ମାଳିକା ଭବିଷ୍ୟବାଣୀ, ଭୁବନେଶ୍ୱରରେ ୬୦ ଫୁଟ ଉପରେ ଚାଲିବ ପାଣି, ଦେଖନ୍ତୁ ଏ ନେଇ କଣ କୁହେ ମାଳିକା ? (Malika Bachana)

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ୬୦୦ ବର୍ଷ ତଳର ମହାପୁରୁଷ ମାନଙ୍କ ଦ୍ୱରା ଆଗତ ଭବିଷ୍ୟତ ପାଇଁ ଲିଖିତ ହୋଇଥିବା ଏହି ମାଳିକା ଵଚନ । ଅଚ୍ୟୁତ କହିଛନ୍ତି ଶଂସାର ଭିତରେ ପର୍ବତ ଶିଖରେ ଫୁଟିବ ଗହିଁ ଅଚ୍ୟୁତ ଵଚନ ଟଳିବ ନାହିଁ । ଆଜି ଆମେ ଏହି ପଦକୁ ନେଇଛୁ ଯାହାକୁ ମହାପୁରୁଷ ଅଚ୍ୟୁତ ୬୦୦ ବର୍ଷ ତଳେ ଲେଖି ଦେଇ ଯାଇଥିଲେ । ସେ ପଦଟି ହେଉଛି । ସମ୍ବଲପୁରରେ ସମଲାଇ ଠାରେ ବଜ୍ରପାତ ହେବ ଜହିଁ ଖଣ୍ଡ ଗିରି ଠାରେ ବରଫ ପଡିବ ଶୀତଳ ଜଳ ବୁହାଇ ।

ତେବେ ମହାପୁରୁଷ କହିଛନ୍ତି ସମ୍ବଲପୁର ଠାରେ ମା ସମଲେଇଙ୍କ କ୍ଷେତ୍ରରେ ବିଶାଳ ବଜ୍ରପାତ ହେବ,ଯେଉଁ ବଜ୍ରପାତକୁ ଆପଣ ମାନେ ଜାଣିଛନ୍ତି ଆଗରୁ ଏତେ ସବୁ ହେଉ ନଥିଲା । ଆଗରୁ ଚାଷୀଟିଏ ତାର ଚାଷକ୍ଷେତ୍ରକୁ ନିଜର ପଖିଆ ଟିଏ ଧରି ଯାଇଁ ପହଁଞ୍ଚୁଥିଲା । ବର୍ତ୍ତମାନ କିନ୍ତୁ ଆପଣ ମାନେ ଏବେ ବଜ୍ରପାତ ଜନିତ ମୃତ୍ୟୁକୁ ଟିଭିରେ ଦେଖୁଛନ୍ତି ।

ଅର୍ଥାତ ବଜ୍ରପାତରେ ଏ ଅଞ୍ଚଳରେ ଏତିକି ଲୋକ ମରିଛନ୍ତି ଏହି ଭଳି ଖବର ଆପଣ ମାନେ ନିଶ୍ଚିତଭାବେ ଦେଖିବାକୁ ପାଉ ଥିବେ । ଆଗରୁ ଚାଷୀମାନେ ନିଜର ପଖିଆ ଧରି ଚାଷ କରୁଥିଲା କିନ୍ତୁ ବର୍ତ୍ତମାନ ଘରୁ ବହାରିବାକୁ ତାକୁ ଡର ଲାଗୁଛି । ଏମିତି ଏକ ସମୟ ଆସିବ ଯେତେବେଳେ ପାପର ଭାର ବୋଝେଇ ହୋଇଯିବ । ଅର୍ଥାତ ଘଣାଟି ବୋଝେଇ ହେଲେ ସିନା ଆମ ସୃଷ୍ଟିର ବିଲୟ ଘଟିବ ।

