ଅନୁଭବ ତୁମେ ମଥାର ସିନ୍ଦୁର ମୂଲ୍ୟ ନ ବୁଝ ହେଲେ ଶଶୁରଙ୍କ ସେବା କରିବାକୁ ଗୋଟିଏ ସୁଯୋଗ ଦିଅ-Varsa Priyadarsini

ଅନୁଭବ ତୁମ ମୋ ସିନ୍ଦୁର ର ମୂଲ୍ୟ ନ ବୁଝ । ମୋତେ ତୁମର ସ୍ତ୍ରୀ ଭାବେ ନ ସ୍ଵୀକାର କର । କିନ୍ତୁ ଥରେ ମୋତେ ବାପାଙ୍କର ସେବା କରିବାକୁ ସୁଯୋଗ ଦିଅ । ତୁମ ମନରେ ମୋ ପାଇଁ ଯେତେ ବି ଛଳନା ଥାଉ ନା କାହିଁକି । କିନ୍ତୁ ମୁଁ ଜାଣିଛି ମୋ ଶ୍ଵଶୁର ମୋତେ ବହୁତ ଭଲ ପାଆନ୍ତି ଓ ଝିଅ ଭଳି ମାନନ୍ତି । ବାପାଙ୍କ ପ୍ରତି ତୁମର ଯେତିକି ଅଧିକାର ଅଛି ସେତିକି ମୋର ବି ଅଛି । ତୁମେ ତୁମର ସିନ୍ଦୁର ର ଅଧିକାର ନ ଦେଲ ନାହିଁ ।

କିନ୍ତୁ ବୋହୂ ର ଅଧିକାର ମୁଁ ପାଇବାକୁ ହକଦାର । ମୁଁ ଜାଣିଛି ବାପା ଓ ମା ମୋତେ ଏବେ ବି ବୋହୂ ଭାବେ ଗ୍ରହଣ କରୁଛନ୍ତି । କିନ୍ତୁ ତୁମର ଗୋଟେ ଜିଦ ପାଇଁ ସବୁ କିଛି ଏବେ ଭାଙ୍ଗିବାକୁ ଯାଉଛି । ହଁ ଦର୍ଶକ ବନ୍ଧୁ ଏବେ ବୋହୂ ର କର୍ତ୍ତବ୍ୟ ପୁରା କରିବାକୁ ଚାହୁଁ ଛନ୍ତି ସାଂସଦ ଅନୁଭବ ମହାନ୍ତି ଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଶ୍ବଶୁରଙ୍କର ଦେହ ଖରାପ ଜାଣିବା ପରେ ଏବେ ନିଜକୁ ସମ୍ଭାଳି ପାରୁ ନାହାନ୍ତି ବର୍ଷା ।

କେବେଳ ଗୋଟେ ସୁଯୋଗ ଖୋଜୁଛନ୍ତି ବର୍ଷା ଶ୍ଵଶୁର ଙ୍କ ସେବା କରିବା ପାଇଁ । ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଅନୁଭବ ଙ୍କ ବାପା । ଆଉ ଅନୁଭବ ମଧ୍ୟ କହି ସାରିଲେଣି କି ବାପା ସୁସ୍ଥ ହେବା ପରେ ସେ ଆଉ ଥରେ ବାହା ହେବେ । ଅନୁଭବ ଙ୍କ ପ୍ରଥମ ବିବାହ କେବଳ ନାଁ କୁ ଥିଲା । କିନ୍ତୁ ବର୍ଷା ଅନୁଭବ ଙ୍କ ସିନା ତାଙ୍କର ସ୍ତ୍ରୀ ହୋଇ ପାରିଲେ ନାହିଁ । କିନ୍ତୁ ଶାଶୁ ଶ୍ବଶୁରଙ୍କର ଭଲ ବୋହୂ ହୋଇ ରହିବାକୁ ଚାହୁଁ ଛନ୍ତି ।

ଆଉ ସେ ସବୁବେଳେ ଅନୁଭବ ଙ୍କ ଘରେ ରହିବାକୁ ଚାହୁଁ ଛନ୍ତି । ସେଥିପାଇଁ ତ ବର୍ଷା କୋର୍ଟ ରେ ପିଟିସନ ଦାୟର କରିଥିଲେ । କିନ୍ତୁ ସତ ଚେଷ୍ଟା ପରେ ବି ବର୍ଷା ଙ୍କୁ ନିରାଶା ହେବାକୁ ପଡିଛି । ଆଉ ଆଜି ସେ ଅନୁଭବ ଓ ତାଙ୍କ ପରିବାର ଠାରୁ ଅଲଗା ହୋଇ ରହିଛନ୍ତି । ବର୍ତ୍ତମାନ ବର୍ଷା ନିଜ ଶ୍ଵଶୁର ଙ୍କ ସେବା କରିବାକୁ ଇଚ୍ଛୁକ ଅଛନ୍ତି ବୋଲି ଦର୍ଶାଇଛନ୍ତି ।

ତେବେ ଅନୁଭବ କି ତାଙ୍କ ପରିବାର କଣ ଚାହିଁବେ ଏ ସବୁ ପାଇଁ ତାହା ତ ସମୟ କହିବ । କିନ୍ତୁ ମାନ୍ୟବର କୋର୍ଟ ର ଛାଡପତ୍ର ମଞ୍ଜୁରୀ ହେବାର ରାୟ ଆସିବା ପରେ ବର୍ଷା ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ଅନ୍ୟ ପଟେ ଅନୁଭବ ବେଶ ଖୁସି ଥିବାର ଦେଖା ଯାଇଛି । ତେବେ ବର୍ଷା ଙ୍କର ଏହି ଆଶା କଣ ସତରେ ପୁରା ହେବ ନା ଆଗକୁ ଦୁହିଙ୍କ ସମ୍ପର୍କ ରେ କିଛି ନୂଆ ମୋଡ ଆସିବ ତାହା ଦେଖିବାକୁ ବାକି ରହିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *