ବାହାଘର ଓ ହାତଗଣ୍ଠି କଥା ମନେପକାଇଲେ ବର୍ଷା… କହିଲେ ମୋ ହାତଗଣ୍ଠି ଓ ପ୍ରଭୁ ଜଗନ୍ନାଥଙ୍କ ଉପରେ ଭରଷା ଅଛି…

ମୁହଁ ଖୋଲି କହିଲେ ବର୍ଷା ହାତଗଣ୍ଠି ଉପରେ ମୋର ଭରଷା ଅଛି ! ହଁ ଆଜ୍ଞା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ମାମଲା ଉପରେ ହାଇକୋର୍ଟ ନିଜର ରାୟ ଶୁଣାଇ ସାରିଛନ୍ତି । ତେବେ ହାଇକୋର୍ଟଙ୍କ ରାୟ ଅନୁଯାଇ ଅନୁଭବ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଡିଭୋର୍ସ ନେଇପାରିବେ । ତେବେ ମାନ୍ୟବର ହାଇକୋର୍ଟର ଏହି ରାୟ ପରେ ବର୍ଷାଙ୍କ ମନର କଥା ଲେଖାଥିବା ଏଭଳି କିଛି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ବର୍ଷାଙ୍କ ମନର ସବୁ କଥା ସ୍ପଷ୍ଠ ଭାବରେ ଉଲ୍ଲେଖ ରହିଛି । ସତ୍ୟ ଉପରେ ବିଶ୍ବାସ, ଧର୍ଯ୍ୟ ଓ ଆତ୍ମବଳ ହିଁ ବ୍ୟକ୍ତିର ଶ୍ରେଷ୍ଠ ସମ୍ପତ୍ତି ଅଟେ । ଦୀର୍ଘ 3 ବର୍ଷର ଲଢେଇ ଓ ତିନି ବର୍ଷର ମାନସିକ ଯନ୍ତ୍ରଣା । ଏହା ସହ ମୋ ବ୍ୟକ୍ତିଗତ ଜୀବନରେ ଅନ୍ୟ ମାନଙ୍କର ନକରାତ୍ମକ ମତ, ସାମାଜିକ ଗଣମାଧ୍ୟମରେ କୁତ୍ସାରଟନା ଭଳି କିଛି ମିଛ ଅଭିଯୋଗ ମୋ ନାମରେ ମୁଁ ଶୁଣି ମଧ୍ୟ ଭାଙ୍ଗି ନପଡି ଧର୍ଯ୍ୟ ଧରି ରହିଥିଲି । ଶେଷରେ ସତ୍ୟର ହିଁ ଜୟ ଘଟିଲା ।

ଆଇନଗତ ଲଢେଇରେ ସବୁବେଳେ ମୋ ପରିବାର ମୋ ସାଥିରେ ଅଛନ୍ତି । ମୋ ପରିବାର ଆଉ ମୋ ମା’ ଙ୍କ ଆଶ୍ରୀବାଦ ବିନା ଏହା କେବେବି ସମ୍ଭବ ହୋଇପାରିନଥାନ୍ତା । ଏହି ସମୟରେ ମୋତେ ଅକୁଣ୍ଠିତ ଭାବେ ସହଯୋଗ ଓ ସମର୍ଥନ ଜଣାଇଥିବା ଲୋକ ଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି । ହୀନ ଉଦ୍ଧେଶ୍ୟ ନେଇ ଛାଡପତ୍ର ପାଇଁ ଆବେଦନ କଲେ । ତାହା ଧରା ପଡେ, ଓ ନ୍ୟାୟପାଳିକା ଦ୍ଵାରା ତାହା ଖାରଜ ହୋଇ ସଫଳ ହୁଏ ନାହିଁ ।

ତେବେ ଏଭଳି କିଛି ପୋଷ୍ଟ ସେ ସମୟର ଯେଉଁ ସମୟରେ ପରିବାର ଅଦାଲତ ବର୍ଷା ଓ ଅନୁଭବଙ୍କ ଆବେଦନକୁ ଖାରଜ କରାଯାଇଥିଲା । ଯାହା ପରେ ଅନୁଭବ ସେହି କଥାକୁ ଚାଲେନ୍ଜ କରି ହାଇକୋର୍ଟ ମାମଲା ଦାୟର କରିଥିଲେ । ତାପରେ ହାଇକୋର୍ଟ ଏହି ମାମଲାକୁ ବିଚାର କରି ନିଜର ଅନୁମତି ପ୍ରଦାନ କରିଛନ୍ତି । ତେବେ ହାଇକୋର୍ଟର ରାୟ ପରେ ଅନୁଭବ ବର୍ତ୍ତମାନ ବହୁତ ଖୁସି ଥିବା ବେଳେ ବର୍ଷା କିନ୍ତୁ ନିଜର କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ଖବରର ଅପଡେଟ ପାଇବା ଲାଗି ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *