ଗୋଟିଏ ଘଟଣା ତାଙ୍କ ମନକୁ ବଦଳାଇ ଦେଇଥିଲା… ଯାହା ତାଙ୍କୁ ଜଣେ ଏବେ ଦକ୍ଷ IAS ଅଫିସର ବନେଇଛି…

ପିଟୁଥିଲେ ସ୍ଵାମୀ ପରେ ବନିଗଲେ IAS ଅଫିସର ! ହଁ ଆଜ୍ଞା ସବିତା ପ୍ରଧାନଙ୍କର ସଂଘର୍ଷଭରା କାହାଣୀ ବିଷୟରେ ଆଜି ଏଠାରେ ଜାଣିବାକୁ ପାଇବେ । ତାଙ୍କ ଜୀବନ ଯେ କେତେ ସଂଘର୍ଷମୟ ଥିଲା ତାଙ୍କ ଅତୀତର କାହାଣୀ ଯିଏ ଶୁଣିବ ସେ ଜାଣିପାରିବ । ହେଲେ ବର୍ତ୍ତମାନ ସାରା ସମାଜ ଓ ଯୁବଗୋଷ୍ଠୀଙ୍କ ପାଇଁ ସେ ପାଲଟି ଯାଇଛନ୍ତି ଉଦାହରଣ । 16 ବର୍ଷ ବୟସରେ ତାଙ୍କର ବିବାହ ହୋଇଯାଇଥିଲା । ବିବାହର କିଛି ଦିନ ପରେ ତାଙ୍କ ଉପରେ ନିର୍ଯାତନା ଓ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା ।

IAS ଅଧିକାରୀ ସବିତା ପ୍ରଧାନ ମଧ୍ୟପ୍ରଦେଶର ମଣ୍ଡୀ ଜିଲ୍ଲାର ବାସିନ୍ଦା । ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ସବିତାଙ୍କର ପରିବାରର ଆର୍ଥିକ ଅବସ୍ଥା ଏତେ ଭଲ ନଥିଲା । ଫଳରେ ବହୁ କଷ୍ଟରେ ସେ ଦଶନ ପରୀକ୍ଷା ପାସ୍ କରିଥିଲେ । ତାପରେ ସବିତା ଅଧିକ ପାଠ ପଢିବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବାରୁ ଘର ଲୋକ ତାଙ୍କୁ ବିବାହ କରଦେଇଥିଲେ । ଝିଅକୁ ବିବାହ ପରେ ପାଠ ପଢେଇବେ ବୋଲି ଶାଶୁଘର ଲୋକ କଥା ଦେଇଥିଲେ । ହେଲେ ବିବାହ ପରେ ଶାଶୁଘର ଲୋକେ ତାଙ୍କୁ ପାଠ ପଢିବାକୁ ଅନୁମତି ଦେଇନଥିଲେ ।

ଏପରିକି ସବିତା ନିଜ  ଶାଶୁଘରକୁ ଯିବା ପରେ ତାଙ୍କ ସ୍ଵାମୀ ତାଙ୍କୁ ନିର୍ଯାତନା ଦେବା ସହ ଭଲ ଭାବେ ଖାଇବାକୁ ମଧ୍ୟ ଦେଉନଥିଲେ । ତାପରେ ସବିତା 21 ବର୍ଷ ବୟସରେ 2 ଟି ସନ୍ତାନର ମାଆ ହୋଇଯାଇଥିଲେ । ହେଲେ ତାଙ୍କ ଉପରେ ଅତ୍ୟାଚାର କିନ୍ତୁ କମିବାର ନାଁ ନେଉଥିଲା । ଏହି ଦୁଃଖ ଯନ୍ତ୍ରଣା ଭିତରେ ଥରେ ସବିତା ନିଜର ପ୍ରାଣ ହାରିବାକୁ ଚେଷ୍ଟା କରୁ କରୁ ତାଙ୍କ ମନରେ ଭିତରେ ଏକ କଥା ଆସିଥିଲା । ଯେଉଁ ମାନେ ତାଙ୍କୁ ଏତେ କଷ୍ଟ ଦେଉଛନ୍ତି ।

ସେଭଳି ହୃଦୟହୀନ ଲୋକଙ୍କ ପାଇଁ ସବିତା ନିଜ ଜୀବନକୁ ହାରିଦେବାକୁ ଠିକ ମନେ କରିଲେ ନାହିଁ । ତାପରେ ସେ 2 ପିଲାକୁ ନେଇ ଶାଶୁଘର ଛାଡିଦେଇଥିଲେ ହେଲେ ତାଙ୍କ ଜୀବନ ପଥ ଆହୁରି ଦୁଃଖମୟ ହୋଇଯାଇଥିଲା । ଗୋଟେ ପାର୍ଲରରେ ସେ କାମ କରି ନିଜ ପିଲା ମାନଙ୍କ ମୁହଁରେ ଖାଇବାକୁ ସେ ଦେଉଥିଲେ । ତାପରେ ତାଙ୍କ ସ୍ଵାସ୍ଥବସ୍ତା ମଧ୍ୟ ମଝିରେ ବହୁତ ଖରାପ ହୋଇଯିବା ସହ ବି ସେ ପାଠ ପଢି UPSC ପରୀକ୍ଷା ଦେଇଥିଲେ ।

ପରୀକ୍ଷାରେ ସେ ପ୍ରଥମ ଚେଷ୍ଟାରେ ହିଁ ସଫଳ ହୋଇଥିଲେ । ତାପରେ ତାଙ୍କର ପ୍ରଥମ ପୋଷ୍ଟିଂ ମଧ୍ୟପ୍ରଦେଶର ନିଜୋମ ଜିଲ୍ଲା ସିଏମୋ ଭାବେ ହୋଇଥିଲା । ପରେ ସବିତା ଡିଜିଟାଲ କ୍ରିଏଟର ହର୍ଷ ରଏଙ୍କୁ ଦିତୀୟ ବିବାହ କରି ଏବେ ଖୁସିରେ ଅଛନ୍ତି । ଖବରର ଅପଡେଟ ପାଇଁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *