କାହିଁକି ପ୍ରେମିକ ବିରୋଧରେ ଦେଲେ ଏତଲା ? ପ୍ରେମିକଙ୍କୁ ନେଇ କ’ଣ କହିଲେ…Rani Panda

ରାଣୀଙ୍କ ହୃଦୟ ଭାଙ୍ଗିଦେଲା ପ୍ରେମିକ ବିକ୍ରମ ! ଯାତ୍ରା ଦୁନିଆର ବହୁ ଚର୍ଚିତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଏବେ ଏବେ ଏଭଳି କିଛି ଖବର ଚର୍ଚା ହେବାରେ ଲାଗିଛି । ଅଭିନେତ୍ରୀ ରାଣୀ ପଣ୍ଡା ନିଜର ପ୍ରେମିକକୁ ନେଇ ଗଣ ମାଧ୍ୟମ ସାମ୍ନାରେ ଏଭଳି କିଛି ଖୁଲସା କରିଛନ୍ତି । ଯେଉଁଥିରେ ରାଣୀ ପଣ୍ଡା ନିଜ ପ୍ରେମିକର ନାମ କହିବା ସହ ତାଙ୍କ ନାମରେ ଏଭଳି କିଛି ଅଭିଯୋଗ ମଧ୍ୟ ଆଣିଛନ୍ତି । ତେବେ ରାଣୀ ପଣ୍ଡାଙ୍କ କହିବା ଆଧାରରେ ମୁଁ ମୋ ପ୍ରେମ ପାଇଁ ଯେତିକି ସହିଥିଲି ।

ଜଣଙ୍କୁ ହୃଦୟରୁ ଏତେ ଭଲ ପାଇଥିଲି । ସେ ଯଦି ମୋତେ ଧୋକା ଦେଇ ମୋତେ କଷ୍ଟ ଦେବ । ତେଣୁ ମୁଁ ବାଧ୍ୟ ହୋଇ ତା’ ନାମ ସମସ୍ତଙ୍କ ଆଗରେ ଖୋଲିବାକୁ ଚାହିଁବି । ମୋ ଦୁଃଖ ବିଷୟରେ ମୁଁ ସମସ୍ତଙ୍କୁ ଖୋଲି ଜଣାଇବି। ମୋ ପ୍ରେମିକର ନାମ ହେଉଛି ବିକ୍ରମ । ତା’ ବାପାଙ୍କ ନାମ ହେଉଛୁ କୁନା ଦାସ । ତାଙ୍କ ପୁଅ ବିକ୍ରମ ମୋତେ ଯେଉଁ ଧୋକା ଦେଇଛି । ମୋତେ ଭଲ ପାଇ ବାହାଘରର ପ୍ରତିଶ୍ରୁତି ଦେଇ ଏବେ ମୋତେ ଛାଡି ଦେଇଛି ।

ଏହି କଥାର ମୁଁ ବିଚାର କରିବାକୁ ଚାହୁଁଛି । ତେଣୁ ବିକ୍ରମ, ତା’ ବାପା, ମାଆ ଓ ତାର ପୁରା ପରିବାର ମୋ ସହ ବସି ଏକ କଥାର ସମାଧାନ କରିବା ଉଚିତ । କାରଣ ବିକ୍ରମ ମୋତେ ବହୁତ ଭଲ ପାଉଥିଲା । ଆମର ବାହାଘର ହେବା ପର୍ଯ୍ୟନ୍ତ କଥା ମଧ୍ୟ ସରି ବାହାଘରର ପ୍ରି-ୱେଡିଙ୍ଗ ଫୋଟସୁଟ ମଧ୍ୟ ହୋଇଯାଇଥିଲା । ହେଲେ ଏବେ ସେ ବିକ୍ରମ କାହା କଥାରେ ପଡି ତା’ ଘରର ବୋହୁ ମୋତେ କରିବାକୁ ଚାହୁଁନାହିଁ ।

ସେ କହୁଛି ତୋତେ ମୁଁ ବାହା ହେବି ନାହିଁ ଯଦି ମୋର ରକ୍ଷିତା ହେଇକି ରହିବୁ ରହ ନହେଲେ ନାହିଁ । ଯଦି ମୁଁ ଖରାପ ଥିଲି । ସେ ମୋତେ ପ୍ରଥମରୁ କଣ ପାଇଁ ଭଲ ପାଉଥିଲା । ମୋତେ ବାହା ହେଲେ ତାଙ୍କ ଘରର କୁଆଡେ ଇଜ୍ଜତ ଚାଲିଯିବ । ସେଥିପାଇଁ ତା’ ପରିବାର ଲୋକ ମୋ ସହ କଥା ହୋଇ ମୋ ଚରିତ୍ରର ସାର୍ଟିଫିକେଟ ଦେଇ ଦିଅନ୍ତୁ । ସବୁ କଥାର ସମାଧାନ ହୋଇଯିବ । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *