ରାତିରେ ଶୁଣାଯାଉଛି…କୁନି ଝିଅ ତୃପ୍ତିର ସ୍ଵର ! କ’ ଣ ଏବେ ବି ଚନ୍ଦନଙ୍କ ଝିଅ ତୃପ୍ତି ଅଛି ଜୀବିତ !

ରାତିରେ କିଛି ଲୋକଶୁଣିଥିଲେ ଝିଅ ତୃପ୍ତିର କାନ୍ଦିବାରର ସ୍ଵର ! ହଁ ବନ୍ଧୁଗଣ ଗତ ନିକଟରେ ଚର୍ଚା ହେଉଥିବା ଖବର ଅନୁଯାଇ ଚନ୍ଦନ ତାଙ୍କ କୁନି ଝିଅକୁ ନେଇ ନଦୀ ଗର୍ଭକୁ ଡେଇଁ ପଡିଥିଲେ । ପରେ ପରେ ବାପା ଓ ଝିଅ ଉଭୟ ନଦୀରେ ନିଖୋଜ ହୋଇଯାଇଥିଲେ । କାରଣ ଚନ୍ଦନ ନଦୀରେ ଡେଇଁ ନିଜ ଜୀବନ ହାରିବା ପୂର୍ବରୁ ତାଙ୍କ ମା’ ଓ ଭଉଣୀ ସହ କଥା ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ଜଣାଇ ଥିଲେ ।

ହେଲେ ଚନ୍ଦନଙ୍କ ମା’ ଓ ଭଉଣୀର ବହୁ ବାରଣ ସତ୍ବେ ମଧ୍ୟ ଚନ୍ଦନ ନିଜ ଝିଅ ତୃପ୍ତିକୁ ନେଇ ନଦୀକୁ ଡେଇଁ ପଡିଥିଲେ । ନିଜ ଝିଅକୁ ଏକ ଗାମୁଛା ସାହାଜ୍ଯରେ ନିଜ ଅଣ୍ଟାରେ ଭିଡି ବାଇକରେ ନଦୀ ପାଖକୁ ଯାଇଥିଲେ। ହେଲେ ଗତ କାଲି ନଦୀରୁ ଚନ୍ଦନଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ କିନ୍ତୁ ନଦୀରୁ ତୃପ୍ତିର ପତ୍ତା ମିଳିନାହିଁ । ତେବେ ତୃପ୍ତି ବର୍ତ୍ତମାନ କୁଆଡେ ଗଲା ବୋଲି ସାଧାରଣରେ ଚର୍ଚା ଉଠୁଛି ? କାରଣ ସେହି ନଦୀ ଆଖପାଖ ଏରିଆରେ ଏକ ଛୋଟ ଛୁଆ କାନ୍ଦିବାର ଲୋକ ଶୁଣିବାକୁ ପାଇଥିଲେ ବୋଲି ଚର୍ଚା ହେଉଛି ।

ହେଲେ ତାହା କଣ ଚନ୍ଦନଙ୍କ ଝିଅ ତୃପ୍ତିର ନା ଆଉ କାହାର ? ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଠ ରହିଛି । ତେବେ ଚନ୍ଦନ କଣ ନିଜ ଝିଅକୁ ବ୍ରିଜ ଉପରେ ବସାଇ ଦେଇ ନିଜ ନଦୀ ମଧ୍ୟକୁ ଡେଇଁ ପଡିଥିଲେ କି ପ୍ରଶ୍ନ ଉଠୁଛି ? କାରଣ ନିଜ ଜୀବନ ନଦୀରେ ହାରିବା ସହ ନିଜ ଝିଅ ଜୀବନକୁ ନଦୀରେ ହାରିବାକୁ ବୋଧ ହୁଏ ଚନ୍ଦନଙ୍କର ବିବେକ ବାଧା ଦେଇପାରେ । ସେପଟେ ଚନ୍ଦନଙ୍କ ବାପା ଅର୍ଥାତ ତୃପ୍ତିର ଜେଜେ ବାପା କୁନି ଝିଅ ତୃପ୍ତିକୁ କୁମ୍ଭୀର ନେଇଯାଇଛି ବୋଲି କହୁଥିଲେ ।

ହେଲେ ନଦୀ ମଧ୍ୟରୁ ଚନ୍ଦନଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଚନ୍ଦନଙ୍କ ଝିଅ ତୃପ୍ତିର ସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ପାରିନାହିଁ । ତେବେ ଚନ୍ଦନଙ୍କ କୁନି ଝିଅ ତୃପ୍ତିକୁ କେବେ ଉଦ୍ଧାର କରାଯିବ ? ତାହାକୁ ବର୍ତ୍ତମାନ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *