ଚାଲିଛି ଭୋଟ ଗଣତି ! କିଏ ରହିଛି ଆଗୁଆ ? Election Results 2024

ଆଗୁଆ ରହିଛି ବିଜେଡି ! ତେବେ ଖବର ମୁତାବିକ ରାଜ୍ୟରେ କିଏ ଗଢିବ ସରକାର ଓ କେନ୍ଦ୍ରରେ କିଏ ଗଢିବ ସରକାର ତାହାକୁ ନେଇ ରାଜନୈତିକ ମାହୋଲ ପୁରା ସରଗରମ ରହିଛି । ଗଣତନ୍ତ୍ରର ସବୁଠାରୁ ମହାପର୍ବ ନିର୍ବାଚନୀ ପର୍ବ ପରେ ଲୋକଙ୍କର ଏବେ ତାହାର ଫଳାଫଳ ଉପରେ ଅପେକ୍ଷା ରହିଛି । ତେବେ ଓଡିଶାରେ ଏଥର କିଏ ମାରିବ ବାଜିମାତ ତାହାକୁ ନେଇ ଲୋକଙ୍କର ନଜର ରହିଛି । ତେବେ ଯଦି ବର୍ତ୍ତମାନର ଭୋଟ ଗଣତି ଫଳାଫଳ ଉପରେ କହିବାକୁ ଯିବା ।

ତେବେ ରାଜ୍ୟରେ ଏବେ ବିଜେଡି ବହୁତ ଆଗୁଆ ରହିଛି । ପେପର ବାଲାଟରେ ବିଜେଡି ଆଗୁଆ ରହିଛି । ତେବେ ଇଭିଏମ ଗଣତିରେ କେଉଁ ନେତା ଆଗୁଆ ରହିଛନ୍ତି ତାହା ଉପରେ ଆଲୋଚନା କରିବା । କଣ୍ଟାବାଞ୍ଜି ଓ ହିଂଜିଳି ରେ ବିଜେଡି ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନବୀନ ପଟ୍ଟନାୟକ ଏବେ ଆଗରେ ରହିଛନ୍ତି । ପୁରୀରୁ ସୁନୀଲ ମହାନ୍ତି ଆଗରେ ରହିଛନ୍ତି । ସତ୍ୟବାଦୀରୁ ସଞ୍ଜୟ ଦାସ ବର୍ମା ଆଗରେ ରହିଛନ୍ତି ।

ପିପିଲିରୁ ରୁଦ୍ର ମହାରଥୀ ଆଗରେ ରହିଛନ୍ତି । ଭୋଗରାଇରୁ କଙ୍ଗ୍ରେଶ ପ୍ରାର୍ଥୀ ସତ୍ୟଶିବ ଦାସ ଆଗୁଆ ରହିଛନ୍ତି । ବରଗଡରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ରହିଛନ୍ତି । ବ୍ରଜରାଜନଗରେ ସୁରେଶ ପୂଜାରୀ ଆଗରେ ରହିଛନ୍ତି । ଝାରସୁଗୁଡାରୁ ଦୀପାଳି ଦାସ ଆଗରେ ରହିଛନ୍ତି । ତେବେ ଏଠାରେ ଆଉ ଥରେ କହି ରଖିବା ପାଇଁ ଚାହିଁବୁ । ଯେ ପୋଷ୍ଟାଲ ବାଲାଟ ଗଣତିରେ ବିଜୁ ଜନତା ଦଳ ଆଗୁଆ ରହିଛି । ତେବେ ଓଡିଶାରେ ବର୍ତ୍ତମାନ ଲୋକସଭା ସହ ବିଧାନସଭାର ଭୋଟ ଗଣତି କାର୍ଯ୍ୟକ୍ରମ ଚାଲିଛି ।

ତେବେ ଏହି ଭୋଟ ଗଣତି ସମୟରେ କେଉଁ ନେତା ମାନେ କେତେ ଆଗରେ ରହୁଛନ୍ତି ତାହାର ଗୋଟେ ପରେ ଗୋଟେ ଅପଡେଟ ଆସିବାରେ ଲାଗିଛି । ତେବେ ଏବେ ପଶ୍ଚିମ ଓଡିଶା ମିଶନ ଉପରେ ସମସ୍ତଙ୍କର ନଜର ରହିଛି । ତେବେ ପଶ୍ଚିମ ଓଡିଶାରେ ବିଜେଡି ନା ବିଜେପି କେଉଁ ପାର୍ଟି କ୍ଷମତାକୁ ଆସିବ ତାହା ଉପରେ ବର୍ତ୍ତମାନ ଅଧିକ ନଜର ରହିଛି । ଏହା ସହ ବିଜେଡି, ବିଜେପି ଓ କଙ୍ଗ୍ରେଶ ଦଳ ପ୍ରାର୍ଥୀ ମାନଙ୍କର ଭୋଟ ଗଣତି ସଂପୂର୍ଣ୍ଣ ପରେ ଭାଗ୍ୟ ନିର୍ଦ୍ଧାରଣ କରାଯିବ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *