Siddhanta ଙ୍କ ଟିକେଟ କାଟି ବହୁତ ବଡ ଭୁଲ କରି ଦେଇଛନ୍ତି VK ପାଣ୍ଡିଆନ ! Sidhant Mohapatra | VK Pandian

ଭିକେ ପାଣ୍ଡିୟାନଙ୍କୁ ଓଡିଶାରୁ ତଡିବି କହିଲେ ସିଦ୍ଧାନ୍ତ ମହାପାତ୍ର ! ହଁ ଆଜ୍ଞା ଅଭିନେତା ସିଦ୍ଧାନ୍ତ ମହାପାତ୍ର ବର୍ତ୍ତମାନ ଅଭିନୟ ଅପେକ୍ଷା ରାଜନୀତିରେ ଅଧିକ ଫୋକୋଷ କରୁଛନ୍ତି । ବିଜେଡି ଛାଡି ଯେବେ ଠାରୁ ବିଜେପିରେ ସିଦ୍ଧାନ୍ତ ମହାପାତ୍ର ସାମିଲ ହୋଇଛନ୍ତି । ସେବେଠାରୁ ତାଙ୍କର ଟାର୍ଗେଟରେ ଅଛନ୍ତି ଭିକେ ପାଣ୍ଡିୟାନ । କାରଣ ଯେତେବେଳେ ସେ ବିଜେପିରୁ ବିଧାୟକ ହୋଇଯିବେ ସେତେବେଳେ ତାଙ୍କର ପ୍ରଥମ ଟାର୍ଗେଟରେ ରହିବେ ଭିକେ ପାଣ୍ଡିୟାନ।

ଏଥର ପିଙ୍କି ପ୍ରଧାନଙ୍କ ବଦଳରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ଦିଗପହଣ୍ଡିରୁ ବିଧାନସଭା ଟିକେଟ ଦେଇଛି । ତେବେ ସିଦ୍ଧାନ୍ତ ମହାପାତ୍ର ଯେତେବେଳେ ବିଜେଡିରେ ଥିଲେ । ସେତେବେଳେ ବିଜେଡି କେବଳ ତାଙ୍କୁ ବ୍ୟବହାର କରି ବାହାର କରିଦେଇଥିବା କଥା ସିଦ୍ଧାନ୍ତ ଅନୁଭବ କରିଥିଲେ । ତେଣୁ ଏଥର ସାଂସଦ ହୋଇ ନୁହେଁ ବଂର ବିଧାୟକ ହୋଇ ବିଧାନସଭା ଯିବାକୁ ସିଦ୍ଧାନ୍ତ ମହାପାତ୍ର ଇଛା ପ୍ରକାଶ କରିଛନ୍ତି । କାରଣ ବିଜେଡିକୁ ଟାର୍ଗେଟ କରିବାକୁ ହେଲେ ଓଡିଶାରେ ହିଁ ରହିବା ଆବଶ୍ୟକ ।

କାରଣ ବିଧାନସଭାରେ ରହିଲେ ବିଜେଡିକୁ ବିଧାନସଭାରେ ପ୍ରଶ୍ନ କରି ହେବ । ତେଣୁ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ସାମିଲ ହୋଇ ବିଜେପିରୁ ବିଧାନସଭା ଟିକେଟ ପାଇଲା ପରେ ବିଧାୟକ ହେବା ପାଇଁ ଦୃଢ ଭାବେ ନିଜକୁ ପ୍ରସ୍ତୁତ କରିଛନ୍ତି । ତେବେ ଏଥର ନିର୍ବାଚନ ପୂର୍ବ 2 ଥର ସାଂସଦ ହୋଇ ଆସିଥିବା ଏଥର ଦିଗପହଣ୍ଡିରେ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ କଡା ଟକ୍କର ଦେବାକୁ ଯାଉଛନ୍ତି । 2009 ରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ସେହି ସୂର୍ଯ୍ୟ ପାତ୍ର ହିଁ ରାଜନୀତିକୁ ଆଣି ବିଜେଡିରେ ସାମିଲ କରିଥିଲ ।

ସେହି ଥର ନିର୍ବାଚନରେ ସାଂସଦ ଭାବେ ଲଢି ସିଦ୍ଧାନ୍ତ ମହାପାତ୍ର ବିଜୟୀ ମଧ୍ୟ ହୋଇଥିଲେ । 2014 ଲୋକସଭା ନିର୍ବାଚନରେ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବିଜୟ ହୋଇଥିଲେ । ହେଲେ ପରେ ପରେ ବିଜେଡି ଆଉ ତାଙ୍କୁ ଟିକେଟ ଦେଇନଥିଲା । ଏହିପରି ଅବହେଳାର ସାମ୍ନା କରିବା ପରେ ବିଜେଡି ଛାଡି ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ ସିଦ୍ଧାନ୍ତ ମହାପାତ୍ର । ବିଜେପିରେ ସାମିଲ ହେଉ ହେଉ ବିଜେପି ତାଙ୍କୁ ବିଧାୟକ ଟିକେଟ ମଧ୍ୟ ଦେଇଛି । ତେବେ ଏଥର ନିର୍ବାଚନରେ ସିଦ୍ଧାନ୍ତ ମହାପାତ୍ର ଓ ବିପ୍ଲବ ପାତ୍ରଙ୍କ ମଧ୍ୟରେ କଡା ଲଢେଇ ହେବାକୁ ଯାଉଅଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ପାଇଁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *