35 ବର୍ଷ ନଖାଇ ବଞ୍ଚିଛନ୍ତି ଶାନ୍ତିଲତା ! ଜଣେ ମହିଳା ଜିଏକି ଭଗବାନ ଶନିଦେବଙ୍କର ଜଣେ ବହୁତ ବଡ ଭକ୍ତ ଏବଂ ପୂଜକ । ମହିଳା ଜଣଙ୍କର ନାମ ହେଉଛି ଶାନ୍ତିଲତା । ଏହି ମହିଳାଙ୍କ କାହାଣୀ ଯିଏ ବି ଶୁଣିବ ସେ ମୁଣ୍ଡରେ ହାତ ଦେଇ ବସିବ । କାରଣ ଶାନ୍ତି ଲତା ଆଯକୁ ପ୍ରାୟ 35 ବର୍ଷ ହେଲା କିଛି ବି ଖାଦ୍ୟ ଖାଇନାହାନ୍ତି । ତେବେ ଶାନ୍ତିଲତାଙ୍କ କହିବା ଅନୁଯାଇ ସେ ଯେତେବେଳେ 12 ବର୍ଷର ହୋଇଥିଲେ । ସେତେବେଳେ ତାଙ୍କର ହଟାତ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇ ସେ ସମୟରେ ସେ ଯାହା ବି ଖାଉଥିଲେ ।
ସେ ସବୁ ବାନ୍ତି ହୋଇଯାଉଥିଲା । ତାପରେ ଏ ନେଇ ଶାନ୍ତିଲତା ଡାକ୍ତରଙ୍କୁ ମଧ୍ୟ ଦେଖାଇଥିଲେ । ତେବେ ଡାକ୍ତର ତାଙ୍କୁ ଦେଖି କହିଥିଲେ । ଯେ ତୁମ ଦେହରେ ତ କିଛି ରୋଗ ନାହିଁ । ମୁଁ ତୁମକୁ କେଉଁ ମେଡ଼ିସିନ ଦେବି । ତେବେ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଶାନ୍ତିଲତା କିଛି ବି ନଖାଇ ସେହିପରି ବଞ୍ଚିଛନ୍ତି । କେବଳ ଚା ଆଉ ପାଣି ପିଇକି ନିଜର ଦିନ କାଟନ୍ତି ବୋଲି ଶାନ୍ତିଲତା କହିଛନ୍ତି ।
ତେବେ ଶାନ୍ତିଲତା ଏଭଳି ମଧ୍ୟ କହିଛନ୍ତି । ଯେ ତାଙ୍କ ଦେହରେ ଭଗବାନ ଶନିଦେବଙ୍କ ଶକ୍ତି ରହିଛି । ତେଣୁ ସେ କିଛି ନଖାଇ ମଧ୍ୟ ଆଜି ପର୍ଯ୍ୟନ୍ତ ଏମିତି ବଞ୍ଚି ରହିଛନ୍ତି । ଶାନ୍ତିଲତାଙ୍କ ଘରେ ଭଗବାନ ଶନିଦେବଙ୍କ ସମେତ ଅନ୍ୟ ଦେବାଦେବୀ ମଧ୍ୟ ରହି ପୂଜା ପାଉଛନ୍ତି । ଯେଉ ସବୁ ଠାକୁରଙ୍କୁ ଘରେ ରଖି ବିଶେଷ ନୀତିନିୟମ ସହକାରେ ତାଙ୍କର ଶାନ୍ତିଲତା ପୂଜା କରୁଛନ୍ତି । ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଅଶିମିଳା ଗ୍ରାମରେ ହେଉଛି ଶାନ୍ତିଲତାଙ୍କ ଘର ।
ବର୍ତ୍ତମାନ ଶାନ୍ତିଲତାଙ୍କ ବୟସ ହେଉଛି 47 ବର୍ଷ । ଶାନ୍ତିଲତା ଶନିଦେବଙ୍କ ଇଛାରେ ସବୁ କାର୍ଯ୍ୟ କରନ୍ତି ବୋଲି ସେ କହିଛନ୍ତି । ପ୍ରତ୍ଯେକ ଶନିବାରକୁ ବହୁ ଦୂର ଦୂର ଜାଗାରୁ ଶ୍ରଦ୍ଧାଳୁ ମାନେ ଆସି ଶାନ୍ତିଲତାଙ୍କ ଘରେ ଭିଡ ଜମାଇଥାନ୍ତି । କାରଣ ସେଠାରେ ବିଶେଷ ଭାବେ ଶନିଦେବଙ୍କର ପୂଜାଅର୍ଚନା ଶାନ୍ତିଲତା କରିଥାନ୍ତି । ଯାହାକୁ ଦେଖିବା ପାଇଁ ପ୍ରତ୍ଯେକ ଶନିବାର ସେଠାରେ ବହୁ ଦୂର ଦୂରାନ୍ତ ଲୋକ ଆସି ସେଠାରେ ପହଞ୍ଚିଥାନ୍ତି । ଖବରର ଅପଡେଟ ପାଇବା ପାଇଁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।