ବିଧାନସଭାର ଶପଥ ଉତ୍ସବରେ ବିଧାୟକ ମାନଙ୍କ ପ୍ରବେଶ କଲା ଦ୍ରୁଷ୍ଟି ଆକର୍ଷଣ !

ବିଧାନସଭାରେ ଆଖି ଲାଖି ଗଲା ଭଳି ଦୃଶ୍ୟ ! ସୂଚନା ମୁତାବିକ ଓଡିଶାରେ ନୂଆ ସରକାର ଆସିବା ପରେ ବିଧାନସଭାରେ ବିଧାୟକ ମାନେ ନୂଆ କରି ଶପଥ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଁଦେଓ ଓ ପ୍ରଭାତୀ ପରିଡା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥ ନେବା ପରେ ଗୋଟି ଗୋଟି କରି ଜଣଙ୍କ ପରେ ଜଣେ ବିଧାୟକ ବିଧାନସଭା ଆସି ଶପଥ ନେଇଥିଲେ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବିଧାୟକ ମାନଙ୍କୁ ଶପଥ ପାଠ କରାଇଥିଲେ ।

ତେବେ ବିଧାନସଭାରେ ବିଧାୟକ ମାନେ ଯେତେବେଳେ ଶପଥ ପାଠ କରିବାକୁ ଆସିଥିଲେ । ସେତେବେଳେ ଅନେକ କିଛି ରୋଚକପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ବିଧାନସଭାରେ ମିଳିଥିଲା । ଯେମିତି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଶପଥ ଗ୍ରହଣର ପ୍ରଥମ ଦିନରେ ବିଧାନସଭାକୁ ସାଇକେଲରେ ଆସିଥିଲେ । ଏଥିସହ ବିଧାନସଭାରେ ପହଞ୍ଚି ସମସ୍ତଙ୍କୁ ସାଇକେଲ ଚଳାଇବାକୁ ମଧ୍ୟ ନିବେଦନ କରିଥିଲେ ।

ତେବେ ବିଧାନସଭାକୁ ସିଦ୍ଧାନ୍ତ ମହାପାତ୍ରଙ୍କର ଏଭଳି ସାଇକେଲରେ ଏଣ୍ଟ୍ରି ସମସ୍ତଙ୍କର ତାଙ୍କ ଆଡକୁ ଦ୍ରୁଷ୍ଟି ଆକର୍ଷଣ କରିଥିଲା । ତେବେ ବିଧାନସଭାରେ ବିଧାୟକ ଭାବେ ଶପଥ ନେବାକୁ ଆସି ଚର୍ଚାରେ ରହିଥିଲେ ଉପାସନା ମହାପାତ୍ର । ଜିଏକି ନିଜ ବାପାଙ୍କ ସ୍ମୃତିକୁ ମନେ ପକାଇ ଭାବବିହ୍ଵଳ ହୋଇଯାଇଥିଲେ । ବ୍ରହ୍ମଗିରିରୁ ପ୍ରଥମ ଥର ଲାଗି ବିଧାୟିକା ହୋଇଥିବା ଉପାସନା ମହାପାତ୍ର ନିଜ ବାପା ତଥା ପୂର୍ବତନ ମନ୍ତ୍ରୀ ଲୁଲୁଆ ମହାପାତ୍ରଙ୍କର 1995 ମସିହାର ଆଇ କାର୍ଡ ଧରି ବିଧାନସଭାକୁ ପ୍ରବେଶ କରିଥିଲେ । ବାପାଙ୍କ ଧର୍ଯ୍ୟ ଓ ସାହସକୁ ନେଇ ସେ ବିଧାନସଭାରେ ପ୍ରବେଶ କରିବେ ବୋଲି କହିଥିଲେ ।

ଭବାନୀପାଟଣାର ନୂଆ ବିଧାୟକ ସାଗର ଦାସ ବିଧାନସଭାକୁ ଆସି ବିଧାୟକ ଭାବେ ଶପଥ ନେଇଛନ୍ତି । ସେ କହିଥିଲେ, ଯେ 1985 ରେ ଭକ୍ତ ଦାସଙ୍କୁ ବିଧାନସଭାରେ ଦେଖିଥିଲେ । 2024 ରେ ଓଡିଶାବାସୀ ସାନ ଭକ୍ତ ଦାସଙ୍କୁ ଦେଖିବେ ।

ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ମହେଶ୍ଵର ମହାନ୍ତିଙ୍କ ପୁଅ ପୁରୀ ବିଧାୟକ ସୁନୀଲ ମହାନ୍ତି ମଧ୍ୟ ବିଧାନସଭାକୁ ଆସି ଶପଥ ନେଇଥିଲେ। ସେ କହିଛନ୍ତି । ଶାସକ ହେଉ ଅବା ବିରୋଦ୍ଧି ଦଳ ଜଣେ ବିଧାୟକ ହିସାବରେ ପୁରୀ ମାଟି ପାଇଁ ମୋର ଯାହା କର୍ତ୍ତବ୍ୟ ମୁଁ ତାହା ହିଁ ନିଶ୍ଚୟ କରିବି । ତେବେ 146 ଜଣ ବିଧାୟକଙ୍କ ମଧ୍ୟରୁ ଶପଥ ଗ୍ରହଣର ପ୍ରଥମ ଦିନରେ 100 ରୁ ଅଧିକ ବିଧାୟକ ଆସି ଶପଥ ନେଇଛନ୍ତି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *