ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ତେବେ ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ସେ ବହୁତ ଥର ମିଡ଼ିଆ ରେ ନିଜର ଅସଭ୍ୟ ବ୍ୟବହାର କିମ୍ବା ଗାଳି ଗୁଲଜ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି ।
ତେବେ ସେ ନିଜ ଜନ୍ମଦିନ ପାଳନ ଉତ୍ସବ ସମୟରେ କରିବା ପରେ କିଛି ଲୋକଙ୍କୁ ଟଙ୍କା ଦେଉ ଥିବାର ଦେଖିବାକୁ ମିଳିଥିଲା । ଏହାପରେ ପାଖରେ ଥିବା କିଛି ଲୋକ ମଧ୍ୟ ସୁର ଙ୍କୁ ପଇସା ମାଗିଥିଲେ । ଯାହାଦ୍ୱାରା ସୁର ଚିଡ଼ି ଯାଇଥିଲେ । ସୁର ରାଗିଯିବା ସହିତ ଅତି ଅଶ୍ଳୀଳ ଭାଷା ରେ ସେମାନଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସେ ଖୁବ ଚର୍ଚ୍ଚା ରେ ମଧ୍ୟ ରହିଥିଲେ ।
ତେବେ ପରେ ସେ କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଗାଳି ଦେଉଥିବାର ଦେଖିବାକୁ ମିଳେ ତ କେତେବେଳେ ଓଡିଶା ରାଜ୍ୟ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗାଳି ଦେଉଥିବାର ଦେଖିବାକୁ ମିଳେ । କେତେବେଳେ ସେ ସରକାର ଙ୍କୁ ଏହି କାମ ନ କରିବା ପାଇଁ ଗାଳି କରନ୍ତି ତ କେତେବେଳେ ଭୁଲ କାମ କରୁଛ ବୋଲି ଗାଳି କରନ୍ତି ।
ତେବେ କିନ୍ତୁ ବର୍ତ୍ତମାନ ସୁର ରାଉତରାୟ ମିଡ଼ିଆ ଆଗରେ କହିଛନ୍ତି କି ସେ ଆଉ ଗାଳି କରିବେ ନାହିଁ । ତେବେ ସେ କହିଛନ୍ତି କି ସେ ଏକ ମିଟିଙ୍ଗ କୁ ଯୋଗଦାନ ଦେବାକୁ ଯାଇଥିଲେ । ତେବେ ସେଠାରେ ଜଣେ ବାବା ତାଙ୍କୁ ଦେଖି ପ୍ରଥମେ କହିଥିଲେ କି ତୁମେ ବହୁତ ଗାଳି କରୁଛ । ତେବେ ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ପଚାରିଲେ ଆପଣ କଣ ମନ କଥା ଜାଣି ଦେଇଥାନ୍ତି ।
ତେବେ ସେ ପଣ୍ଡିତ ଜଣଙ୍କ କହିଥିଲେ କି ତୁମେ ଗାଳି କହିବା ଛାଡି ଦିଅ ତୁମେ ବହୁତ ବଡ଼ ନେତା ହୋଇଯିବ । ତେବେ ସୁର କହିଥିଲେ କି ମୋତେ ବଡ଼ ନେତା ନୁହେଁ ଖାଲି ଜଣେ ଭଲ ନେତା ହେବା ଦରକାର ଯିଏ ଜନତା ଙ୍କ ସେବା କରି ପାରୁଥିବ । ତେବେ ସେ ଉତ୍ତର ରେ କହିଥିଲେ କି ଗାଳି କରିବା ଛାଡିଦିଅ । ତେବେ ତେଣୁ ସେ ନିଷ୍ପତ୍ତି ନେଇଛନ୍ତି କି ସେ ଆଉ ଗାଳି କରିବେ ନାହିଁ ନିଜ ଭାଷା ଉପରେ ସଂଯମ ରଖିବେ । ତେବେ ଦେଖିବା ଏହା କେତେଦୂର ସମ୍ଭବ ହୋଇ ପାରୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।