ଏବେ ବି କାହିଁକି ନବୀନଙ୍କୁ ଝୁରୁଛି ସାରା ଓଡିଶା ? ହଁ ଆଜ୍ଞା ବିଜେଡି ହାରିଯାଇଛି । ତାହା ସହ ନବୀନ ପଟ୍ଟନାୟକ ମଧ୍ୟ ହାରିଯାଇଛନ୍ତି । ଦୀର୍ଘ 24 ବର୍ଷର ବିଜେଡି ସରକାରର ଓଡିଶାରେ ଅନ୍ତ ଘଟିଛି। ବିଜେଡି ହାତରୁ ଓଡିଶାର ଶାସନ ଡୋରୀ ଖସି ଯାଇଛି । ଏବେ ଆଉ ଓଡିଶାର ମୁଖ୍ୟମନ୍ତ୍ରୀ ଆଉ ନବୀନ ପଟ୍ଟନାୟକ ହୋଇ ରହିନାହାନ୍ତି । ହେଲେ ତଥାପି ମଧ୍ୟ ନବୀନଙ୍କୁ ଝୁରୁଛି ସାରା ଓଡିଶା । ବିଜେଡିର ପରାଜୟ ପରେ ଜନମତକୁ ସ୍ଵୀକାର କରିଛନ୍ତି ମାନ୍ୟବର ନବୀବ ପଟ୍ଟନାୟକ ।
ଯାହାପରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି ନବୀନ ପଟ୍ଟନାୟକ । ଯେଉଁ ନବୀନ ପଟ୍ଟନାୟକ ଗତ 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହି ଆସୁଥିଲେ । ଆଜି ତାଙ୍କ ପାଖରେ ଆଉ ସେହି ମୁଖ୍ୟମନ୍ତ୍ରୀ ପଦ ରହିନାହିଁ । ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ପଦରୁ ହଟିଯାଇଛନ୍ତି । ଏବେ ଓଡିଶା ମୁଖ୍ୟମନ୍ତ୍ରୀ ବିହୀନ ହୋଇଯାଇଛି । ଇସ୍ତଫା ପରେ ନବୀନ ପଟ୍ଟନାୟକ ବର୍ତ୍ତମାନ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟି ଯାଇଛନ୍ତି ।
ତେବେ ଆସନ୍ତା ଜୁନ 10 ରେ ଭାରତୀୟ ଜନତା ପାର୍ଟି ଯଦିଓ ନିଜ ଦଳରୁ ଜଣଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ସାମ୍ନାକୁ ଆଣିବାକୁ ଯାଉଛନ୍ତି । ହେଲେ ଆଜି ବି ଲୋକଙ୍କ ମନରେ ନବୀନ ପଟ୍ଟନାୟକ ତାଙ୍କର ସେହି ପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ରହିଯାଇଛନ୍ତି । ଯେମିତି ସତେ ଲାଗୁଛି, ଭାରତୀୟ ଜନତା ପାର୍ଟିର ବିଜୟ ରେ ଓଡିଶାବାସୀ ଯେତିକି ଖୁସି ନାହାନ୍ତି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ହଟିଯିବା ହୁଏତ ଅନେକ ଲୋକଙ୍କ ମନକୁ କଷ୍ଟ ଦେଇଛି ।
ତେବେ ଇତିହାସ ରଚିବା ବଦଳରେ ନିଜେ ଇତିହାସ ପାଲଟି ଯାଇଛନ୍ତି ନବୀନ ପଟ୍ଟନାୟକ । ପ୍ରତିଷ୍ଠା ହେବା ପର ଠାରୁ ପ୍ରଥମ ଥର ପାଇଁ ପରାଜୟର ସ୍ଵାଦ ଚାଖିଛି ବିଜୁ ଜନତା ଦଳ । ଯାହାପରେ ଓଡିଶାରେ ଭୁଷୁଡି ଯାଇଛି ବିଜେଡିର ଦୀର୍ଘ 24 ବର୍ଷର ଗଡ । ଦୀର୍ଘ 24 ବର୍ଷ ପରେ ବିଜୁ ଜନତା ଦଳର ମୁଖିଆଙ୍କ ହାତରୁ ଏବେ ଓଡିଶାର ଶାସନ ଡୋରୀ ଖସିଯାଇଛି । ତେବେ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ଇସ୍ତଫା ଦେବାର ଦୃଶ୍ୟ ଦେଖି ତାଙ୍କର ସମର୍ଥନ ମାନେ ଭାବୁକ ହୋଇଯାଇଛନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।