍ରତିଷେଧକ ଶକ୍ତି ପାଇଁ ଲାଭଦାୟକ । ସେମିତି ଭିଟାମିନ B12 ଯାହା କୌଣସି ଭେଜିଟେବୁଲରେ ନାହିଁ ହେଲେ ପଖାଳରେ ଅଛି । ସବୁଠାରୁ ବଡ ଲାଭ ହେଉଛି ଯାହା ଉପରେ ଆମେ ଆଜିକାଲି ଚର୍ଚ୍ଚା କରୁଛୁ ସେଇଟା ହେଉଛି ଡାଇବେଟିସ ରୋଗ ।

ଡାଇବେଟିସରେ ଆମେ ମାନେ ରିସେଣ୍ଟ ଷ୍ଟଡିରେ ଦେଖୁଛି କି ଯାହା ଆମେ ମାନେ ସପ୍ଲିମେଣ୍ଟ ହିସାବରେ ପାଇ ପାରୁଥିଲୁ ତାହା ଆମେ ପଖାଳ ଭାତରୁ ପାଉଛୁ । ତେଣୁ ପଖାଳ ଖାଇବା ଦ୍ଵାରା ଅନେକ କିଛି ଲାଭ ମିଳି ଥାଏ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *