ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ମଣିଷ କେବଳ ଟଙ୍କା ଅର୍ଜନ କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଲୋକ ମାନେ ନିଜ ବ୍ୟସ୍ତ ବହୁଳ ଜୀବନରେ ହାରାସ ହୋଇ ରହୁଛନ୍ତି । କୁହାଯାଏ ହସ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଯଦି ବନ୍ଧୁଗଣ ଆପଣ ଖୁସିରେ ରହିବେ ତା ହେଲେ ଆପଣ ଦିନର ସମସ୍ତ କାମ ଅତି ଭଲ ଭାବରେ କରିପାରିବେ । ତେବେ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ ।
ଆଜି ଆମେ ଆପଣ ମାନଙ୍କ ପାଇଁ ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ଦିନେ ସ୍ତ୍ରୀ ନିଜ ଘରେ ରହି ଟିଭି ଦେଖୁଥିଲା ସେହି ସମୟରେ ସ୍ଵାମୀ ଗୋଟେ ପାପର ନେଇ ତା ପାଖକୁ ଆସିଲା ।
ସ୍ଵାମୀ ବହୁତ ସାହାସ କରି ସ୍ତ୍ରୀକୁ କହିଲା- ଆଜି ଗୋଟେ ଖବର କାଗଜରେ ଜଣେ ଲେଖକ ଲେଖିଛି ସ୍ଵାମୀ ମାନଙ୍କୁ ବି କହିବାର ହକ୍ ଅଛି ।
ସ୍ତ୍ରୀ ହସି ହସି କହିଲା- ସେ ବିଚରା ବି କେବଳ ଏହି କଥାକୁ ଲେଖି ପାରିଲା ନିଜ ସ୍ତ୍ରୀକୁ କିଛି କହିପାରିଲା ନାହିଁ ।
୨. ପୁଅ ଘର ବାଲା- ଆମ ପୁଅର କୌଣସି ପ୍ରକାରର ଅଭାବ ନାହିଁ ହେଲେ ହସିବା ବେଳେ ତାର ଦନ୍ତ ପାଇଁ ସେ ଟିକେ ଅଜବ ଦେଖାଯାଏ ।
ଝିଅ ବାଲା ଘର- କିଛି ଅସୁବିଧା ନାହିଁ, ବିବାହ ପରେ ଆମ ଝିଅ ତାକୁ ହସିବାକୁ ଦେଲେ ସିନା ସେ ହସିବ ।
୩. ଶାଶୁ ନବବଧୂକୁ କହିଲା…
ଶାଶୁ- ମୋର ସମ୍ପୂର୍ଣ୍ଣ ଭରସା ଅଛି ଯେ, ତମେ ରୋଷେଇ ଘର ବହୁତ ଭଲ ଭାବରେ ସମ୍ଭାଳି ନେବ ।
ବୋହୁ ରୋଷେଇ ଘରକୁ ଗଲା ଓ କିଛି ଭାଙ୍ଗିବାର ଶବ୍ଦ ଶୁଭିଲା ।
ଶାଶୁ- କଣ ଭାଙ୍ଗି ଦେଲୁ, ବୋହୁ- ଭରସା
୪. ଗୋଟେ ଝିଅ ଡାକ୍ତର ପାଖକୁ ଗଲା…
ଡାକ୍ତର- କଣ ରୋଗ ହେଇଛି ତମକୁ ?
ଝିଅ- ମୋର ହାର୍ଟ ଅପରେସନ ହୋଇଛି, ସେବେଠାରୁ ମୋତେ କୌଣସି ପୁଅ ଭଲ ଲାଗୁ ନାହାନ୍ତି ।
ଡାକ୍ତର- ତା ହେଲେ କଣ ଭଲ ଲାଗୁଛି ?
ଝିଅ- ମୋତେ କେବଳ ଝିଅ ମାନେ ପସନ୍ଦ ଆସୁଛନ୍ତି ।
ଡାକ୍ତର- ଆଛା ତା ହେଲେ ତମ ଦେହରେ ଗୋଟେ ପୁଅର ହାର୍ଟ ଲଗା ଯାଇଛି । ଝିଅ ବେହୋସ
୫. ପପୁ ନିଜ ଶଶୁର ଘରକୁ ଗୁରୁଜୀଙ୍କ ପ୍ରବଚନ ଶୁଣିବାକୁ ଗଲା
ଗୁରୁଜୀ- ଯେଉଁ ମାନେ ସ୍ଵର୍ଗ ଯିବାକୁ ଚାହୁଁ ଛନ୍ତି ସେମାନେ ନିଜ ହାତ ଉଠାଅ ।
ପପୁର ସ୍ତ୍ରୀ ଓ ଶାଶୁ ନିଜ ହାତ ଉଠାଇଲେ ।
ଗୁରୁଜୀ ପପୁକୁ ପଚାରିଲେ- ତମେ କଣ ସ୍ଵର୍ଗ ଯିବାକୁ ଚାହୁଁନ ?
ପପୁ- ଏ ଦୁଇଜଣ ଚାଲିଗଲେ ଏ ଜାଗା ସ୍ଵର୍ଗ ହୋଇଯିବ ।
ଗୁରୁଜୀ ନିଜ ଚେଲା ମାନଙ୍କୁ କହିଲେ- ଏହି ଜ୍ଞାନୀ ପୁରୁଷକୁ ଆମ ଟିମରେ ସାମିଲ କର ।
୬. ୮୦ ବର୍ଷର ଜଣେ ବୁଢା ୧୮ ବର୍ଷର ଝିଅ ସହ ବିବାହ କରିଲା ।
ଜଣେ ବ୍ୟକ୍ତି ଝିଅକୁ ପଚାରିଲା- ଏ ବୁଢାର ଆପଣ କଣ ଦେଖି ବିବାହ କରିଲେ ?
ଝିଅ ଟିକେ ହସିକି କହିଲା- ପ୍ରଥମରେ ହେଉଛି ତାଙ୍କର ଇନକମ ଓ ଦ୍ଵିତୀୟରେ ହେଉଛି ତାଙ୍କର ଦିନ କମ
7. 1980
ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ
ଚି-ଲ୍ଲେ-ଇବୁ ନାହିଁ….ସିଏ ଯାହା କରିବାକୁ ଚାହିଁବ ତା’କୁ କରିବାକୁ ଦେବୁ
2020
ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ
ଜୋର-ଜୋର ରେ ଚି-ଲ୍ଲେ-ଇ-ବୁ….ଯେମିତି କି ତାକୁ ଲାଗିବ ସେ ହିଁ ଓପେନିଂ ବ୍ଯାଟ୍ସମ୍ୟାନ ଅଟେ