ଓଡିଶାରେ ବନ୍ଦ ହେବ BSKY ଯୋଜନା । ହଁ ଆଜ୍ଞା ବିଜୁ ଜନତା ଦଳକୁ ହରାଇ ବିପୁଳ ଆସନରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି । ତେବେ ବିଜେପି ଓଡିଶାରେ ସରକାରକୁ ଆସିବା ପରେ ଏଭଳି କିଛି ସବୁ ନିୟମ ଲାଗୁ କରିବାକୁ ଯାଉଛି । ତେବେ ଓଡିଶାରେ ବନ୍ଦ ହେବାକୁ ଯାଉଛି BSKY ଯୋଜନା । ତେବେ ଏହି ଯୋଜନା ପରବର୍ତ୍ତେ ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ପାଇଁ ଯାଉଛି । ତେବେ ଓଡିଶାରେ ଜୁନ 10 ରେ ରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି ।
ତେବେ ଓଡିଶାରେ ବିଜେପି ସରକାର ଆସିବା ପରେ ବିଜେପି ଯେଉଁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା । ସେହି ମଧ୍ୟରେ ଗୋଟି ଗୋଟି ଯୋଜନା ଲାଗୁ କରିବାକୁ ଯାଉଛି । ଏଥିସହ ନିର୍ବାଚନ ସମୟରେ ଯେଉଁ ସବୁ ପ୍ରସଙ୍ଗକୁ ମୁଦ୍ଧା ବନାଇ ବିଜେପି ସେତେବେଳେ ରାଜ୍ୟ ସରକାରଙ୍କ ଉପରେ ଟାର୍ଗେଟ କରି କହିଥିଲା । ସେହି ସବୁ ମୁଦ୍ଧା ପ୍ରସଙ୍ଗକୁ ଉନ୍ମୋଚନ କରିବା ପାଇଁ ଯାଉଛି ଭାରତୀୟ ଜନତା ପାର୍ଟି । ଯେପରି ପୁରୀ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲାହେବା ପାଇଁ ଯାଉଛି ।
ତେବେ ଏହି କାର୍ଯ୍ୟଟି ବିଜେପି ପକ୍ଷରୁ ଖୁବ ଶୀଘ୍ର ହୋଇବା ପାଇଁ ଯାଉଛି । ଜୁନ 10 ରେ ଯେତେବେଳେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ପାଠ ଗ୍ରହଣ କରିବେ । ତାହାର 6 ଘଣ୍ଟା ପରେ ପୁରୀ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲାହେବାକୁ ଯାଉଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏଥିସହ ଓଡିଶାରେ ଚାଲୁଥିବା BSKY ଯୋଜନାକୁ ବନ୍ଦ କରି ତାହା ବଦଳରେ ଆୟୁଷ୍ମାନ ଯୋଜନାକୁ ଖୁବ ଶୀଘ୍ର ଓଡିଶାରେ କାର୍ଯ୍ୟକାରୀ କରାଇବାକୁ ଯାଉଛି ବିଜେପି ।
ତେବେ ରତ୍ନ ଭଣ୍ଡାରର ଚାବି ହଜିଯାଇଥିବା ପ୍ରସଙ୍ଗ ଉପରେ ଖୁବ ଶୀଘ୍ର ତଦନ୍ତ କରି ଚାବି ଯେଉଁଠାରେ ଥିଲେ ମଧ୍ୟ ତାହାକୁ ଖୋଜି ବାହାର କରିବାକୁ ପ୍ରତିଶ୍ରୁତି ଦେଇଛି ଭାରତୀୟ ଜନତା ପାର୍ଟି । ଏଥିସହ ମହିଳା ମାନଙ୍କ ପାଇଁ 50, 000 ହଜାର ଟଙ୍କାର ଭାଉଚର ସୁବିଧା ପ୍ରଦାନ କରିବାକୁ ଯାଉଛି ବିଜେପି । ତେବେ ଏହି ସବୁ କାର୍ଯ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ପାଠ କରିବା ପରେ କେତେ ଦିନ ମଧ୍ୟରେ କରି ଦେଖାଇବେ ତାହା ଉପରେ ବର୍ତ୍ତମାନ ପୁରା ଓଡିଶାର ନଜର ରହିଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।