ଅକାଳ ମୃତ୍ୟୁ କାହିଁକି ହୁଏ ? କଣ ଅଟେ ଏହାର ରହସ୍ୟ !

ନମସ୍କାର ବନ୍ଧୁଗଣ ତେବେ ଏହି ସଂସାର ରେ ଯଦି କିଛି ସତ୍ୟ ଅଛି ତେବେ ତାହା ହେଉଛି ମୃତ୍ୟୁ। କିନ୍ତୁ ବେଳେ ବେଳେ କିଛି ଲୋକ ଅକାଳ ମୃତ୍ୟୁ ବରଣ କରନ୍ତି ଯେମିତିକି ହଠାତ ପାଣିରେ ବୁଡିବା କିମ୍ବା ଆତ୍ମହତ୍ୟା କରିବା କିମ୍ବା କୌଣସି ଦୁର୍ଘଟଣା ହୋଇ ମୃତ୍ୟୁ ହେବାକୁ ଅକାଳ ମୃତ୍ୟୁ କୁହାଯାଏ ତେବେ କିଛି ଲୋକ କୁହନ୍ତି କି ଯଦି ସେହି ବ୍ୟକ୍ତି ସେଠାରେ ନ ଯାଇଥାନ୍ତା ତେବେ ତାହା ସହ ଏପରି ଘଟଣା ଘଟି ନଥାନ୍ତା। କିନ୍ତୁ ଯାହା ନିୟତି ରେ ଲେଖା ହୋଇଛି ତାହା ସୁନିଶ୍ଚିତ ଭାବରେ ଘଟିବ ହିଁ।

ତେବେ ରାମଚରିତ ମାନସ ର ବାଳ ଖଣ୍ଡ ରେ ଏକ ଉଦାହରଣ ମଧ୍ୟ ଦିଆଯାଇଛି। ପ୍ରତାପ ଭାନୁ ନାମକ ଜଣେ ରାଜା ଶାସନ କରୁଥିଲେ। ତେବେ ଦିନେ ତାଙ୍କ ଘରକୁ ଅନେକ ସନ୍ଥ ଏବଂ ବ୍ରାହ୍ମଣ ଆସିଥିଲେ ତେବେ ତାଙ୍କ ସମସ୍ତ ଙ୍କର ଭୋଜନ କରାଇବାର ମଧ୍ୟ ବ୍ୟବସ୍ଥା କରିଥିଲେ।

ତେବେ ରାଜାଙ୍କ ରୋଷେୟା ଜଣେ ମାୟାବୀ ରାକ୍ଷସ ଥିଲା ଏବଂ ସେ ସବୁ ସନ୍ଥ ଏବଂ ବ୍ରାହ୍ମଣ ଙ୍କ ଥାଳି ରେ ଆମିଷ ଦେଇଦେଲେ ତେବେ ବ୍ରାହ୍ମଣ ମାନେ ନିଜ ଥାଳି ରେ ଆମିଷ ଦେଖି ପ୍ରବଳ ରାଗି ଯାଇଥିଲେ ଏବଂ ରାଜାଙ୍କୁ ଅଭିଶାପ ଦେଇଥିଲେ କି ରାକ୍ଷସ ହୋଇ ଯିବାର। ତେବେ ରାଜା ଭାବିଲେ କି ମୁଁ ଯଦି ସେମାନ ଙ୍କୁ ନ ନେଇଥାନ୍ତି ତେବେ ଭଲ ହୋଇ ଥାନ୍ତା ଏଵଂ ବିପଦ ମଧ୍ୟ ଟଳି ଯାଇଥାନ୍ତା।

ତେବେ ସେହି ରାଜା ଭାନୁ ପ୍ରତାପ ପରେ ରାବଣ ହୋଇଥିଲେ। ତେବେ ରାମ ଚରିତ ମାନସ ରେ ଏହା ଲେଖାଯାଇଛି କି ଯାହା ହେବାର ଥିବା ତାହା ହୋଇକି ରହିବ ଏବଂ ଯାହା ନ ହେବାର ଥିବ ତାହା ଆପଣଙ୍କ ସହ କେବେବି ହେବ ନାହିଁ। ଯାହାରଯେଉଁଠି ବି ମୃତ୍ୟୁ ହେବାର ଥିବ ତାହା ହୋଇକି ରହିବ।କେହି ତାକୁ ବଦଳାଇ ପାରିବେ ନାହିଁ।

ତେବେ କୌଣସି ଲୋକ ର ହଠାତ ମୃତ୍ୟୁ ହୋଇ ଗଲାପରେ ଅକାଳ ମୃତ୍ୟୁ କୁହାଯାଏ ତେବେ ଏହା ଏପରି ନୁହେଁ କାରଣ ଲୋକ ମାନଙ୍କ ର ନିୟତି ହିଁ ଏପରି ମୃତ୍ୟୁ ଲେଖି ଥାଏ ଯାହା ହୋଇକି ହିଁ ରହିବ।ତେବେ ଏହା ଛଡା ଆଉ ଅନ୍ୟ ଶାସ୍ତ୍ର ରେ କୁହାଯାଇଛି କି ଯିଏ ସକାଳୁ ଭଗବାନ ଙ୍କ ପୂଜା କରି ତାଙ୍କ ଚରଣାମୃତ କୁ ପାଇ ଘର ବାହାରକୁ ଯାଇଥାଏ ତାର କେବେ ବି କୌଣସି କ୍ଷତି କିମ୍ବା ଅକାଳ ମୃତ୍ୟୁ ହୋଇ ନଥାଏ।ଗୁରୁଜନ ମାନେ କୁହନ୍ତି ଯେଉଁ ମାନଙ୍କ ର ଅସି ବର୍ଷ ପୂର୍ବ ରୁ ମୃତ୍ୟୁ ହୋଇଯାଏ ତେବେ ସେହି ମୃତ୍ୟୁ କୁ ଅକାଳ ମୃତ୍ୟୁ କୁହାଯାଏ।

ତେବେ ଏହା ଛଡା କୁହାଯାଏ କି ଅକାଳ ମୃତ୍ୟୁ ଯୋଗୁଁ ସେମାନେ ପ୍ରେତ ହୋଇ ଯାଆନ୍ତି। କିନ୍ତୁ କୌଣସି ଭଲ ଲୋକ ଯଦି ଅଳ୍ପ ବୟସ ରେ ମୃତ୍ୟୁ ହୋଇଯାଏ ତେବେ ସେହି ପୁଣ୍ୟଆତ୍ମା ସ୍ୱର୍ଗ କୁ ହିଁ ପ୍ରାପ୍ତ କରିଥାଆନ୍ତି।ତେବେ ଯେଉଁ କୁବୁଦ୍ଧି ଲୋକ କିମ୍ବା ଅନ୍ୟ ଅସାମାଜିକ ଲୋକଙ୍କ ହଠାତ ମୃତ୍ୟୁ ହୋଇ ଯାଏ କିମ୍ବା କୌଣସି ଇଚ୍ଛା ପୂରଣ ହୋଇ ନଥାଏ ତେବେ ସେ ପ୍ରେତ ଆତ୍ମା ହୋଇ ବୁଲିଥାନ୍ତି।ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *