ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ! 22 ଜଣ OAS ଅଫିସରଙ୍କୁ ସିଏମଓରୁ ହଟାଇଲେ…

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ! ବିଦା ହେଲେ 22 ଜଣ ଅଫିସର ! ସିଏମଓ ଅଫିସରେ ଏବେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଓଡିଶାରେ ନୂଆ ସରକାର ଗଠନ ପରେ ସିଏମଓ ଅଫିସରେ ବହୁତ ଜଣ ଅଫିସରକୁ ମଧ୍ୟ ବଦଳି କରାଯାଇଛି । ଅପର ପକ୍ଷରେ ସିଏମଓ ରେ 2 ଜଣ ନୂଆ ଅଫିସରଙ୍କୁ ମଧ୍ୟ ସେଠାରେ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି ମିଳିଛି ।

ସେହିପରି ବିନୋଦ ବିହାର ସିଂହଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଅନୁସଚିବ ଭାବେ ନିଯୁକ୍ତ କରାଯାଇଛି । ରାଜ୍ୟରେ ନୂଆ ସରକାର ଅର୍ଥାତ ବିଜେପି ସରକାର ଶାସନ କ୍ଷମତାକୁ ଆସିବା ପରେ ଏବେ ବିବିନ୍ନ ବିଭାଗ ଉପରେ ଜୋରଦାର ସମୀକ୍ଷା ଚାଲୁ ରହିଛି । ସବୁ ବିଭାଗ ଉପରେ ଏବେ କଡା ନଜର ମଧ୍ୟ ରହିଛି । ପ୍ରଶାସନିକ ବିଭାଗରେ ବଡ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟ ଅତିଥି ଭବନରୁ ସରକାର ଚଳାଇଛନ୍ତି ।

ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ରାଜ୍ୟ ଅତିଥି ଭବନରେ ସବୁ ପ୍ରକାର ଆଲୋଚନା କରୁଛନ୍ତି । ସବୁ ବିଭାଗର ଅଧିକାରୀଙ୍କ ଉପରେ କଡା ସମୀକ୍ଷା ମଧ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟରତ ଥିବା ଓଏଏସ କ୍ୟାଡରର ଅଫିସର ମାନଙ୍କୁ ବଦଳି କରାଯାଇଛି । 22 ଜଣ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି । ଓଏଏସ କ୍ୟାଡରର ଅନେକ ଅଫିସରଙ୍କୁ ବଦଳି କରିବା ସହ ଏବେ ମଧ୍ୟ କିଛି ସେହି କ୍ୟାଡରର ପୁରୁଣା ଅଫିସର ମାନେ ସିଏମଓ ଅଫିସରେ କାର୍ଯ୍ୟରତ ଅଛନ୍ତି ।

ତେବେ ଯେଉଁ ସବୁ ପୁରୁଣା ଅଫିସର ଏବେ ପର୍ଯ୍ୟନ୍ତ ମଧ୍ୟ ସିଏମଓ ଅଫିସରେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ନେଇ ନୂଆ ମୁଖ୍ୟମନ୍ତ୍ରୀ କଣ ସବୁ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ? ସେମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ସିଏମଓ ଅଫିସରେ କାର୍ଯ୍ୟ ଆଗକୁ ଚଳାଇବେ । ନା ସେମାନଙ୍କୁ ପୁଣି ଅନ୍ୟ 22 ଜଣ ଅଫିସରଙ୍କ ଭଳି ବଦଳି କରିଦେବେ ତାହା ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି । ତେବେ ସିଏମଓ ଅଫିସର ଏବେ ନବକଳେବର ହେଉଛି ବୋଲି ରାଜନୈତିକ ମାହୋଲରେ ଖୁବ ଚର୍ଚା ଲାଗି ରହିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *