ବର୍ତ୍ତମାନ ସମୟରେ ମଶାମାନଙ୍କର ସଂଖ୍ୟା ବହୁତ ଅଧିକ ବଢି ଯାଇଛି । ମଶାମାନଙ୍କର କାମୁଡିବା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ମଧ୍ୟ ହୋଇଥାଏ । ଏମିତିରେ ଯଦି ଆପଣ ମଶା ପାଇଁ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ । ଯାହା ଦ୍ଵାରା ଆପଣ ଅତି ସହଜରେ ମଶାମାନଙ୍କୁ ଘରୁ ଘଉଡାଇ ରଖି ପାରିବେ । ଏହି ଘରୋଇ ଉପାୟକୁ ଆଗକାଳରୁ ହିଁ ବ୍ୟବାହାର କରାଯାଇ ଆସୁଛି ।
ଏହାକୁ ଆପଣ ଘରେ ଅତି ସହଜରେ ତିଆରି କରି ପାରିବେ । ଏହି ଘରୋଇ ଉପାୟ ପାଇଁ ଆପଣ ପ୍ରଥମେ ଝୁଣା ନିଅନ୍ତୁ । ଝୁଣାର ପ୍ରୟୋଗ କରି ଆପଣ ଅତି ସହଜରେ ମଶା ମାନଙ୍କୁ ଘରୁ ଦୂରେଇ ରଖି ପାରିବେ । ଝୁଣା ସୁଗନ୍ଧିତ ହୋଇଥାଏ ଓ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବି ଭଲ ହୋଇଥାଏ । ଆଗକାଳର ଲୋକମାନେ ଝୁଣାର ପ୍ରୟୋଗ କରି ମଶାମାନଙ୍କୁ ଘରୁ ଘୁଉଡାଇ ରଖୁଥିଲେ ।
ବର୍ତ୍ତମାନ ଜାଣି ନିଅନ୍ତୁ କି ଝୁଣା ତେଲ କେମିତି ତିଆରି କରିବେ । ଆପଣ ଗୋଟିଏ ପାତ୍ରକୁ ଗ୍ଯାସରେ ବଶାନ୍ତୁ । ଏଥିରେ ଅଧକପ ସୋରିଷ ତେଲ ଢାଳନ୍ତୁ । ଏହାକୁ ଅଳ୍ପ ଗରମ କରି ନିଅନ୍ତୁ । ଅଳ୍ପ ଗରମ ହେବା ପରେ ଗ୍ଯାସକୁ ବନ୍ଦ କରି ଦିଅନ୍ତୁ । ତେଲକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏଥିରେ ୪ ରୁ ୫ ଖଣ୍ଡ ଝୁଣା ମିଶାନ୍ତୁ । ତେଲ ଓ ଝୁଣାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ।
ବର୍ତ୍ତମାନ ଆପଣଙ୍କ ଝୁଣା ତେଲ ପ୍ରସ୍ତୁତ ହୋଇ ଯାଇଛି । ବର୍ତ୍ତମାନ ଏହି ଝୁଣା ତେଲକୁ ଆପଣ ଗୋଟିଏ ଛୋଟ ପାତ୍ରରେ ଢାଳି ଦିଅନ୍ତୁ । ଆପଣ ଗୋଟିଏ ପିଆଜ ନିଅନ୍ତୁ । କହିଦେଉଛୁ କି ପିଆଜର ଗନ୍ଧ ମଶାମାନଙ୍କୁ ଭଲ ଲାଗେ ନାହିଁ । ଆପଣ ପିଆଜର ଦୁଇ ସାଇଡକୁ କାଟି ଦିଅନ୍ତୁ । ଆପଣ ଛୁଞ୍ଚି ସୂତା ନେଇ ପିଆଜକୁ ଗୁନ୍ଥି ଦିଅନ୍ତୁ । ଝୁଣା ତେଲରେ ପିଆଜକୁ ଭଲ ଭବାରେ ବୁଡାଇ ଦିଅନ୍ତୁ । ତୁଳା ସାହାର୍ଯ୍ୟରେ ଆପଣ ଝୁଣା ତେଲକୁ ପିଆଜର ଉପରେ ବି ମାରି ଦିଅନ୍ତୁ ।
ଆପଣ ଏହି ପିଆଜକୁ ଘରର ଯେଉଁ ସ୍ଥାନରେ ଅଧିକ ମଶା ହେଉଛନ୍ତି ସେଠି ଝୁଲାଇ ଦିଅନ୍ତୁ । ମଶା ମାନେ ଏହାର ଗନ୍ଧକୁ ସହି ପାରନ୍ତି ନାହିଁ । ଏହା ମଶାମାନଙ୍କୁ ଘରୁ ଦୂରେଇ ରଖିବାରେ କାମ ଦବ । ଯେତେବେଳେ ଜାଣି ପାରିବେ କି ପିଆଜରୁ ଝୁଣା ତେଲର ଗନ୍ଧ କମି ଯାଇଛି ତେବେ ପୁଣି ଥରେ ଆପଣ ଏହି ପିଆଜରେ ଝୁଣା ତେଲ ଲଗାଇ ଦିଅନ୍ତୁ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।