8 ଥର MA ,7 ଥର NET ଓ ଦୁଇ ଥର PHD କରି ପାଠ ପଢାରେ ବିଶ୍ଵ ରେକର୍ଡ କରିଛନ୍ତି , କାନପୁର ର ଅମିତ କୁମାର !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପାଠପଢାରେ ବିଶ୍ଵ ରେକର୍ଡ କରିଛନ୍ତି ଏହି ଯୁବକ । 8 ଥର MA ,7 ଥର NET ଓ ଦୁଇ ଥର PHD  କରି ନୂଆ ରେଲର୍ଡ କରିଛନ୍ତି ଯୁବକ । ସାଧାରଣତଃ ମଣିଷ ଜୀବନରେ ଅନେକ ବିଷୟ କରିବାର ରୁଚି ରହିଥାଏ । କିଏ ମୋଡେଲିଙ୍ଗ କରେ ତୋ କିଏ ପେନ୍ଟିଂ ଏଭଳି କରି ନାମ ଯଶ ହାସଲ କରିବାକୁ ଇଛା କରନ୍ତି । ମାତ୍ର ଏହି ଯୁବକ ଜଣକ ଭିନ୍ନ ଭିନ୍ନ ଦେଶରେ ପାଠପାଢୀ ସାର୍ଟିଫିକେଟ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି ।

କାନପୁରର ଅମିତ କୁମାର ନାମକ ଯୁବକ ପାଠପଢାରେ ଅନେକ  ଡିଗ୍ରୀ ହାସଲ କରିସାରିଲେଣି । ଆଗକୁ ଆହୁରି ଡିଗ୍ରୀ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି । ଅମିତ 8 ଟି ବିଷୟରେ MA ଓ  2 ଟି ବିଷୟରେ NET ଫାସ୍ କରିବା ପରେ ଏବେ ଦ୍ଵିତୀୟ ଥର ପାଇଁ PH.D  କରିବାକୁ ପ୍ରସ୍ତୁତି କରୁଛନ୍ତି । ଅମିତଙ୍କର  ପାଠପଢା ପ୍ରତି ଇଛା ଶକ୍ତି କାମୁନି ସେ ଦେଶ ବିଦେଶରେ ପଢି ଡିଗ୍ରୀ ହାସଲ କରିବାକୁ ଉଦ୍ୟମ କରୁଛନ୍ତି ।

2021 ରେ ଇଣ୍ଡିଆ ବୂକ ଅଫ ରେକର୍ଡ ଏବଂ ଫେବୃୟାରି 2 ତାରିଖ 2022 ଓୟାର୍ଲ୍ଡ ଅଫ୍ ରେକର୍ଡ ରେ ନିଜର ନାମ ଲେଖିବାରେ ସଫଳ ହୋଇଥିଲେ । କେବଳ ଏଥିକି ନୁହେଁ ତାଙ୍କ ଶିକ୍ଷାର ଉପଲବ୍ଧି ପାଇଁ ଉତ୍ତର ପ୍ରଦେଶ ସରକାର ପଦ୍ମପୁରସ୍କାର ପାଇବା ପାଇଁ ଘୋଷଣା ହୋଇଛି ।

ଏତକି ବେଳକୁ ଅମିତଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା ଯାହା ଫଳରେ ସେ ଭାଙ୍ଗି ପଡିଥିଲେ କିନ୍ତୁ ମା ‘ଙ୍କ ସାହସ ରୁ ଜୁନ 2010 ରେ କମର୍ଶ ( JRF)  ,ଡିସେମ୍ବର 2015 ରେ ଏଜୁକେଶନ  ,ଡିସେମ୍ବର 2019 ପଲିଟିକାଲ , ଡିସେମ୍ବର 2020 ରେ ସୋସିଓଲୋଜି ,  ଡିସେମ୍ବର 2022 ଏଡୁଲ୍ଟ ଏଜୁକେଶନରେ  ଏହା ବ୍ଯତୀତ ଅନେକ ବିଷୟରେ MA  କରିଛନ୍ତି ଅମିତ ।

ତେବେ ପାଠପଢା ପାଇଁ   ଅମିତକୁ କାନପୁର ୟୁନିଭରସିଟି ସହଯୋଗ କରୁଥିଲେ ଏବଂ ତାଙ୍କୁ ଟଙ୍କା ଦେଇଥିଲା । ସୂଚନା ମିଳିଛି ଯେ ଅମିତ ପାଠପଢା ପାଇଁ ସରକାରୀ ଚାକିରି ମଧ୍ୟ ଛାଡିଦେଇଛନ୍ତି  । ଅମିତ ମତାନୁସାରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କିଛି ବି ତ୍ୟାଗ କରିବାକୁ ମୁଁ ପଛେଇବି ନାହିଁ । ତେବେ ଏହି ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *