Naveen Patnaik ଙ୍କ ଭଳି ମୁଖ୍ୟମନ୍ତ୍ରୀ, ଓଡ଼ିଶା କୁ ଦରକାର କହିଲେ… Babusan Mohanty

ନବୀନଙ୍କ ଭଳି ମୁଖ୍ୟମନ୍ତ୍ରୀ ଓଡିଶାକୁ ଦରକାର କହିଲେ ବାବୁଶାନ । ତେବେ ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ଚେହେରା ବିଜେପି ସାମ୍ନାକୁ ଆଣିଛି । କେନ୍ଦୁଝରର ବିଧାୟକ ମୋହନ ମାଝିଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରିଛି । ହେଲେ ଆଜି ବି ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି ସାରା ଓଡିଶାବାସୀ । ସେହି ମଧ୍ୟରେ ଅଭିନେତା ବାବୁସାନ ମହାନ୍ତି ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଆଜି ଝୁରୁଛନ୍ତି । ଯେଉଁ ନବୀନ ଓଡିଶା ରାଜ୍ୟକୁ ଶିଖରରେ ପହଞ୍ଚାଇ ଥିଲେ ।

ଯେଉଁ ନବୀନ ଓଡିଶାର ବିକାଶର ମଙ୍ଗ ଧରିଥିଲେ । ସେହିଭଳି ଜଣେ ବ୍ୟକ୍ତିତ୍ଵ ଅର୍ଥାତ ନବୀନ ପଟ୍ଟନାୟକଙ୍କ ଭଳି ଜଣେ ଲୋକ ହିଁ ଆମ ଓଡିଶାକୁ ଦରକାର ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ବାବୁସାନ ମହାନ୍ତି । ତେବେ ବାବୁସାନ ମହାନ୍ତି ବିଜେପିର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହୋଇଥିବା ମୋହନ ମାଝିଙ୍କୁ ପ୍ରଥମେ ସ୍ଵାଗତ ଜଣାଇଛନ୍ତି । ତେବେ ତାଙ୍କୁ ସ୍ଵାଗତ ଜଣାଇବା ସହ ଏଭଳି କିଛି ମଧ୍ୟ କହିଛନ୍ତି । ଓଡିଶା ହେଉଛି ଏକ ସଂସ୍କୃତି ଭରା ରାଜ୍ୟ । ଏଭଳି ରାଜ୍ୟରେ ଯିଏ ମୁଖ୍ୟମନ୍ତ୍ରୀ ହେବେ ସେଇଟା ତାଙ୍କ ପାଇଁ ସୌଭାଗ୍ୟର କଥା ହେବ ।

ତେଣୁ ଯିଏ ବି ମୁଖ୍ୟମନ୍ତ୍ରୀ ହେବ । ସେ ନବୀନ ପଟ୍ଟନାୟକଙ୍କ ଭଳି ଲୋକଙ୍କର ସୁଖ ଦୁଃଖ ବୁଝି କାମ କରିପାରୁଥିବା ଦରକାର । ଆମର  ସବୁ ଓଡିଶାବାସୀଙ୍କ ମନର କଥା ବୁଝି ଆମ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଓଡିଶା ପାଇଁ କାମ କରନ୍ତୁ । ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଆକାଶ ଦାସ ନାୟକ ବିଧାୟକ ହୋଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଆମ ସିନେମା ଜଗତ ପାଇଁ କିଛି ଭଲ କରିବେ ବୋଲି ଆଶା ରଖିଛନ୍ତି ଅଭିନେତା ବାବୁସାନ ମହାନ୍ତି ।

କାରଣ ବାବୁସାନ କହିଛନ୍ତି, ଆମ ଫିଲ୍ମ ଇଣ୍ଡଷ୍ଟ୍ରିର ମୋର ଜଣେ ଭାଇ ଓ ଜଣେ ଦାଦା ମଧ୍ୟ ଏହି ରାଜନୀତିରେ ରହିଛନ୍ତି । ତେଣୁ ଆମ ଓଡିଆ ସିନେ ଜଗତ ପାଇଁ ସେମାନେ କିଛି ଭଲ ପଦକ୍ଷେପ ନିଅନ୍ତୁ ବୋଲି ନିହାତି ଚାହିଁବି । ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ । କେନ୍ଦୁଝରର ବିଧାୟକ ମୋହନ ମାଝିଙ୍କୁ ବିଜେପି ତାହାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *