ନମସ୍କାର ବନ୍ଧୁଗଣ ତେବେ ହିନ୍ଦୁ ପରମ୍ପରା ଅନୁସାରେ ଦୋଳପୂର୍ଣ୍ଣିମାରେ ଓଡ଼ିଆ ହିନ୍ଦୁମାନଙ୍କଦ୍ୱାରା ପାଞ୍ଜି ପୂଜା କରାଯାଏ ଓ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିଠାରୁ ପାଞ୍ଜି ଚଳେ । ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ବର୍ଷ ଆରମ୍ଭର ପ୍ରଥମ ଦିନ ଏହି ଦିନ ସୂର୍ଯ୍ୟ ଅଶ୍ୱିନୀ ନକ୍ଷତ୍ର ମେଷ ରାଶିକୁ ଗତି କରିଥାନ୍ତି । ଏହି ଦିନଠାରୁ ନୂଆ ଶକାବ୍ଦ ଆରମ୍ଭ ହୋଇଥାଏ । ଓଡ଼ିଶାରେ ପ୍ରଚଳିତ ପାଞ୍ଜି ଜଗନ୍ନାଥ ସଂସ୍କୃତି ଓ ନୀତି ଅନୁସାରେ ପ୍ରସ୍ତୁତ ହେଉଥିଲେ ମଧ୍ୟ ୨୦୧୧ରେ ଚନ୍ଦ୍ରଗହଣ ଓ ଶ୍ରୀ ଜଗନ୍ନାଥଙ୍କ କେତେକ ନୀତିକୁ ନେଇ ବିଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ତଥ୍ୟ ରହିଥିଲା ।
ବିଭିନ୍ନ ପଞ୍ଜିକାର ତଥ୍ୟରେ ରହୁଥିବା ଭିନ୍ନତା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବାରୁ ଦୁଇବର୍ଷ ହେଲା ଶ୍ରୀଜଗନ୍ନାଥଙ୍କ ପୂଜା ପରମ୍ପରା, ବିଧିବିଧାନ ଏବଂ ପରାଗ-ଗ୍ରହଣ ସମ୍ପର୍କୀତ ସମସ୍ତ ତଥ୍ୟରେ ତାଳମେଳ ରଖି ସହମତି ସୃଷ୍ଟି ପାଇଁ ଉଦ୍ୟମ କରାଯାଉଅଛି । ପାଞ୍ଜି ଗଣନାକାରଙ୍କ ସାଧନା, ତତ୍ତ୍ୱ ଓ ଜ୍ୟୋତିଷ ଶାସ୍ତ୍ର ଉପରେ ଦକ୍ଷତାର ଫରକ ସହ ଦୁଇଟି ସୂତ୍ର (ସିଦ୍ଧାନ୍ତ ଦର୍ପଣ ସୂତ୍ର ଓ ଭାସ୍ୱତୀ ସୂତ୍ର) ଅନୁସାରେ ଗଣନା ହେଉଥିବାରୁ ପାଞ୍ଜିରେ ଗଣନାଗତ ପାର୍ଥକ୍ୟ ରହିଥାଏ ।
ପାଞ୍ଜି ପ୍ରସ୍ତୁତି ପରେ ଜଗନ୍ନାଥ ମନ୍ଦିରରୁ ସ୍ୱିକୃତି ପାଇବା ପରେ ଏହା ବଜାରରେ ପ୍ରଚଳିତ ହୋଇଥାଏ । ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିର ବ୍ୟତିତ ବିରଜା ମନ୍ଦିରରୁ ପାଞ୍ଜିକୁ ସ୍ୱିକୃତି ଦିଆ ଯାଇଥାଏ । ତେବେ ଏବର୍ଷ ମଧ୍ୟ ୧୪ ଏପ୍ରିଲ ରୁ ନୂଆ ପାଞ୍ଜି ଆସି ସାରିଛି ଏବଂ ଏଥିରେ ଅନେକ ଗୁଡିଏ କଥା କିମ୍ବା ରହସ୍ୟ ମଧ୍ୟ ରହିଛି ଯାହା ବିଶିଷ୍ଟ ମାଳିକା ବିଚାରକ ଏବଂ ଜ୍ୟୋତିର୍ବିଦ ବାଦଲ ନନା ଏହି ପାଞ୍ଜି ରେ ଭବିଷ୍ୟତ କଥା ବିଷୟରେ ଆଲୋଚନା କରିଛନ୍ତି ।
ତେବେ ସେ କହିଛନ୍ତି କି ୨୦୨୨ ଏପ୍ରିଲ ୧୪ ରୁ ୨୦୨୩ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଅନେକ କିଛି ଘଟଣା ଘଟିଯିବ । ତେବେ ସେ କହିଛନ୍ତି ଏହି ବର୍ଷ ୧୦୪ ଦିନ ଧରି ବର୍ଷା ଲାଗି ରହିବ । କିନ୍ତୁ ଯେତେବେଳେ ବର୍ଷା ହେବା କଥା ସେବେ ହେବ ନାହିଁ କିନ୍ତୁ ଯେତେବେଳେ ହେବା କଥା ନୁହଁ ସେତେବେଳେ ବର୍ଷା ହେବ ।
ଏହାଛଡା ଫୁଣି ଥରେ ମହାମାରୀ ର ଆଶଙ୍କା ଦେଖିବାକୁ ମିଳୁଛି ।
ପାଶ୍ଚାତ୍ୟ ଦେଶ ଗୁଡିକରେ ମତାନ୍ତର ହେବାର ସମ୍ଭାବନା ରହିଛି । ଯୁଦ୍ଧ ମଧ୍ୟ ହୋଇ ପାରେ ଏହା ଛଡା ଭୂମିକମ୍ପ,ବାତ୍ୟା ଓ ଝଡ଼ ଆସିବାର ମଧ୍ୟ ସମ୍ଭାବନା ରହିଛି । ବାଣିଜ୍ୟରେ ଅଧିକ ଲାଭ ମିଳିବ ନାହିଁ,ସୌକିନ୍ ଜିନିଷ ର ଦାମ ବଢିବ ଏବଂ ତୈଳ ର ଦାମ ମଧ୍ୟ ବଢିବ । କିନ୍ତୁ ଆମ ଭାରତ ଦେଶ ରେ ଏତେ କିଛି କ୍ଷତି ହେବ ନାହିଁ ଏବଂ ଆମ ଦେଶ ବିଶ୍ଵର ଶକ୍ତିଶାଳୀ ଦେଶରେ ପରିଣତ ହେବ ଏବଂ ଭାରତର ସଂସ୍କୃତି କୁ ସମସ୍ତେ ଆପଣଇବେ ମଧ୍ୟ ।
ତେବେ ଶେଷରେ ନନା କହିଛନ୍ତି କି ଆପଣ ଜଗନ୍ନାଥ ମହାପ୍ରଭୁଙ୍କୁ ପାର୍ଥନା କରନ୍ତୁ କି ସେ ଏହିସବୁ ସଙ୍କଟ ରୁ ଉଦ୍ଧାର କରନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।