ତେଣୁ ପାପର ଭାର ଏତେ ବଢିଯିବଯେ ମା ସମଲେଇଙ୍କ କ୍ଷେତ୍ରରେ ବଜ୍ରପାତ ହେବ । ଖଣ୍ଡଗିରି ଠାରେ ବରଫ ପଡିବ ଅର୍ଥାତ ଖଣ୍ଡଗିରି ଠାରେ ବିରାଟ ଶିଳା ଖଣ୍ଡ ପରି ଵରଫ ଖଣ୍ଡଗିରି ଠାରେ ପଡିଯିବ ଆଉ ଭୁବନେଶ୍ୱରକୁ ଶୀତଳ ଜଳ ପ୍ଲାବନ କରିବ । ଶୀତଳ ଜଳରେ ପ୍ଲାବନ ହୋଇଯିବ ଭୁବନେଶ୍ୱର । ଏଠି ଆପଣ ମାନେ କହିବେ ମହାପୁରୁଷ ମାନଙ୍କର ଏହି କଥା ୬୦୦ ବର୍ଷ ପୂର୍ବରୁ ଲେଖା ହୋଇଥିଲା ତାହେଲେ ଏହା କେବେ ଘଟିବ ବା ଏହା କେବେ ସତ ହେବ । ଏହି ଘଟଣା ସବୁ କଳିର ଶେଷ ବା ଅନ୍ତ ସମୟରେ ଘଟିବ ।


ତେବେ ମଣିଷର ପାପ ଅତ୍ୟଧିକ ହେଲେ ସୃଷ୍ଟିର ମଧ୍ୟ ବିଲୟ ଘଟିବ । ମହାପୁରୁଷ ଆହୁରି କହୁଛନ୍ତି ଏହି କଳିଯୁଗ ଭିତରେ ଯିଏ ମାଳିକାକୁ ବୁଝିଛି ତାକୁ ଏହାକୁ ବୁଝେଇବାର ଅଛି । ଅର୍ଥାତ ଯେଉଁ ଖାଦ୍ୟ ହଜମ ହେଉ ନାହିଁ ତାକୁ ଖାଅ ନାହିଁ,ଆଉ ଯେଉଁ ଲୋକମାନେ ମାଳିକାକୁ ବୁଝୁନାହାନ୍ତି ତାଙ୍କୁ ଆଦୌ ବୁଝାନ୍ତୁ ନାହିଁ । ମା ସମଲେଇଙ୍କ ପାଖରେ ଯେଉଁ ବଜ୍ରପାତ ହେବ ସେଠାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିବ ।

ତାପରେ ପରବର୍ତ୍ତୀ ସମୟରେ ଖଣ୍ଡଗିରି ଠାରେ ବିରାଟ ଶିଳା ଖଣ୍ଡ ଭଳି ବରଫ ପଡିବ ବୋଲି ମହାପୁରୁଷ ମାନେ କହୁଛନ୍ତି । ମହାପୁରୁଷ ମାନେ ଆହୁରି କହୁଛନ୍ତି ଯେଉଁମାନେ ଚେତୁଆ ଭକ୍ତ ସେମାନେ ଏକଥା ଆଗରୁ ଜାଣିଛନ୍ତି ଆଉ ସେମାନେ ଜାଣିଛନ୍ତି ମହାପ୍ରଭୁ ଏମାନଙ୍କୁ ରକ୍ଷା କରିବେ । ତାପରେ ଯିଏ ଧର୍ମକୁ ଜଗିଥାଏ ତାର ମଧ୍ୟ କୌଣସି କ୍ଷତି ହୋଇନଥାଏ ।


ଯିଏ ଭଗବାନ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ନିଜର ଭକ୍ତି ରଖିଥାଏ ତାର କୌଣସି ଜିନିଷ ପ୍ରତି ଭୟ କିମ୍ବା ଦୁଃଖ ନଥାଏ । ଏହାର କାରଣ ହେଲା ଭକ୍ତବସ୍ଛଳ ଭଗବାନ ନିଜ ଭକ୍ତର ଅପମାନ ମଧ୍ୟ ସହି ପାରନ୍ତି ନାହିଁ ତେଣୁ ମହାପ୍ରଭୁ ସେ ଭକ୍ତମାନଙ୍କୁ ନିଶ୍ଚିତଭାବରେ ଉଦ୍ଦାର କରିବେ । ଏହି ସବୁ ଘଟିବା ପୂର୍ବରୁ ଆମେ ଭଗବାନଙ୍କ ଶରଣରେ ଯାଇଁ ପ୍ରାର୍ଥନା କରି କହିବା ଏହି ଅଖଣ୍ଡ ବିପଦରୁ ଯେମିତି ମହାପ୍ରଭୁ ଆମକୁ ରକ୍ଷା କରନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *