ଖୋଲିଲା ଭାଗ୍ୟ ପେଡି, ଆସିଲା ଚାଂଚଲ୍ୟକର ତଥ୍ୟ, ବିଜେପି ପ୍ରାର୍ଥୀ Prashant Jagdev ଆଗରେ ଅଛନ୍ତି ।

ଜେଲ୍ ରେ ରହି ମଧ୍ୟ ଜିତିଯିବେ ପ୍ରଶାନ୍ତ ଜଗଦେବ ! ହଁ ଆଜ୍ଞା ଏଭଳି କିଛି ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ସବୁଠାରୁ ଚର୍ଚାର ବିଷୟ ଏହା କି ଯେ ରାଜ୍ୟ ରାଜନୀତିରେ ବହୁ ଚର୍ଚାକୁ ଆସିଥିବା ପ୍ରଶାନ୍ତ ଜଗଦେବ ଏବେ ବହୁତ ଆଗରେ ରହିଛନ୍ତି । ତେବେ ଭୋଟ ଗଣତି କାର୍ଯ୍ୟକ୍ରମ ଚାଲୁ ରହିଛି । ଏହାରି ଭିତରେ ସବୁଠାରୁ ଆଗରେ ପ୍ରଶାନ୍ତ ଜଗଦେବ ରହିଛନ୍ତି । ଯେଉଁ ତଥ୍ୟକୁ ନେଇ ରାଜ୍ୟ ରାଜନୀତି ଅସ୍ଥିର ହୋଇ ପଡୁଥିବା ବେଳେ ବିଜେପି କର୍ମୀ ତଥା ପ୍ରଶାନ୍ତଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଏକ ଖୁସିର ମାହୋଲ ଲାଗି ରହିଛି ।

ତେବେ ଓଡିଶାରେ ମୋଦୀ ଲହର ବର୍ତ୍ତମାନ ପ୍ରବାହିତ ହେଉଛି ବୋଲି ଚର୍ଚା ହେବାରେ ଲାଗିଛି । କାରଣ ନିର୍ବାଚନ ସମୟରେ ଘନ ଘନ ଭାବେ ଓଡିଶାକୁ ଆସୁଥିବା କେନ୍ଦ୍ରୀୟ ବିଜେପି ନେତା ମାନଙ୍କର ପ୍ରଭାବ ଓଡିଶାରେ ପଡିଛି ବୋଲି ସାଧାରଣରେ ଆଲୋଚନା ହେବାରେ ଲାଗିଛି । ବିଶେଷ କରି 2024 ନିର୍ବାଚନରେ ଓଡିଶାର ନିର୍ବାଚନୀ ମଙ୍ଗ ଖୋଦ ମାନ୍ୟବର ପ୍ରଧାନମନ୍ତ୍ରୀ ଧରିଥିଲେ । ଓଡିଶାକୁ ବିଶେଷ ଭାବେ ଫୋକୋଷ କରି ନିର୍ବାଚନ ଲଢୁଥିଲେ । ଏଥିସହ ବାରମ୍ବାର ଏପରି କହୁଥିଲେ ।

ଯେ ଓଡିଶାରେ ଏଥର ପରିବର୍ତ୍ତନ ହେବା ଦରକାର । ଓଡିଶାରେ ବିଜେପି ସରକାର ଆସିବା ଦରକାର । ତେବେ ତାହାର ପ୍ରଭାବ ଯଦିଓ ଧୀରେ ଧୀରେ ଭୋଟ ଗଣତି ସମୟରେ ଦେଖିବାକୁ ମିଳିଛି। ତେବେ ପ୍ରଶାନ୍ତ ଜଗଦେବ ଜିଏକି ବିଜେପି ପ୍ରାର୍ଥୀ ସେ ଭୋଟ ସମୟରେ ଜେଲ୍ ରେ ରହି ମଧ୍ୟ ଭୋଟ ଗଣତି ସମୟରେ ତାଙ୍କର ପଦର୍ଶନ ଭଲ ରହିଛି ବୋଲି ସୂଚନା ମିଳୁଛି । ହେଲେ ପ୍ରଶାନ୍ତ ଜଗଦେବ ଏବେ ମଧ୍ୟ ଅଭିଯୁକ୍ତ ଭାବେ ଜେଲ୍ ରେ ରହିଛନ୍ତି ।

ମତଦାନ ସମୟରେ ଇଭିଏମ ମେସିନ ଭାଙ୍ଗିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲେ । ସେ ଅଭିଯୁକ୍ତ ନହୋଇ ମଧ୍ୟ ତାଙ୍କର ଅନ୍ତରୀଣ ଜାମିନ ଖାରଜ କରିଦେଇଛନ୍ତି ଜିଲ୍ଲା ଜଜ୍ । ତେବେ ଯାହାକୁ ନେଇ ସମର୍ଥକ ମାନେ ଅସନ୍ତୁଷ୍ଠ ଥିବା ବେଳେ ପ୍ରଶାନ୍ତଙ୍କ ଭାଗ୍ୟ ବଦଲୁଥିବା ନେଇ ତାଙ୍କ ସମର୍ଥକ ମାନେ ଏବେ ବେଶ ଉତ୍ସାହିତ ଅଛନ୍ତି । ତେବେ ଭୋଟ ଗଣତି ଚାଲିଥିବା ସମୟରେ ଏବେ ବିଜେପିର ପଦର୍ଶନ ଖୁବ ଭଲ ରହିଛି ବୋଲି ଟ୍ରେଣ୍ଡ ଚାଲିଛି । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *