ଶ୍ରମିକଙ୍କ ପାଇଁ ଉତ୍ତେଜନା ! କମ୍ପାନୀ ଫାଟକ ସାମ୍ନାରେ କ୍ଷତି ପୂରଣ ପାଇଁ ଏକାଠି ହେଲେ ଶହ ଶହ ଶ୍ରମିକ…

ଟ୍ରକ ଚକା ତଳେ ଚାଲିଗଲା ଶ୍ରମିକଙ୍କ ଜୀବନ ! ହଁ ଆଜ୍ଞା କଟକ ଜିଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖଟିଖାଲ ସ୍ଥିତ ଶ୍ରୀ ସିମେଣ୍ଟ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ଗତକାଲି ରାଳଭାଗ ଗ୍ରାମର ଦିବାକର ପ୍ରଧାନ କମ୍ପାନୀରେ କାମ କରୁଥିବା ବେଳେ ଏକ ଟ୍ରକ ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତାପରେ ତାଙ୍କୁ ସଙ୍ଗେ ସଙ୍ଗେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା ।

ସେଠାରେ ଦିବାକର ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ହୋଇବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ଘଟିବା ପରେ କମ୍ପାନୀ ଫାଟକ ଆଗରେ ଦିବାକରଙ୍କ ପରିବାର ଲୋକଙ୍କ ସମେତ କମ୍ପାନୀର ଶ୍ରମିକ ମାନେ ଧାରଣାରେ ବସିଛନ୍ତି । ସମସ୍ତେ ମୃତକଙ୍କ ପରିବାର ପାଇଁ କ୍ଷତି ପୂରଣ ହେବାକୁ ନେଇ ଦାବୀ ଧରି ବସିଛନ୍ତି । ଏଥିପାଇଁ  ଶ୍ରମିକ ମାନେ ଟାୟାର ଜାଳି କମ୍ପାନୀ ଆଗରେ ଧାରଣାରେ ବସିଛନ୍ତି ।

କମ୍ପାନୀରେ ସୁରକ୍ଷାକୁ ବିଶେଷ ଗୁରୁତ୍ଵ ଦିଆଯାଉନାହିଁ । ଏହାଛଡା କମ୍ପାନୀର ଆମ୍ବୁଲାନ୍ସରେ ତ୍ରୁଟି ଥିବା କାରଣରୁ ଦିବାକରଙ୍କୁ ହସ୍ପିଟାଲକୁ ନେବା ସମୟ ବିଳମ୍ବ ଦେଖାଦେଇଥିଲା । ତେବେ ଏ ନେଇ କର୍ତ୍ତୁପକ୍ଷଙ୍କ ହେଲା ଥିବା କାରଣରୁ ମୃତ୍ୟୁ ହୋଇଥିବା କଥା ଶ୍ରମିକ ସଂଗଠନର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ତେବେ ଦିବାକର ଗତକାଲି କମ୍ପାନୀରେ କାର୍ଯ୍ୟରତ ଅବସ୍ଥାରେ ଥିବା ବେଳେ ତାଙ୍କ ସହ ଟ୍ରକ ଦୁର୍ଘଟଣା ଘଟିଯାଇଥିଲା  ।

ଯେଉଁ କାରଣରୁ ସେ ଅଧିକ ଗୁରୁତର ହୋଇ ମେଡିକାଲକୁ ଚିକିତ୍ସାକୁ ଯାଇଥିବା ବେଳେ ସେଠାରେ ତାଙ୍କ ର ମୃତ୍ୟୁ ଘଟିଥିଲା । ତେବେ କମ୍ପାନୀର ଶ୍ରମିକ ମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାର ସୁବିଧା ନାହିଁ ବୋଲି ଶ୍ରମିକ ସଂଗଠନ କମ୍ପାନୀ ଆଗରେ ଉତ୍ତେଜିତ ହୋଇ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ଏଥିସହ ମୃତ ଦିବାକର ପ୍ରଧାନଙ୍କ ପରିବାରକୁ ଏଥିପାଇଁ କ୍ଷତି ପୂରଣ କମ୍ପାନୀ ପକ୍ଷରୁ ତୁତନ୍ତ ଦିଆଯାଉ ବୋଲି ମଧ୍ୟ ଦିବାକରଙ୍କ ପରିବାର ସମେତ ଶ୍ରମିକ ମାନେ ମଧ୍ୟ ଦାବୀ ଧରି ବସିଛନ୍ତି ।

ଘଟଣାର ଖବର ପାଇ ପୋଲିସ ମଧ୍ୟ ଘଟଣା ସ୍ତଳକୁ ଯାଇ ବୁଝାସୁଝା କରିବା ସହ ତଦନ୍ତ ଚଳାଇଛି । ଯାହା ଦ୍ଵାରା ଏହି ସମସ୍ଯାର ବହୁ ଶୀଘ୍ର ସମାଧାନର ବାଟ ଯେପରି ବାହାରି ପାରିବ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *