ନିର୍ବାଚନ ଲଢ଼ିବା ପାଇଁ ଦଳ ଟଙ୍କା ଦେଲା ନାହିଁ, ବାଧ୍ୟ ହୋଇ ଟିକେଟ ଫେରାଇ ଦେଲେ… ପୁରୀ ସାଂସଦ ପ୍ରାର୍ଥୀ Congress

ଦଳ ଦେଲାନି ଟଙ୍କା, ଟିକେଟ ଫେରାଇଲେ ପୁରୀ ସାଂସଦ ପ୍ରାର୍ଥୀ ! ହଁ ଆଜ୍ଞା ନିର୍ବାଚନ ଲଢିବା ପାଇଁ ଟଙ୍କାର ଆବଶ୍ୟକତା ପଡିଥାଏ । ଫଣ୍ଡ ନଥିଲେ ନିର୍ବାଚନ ଲଢିବା ଅସମ୍ଭବ ହୋଇପଡିବ । କାରଣ ପ୍ରତ୍ଯେକଟି କ୍ଷେତ୍ରରେ ଟଙ୍କାର ଦରକାର ପଡିଥାଏ । ଯେତେବେଳେ ପ୍ରାର୍ଥୀ ନିଜ ଦଳକୁ ଟଙ୍କା ମାଗିଥିଲେ । ସେତେବେଳେ ଦଳ ତାଙ୍କୁ ଟଙ୍କା ଦେବାକୁ ମନା କରିଦେଇଥିଲା । ଯାହା ପରେ ପୁରୀ କଙ୍ଗ୍ରେଶ ସାଂସଦ ପ୍ରାର୍ଥୀ ପାଇଥିବା ଟିକେଟକୁ ଫେରାଇ ଦେଇଛନ୍ତି ।

ଦଳର ଟିକେଟକୁ ହାଇକମାଣ୍ଡଙ୍କ ପାଖକୁ ଫେରାଇ ଦେଇଛନ୍ତି ପୁରୀର ସାଂସଦ ପ୍ରାର୍ଥୀ । ଲୋକଙ୍କ ସମର୍ଥନ ଥିଲେ ମଧ୍ୟ ଟିକେଟ ଫେରାଇ ଦେଲେ ପ୍ରାର୍ଥୀ ସୁଚରିତା ମହାନ୍ତି । ଦଳ ପାଇଁ ଏତେ ଦିନ କାମ କରି ମଧ୍ୟ ଶେଷରେ ତାଙ୍କୁ ଦଳ ଧୋକା ଦେଇଛି । ଯାହାର ପରିଣାମ ସ୍ୱରୂପ ପୁରୀ ସାଂସଦ ପ୍ରାର୍ଥୀ ତାଙ୍କ ଟିକେଟ ପରିତ୍ୟାଗ କରିଛନ୍ତି । କଙ୍ଗ୍ରେଶରୁ ପୁରୀ ସାଂସଦ ପ୍ରାର୍ଥୀ ଭାବେ ସୁଚରିତା ମହାନ୍ତିଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।

ହେଲେ ପ୍ରାର୍ଥୀର ନାମ ଘୋଷଣା କରିବାର କିଛି ଦିନ ପରେ ଦଳ ତାଙ୍କୁ ଟଙ୍କା ଦେବାକୁ ମନା କରିଦେଇଥିଲା । ଦଳ ତାଙ୍କୁ ନିଜ ହାତରୁ ନିଜେ ଟଙ୍କା ଖର୍ଚ କରି ନିର୍ବାଚନ ଲଢିବା ପାଇଁ କହିଥିଲା । ତାପରେ ସୁଚରିତା ମହାନ୍ତି ଦଳର ଏପରି ନିଷ୍ପତ୍ତି ଶୁଣି ସେଥିରେ ମଧ୍ୟ ରାଜି ହୋଇଯାଇଥିଲେ । ତାପରେ ସେ ଗୋଟିଏ ପବ୍ଲିକ ଫଣ୍ଡ ଖୋଲିଥିଲେ । ତାଙ୍କୁ ସାହାଜ୍ଯ କରିବା ପାଇଁ ସେ ଲୋକଙ୍କୁ କହିଥିଲେ । ଯାହା ପରେ ଫଣ୍ଡ ସେହିପରି ଖାଲି ରହି ପଡିଥିଲା । ତାପରେ ଏତେ ଚେଷ୍ଟା କରି ମଧ୍ୟ ସୁଚରିତା ନିଜ ପାଖରେ ନିଜେ ହାରିଯାଇଥିଲେ ।

ତାପରେ ସେ ବାଧ୍ୟ ହୋଇ ଦଳ ତାଙ୍କୁ ନିର୍ବାଚନ ଲଢିବାକୁ ଟଙ୍କା ନଦେବାରୁ ସେ ଟିକେଟ ଫେରାଇ ଦେଇଥିଲେ । ତେବେ ସୁଚରିତା ମହାନ୍ତିଙ୍କ କହିବା ଅନୁଯାଇ ସେ ପୁରୀବାସୀଙ୍କର ଉନ୍ନତି କରିବାକୁ ଚାହୁଁଥିଲେ । ତେଣୁ ସେ କଂଗ୍ରେସରୁ ଲୋକସଭା ପ୍ରାର୍ଥୀ ହୋଇ ଛିଡା ହୋଇଥିଲେ । ହେଲେ ଦଳ କିଛି ଟଙ୍କା ନଦେବାରୁ ସେ ବାଧ୍ୟ ହୋଇ ଟିକେଟକୁ ଫେରାଇ ଦେଇଛନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *